/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689354271.jpg)
Girl works as domestic help
ଠାକୁରଙ୍କ ସାମ୍ନାରେ ହାତ ଯୋଡି ପ୍ରାର୍ଥନା କରୁଛି ନାତୁଣୀ...ମନେ ମନେ କହୁଛି ହେ ପ୍ରଭୁ ମୋ ଦୁଃଖ ଶୁଣ...ମୋ ଆଇକୁ ଭଲ କରିଦିଅ । ମୁଁ ଆଉ ସହିପାରୁନି...ଏତେ କଷ୍ଟ କେମିତି ସହିବି? ଏକଥା ଶୁଣିବା ପରେ ହଠାତ୍ କିଛି ବୁଝାପଡିବନି । ଆଉ ମନରେ ପ୍ରଶ୍ନ ଆସିବ କିଏ ଏମିତି ପ୍ରାର୍ଥନା କରୁଛନ୍ତି ? କଣ ତାଙ୍କର ଦୁଃଖ? କାହିଁକି ଠାକୁରଙ୍କ ସାମ୍ନାରେ ସେ ଏମିତି କାନ୍ଦୁଛନ୍ତି?
ସୁନୀତା ନାୟକ । ଖୋର୍ଦ୍ଧା ବୋଲଗଡ ଅଂଚଳରେ ଘର ତାଙ୍କର । ବ୍ରହ୍ମପୁରରେ ବିବାହ ପରେ ଏବେ ସାଲେପୁର ଅଂଚଳର ରହୁଛନ୍ତି । ଖାଲି ସିଏ ନୁହନ୍ତି ବରଂ ୩ଟି ପିଲାଙ୍କ ସହ ବୁଢୀ ଆଈ ବି ତାଙ୍କ ପାଖରେ ରହୁଛନ୍ତି । ହେଲେ ସେହି ଆଈଙ୍କ ଲାଗି ଆଜି ସେ ପ୍ରାର୍ଥନା କରୁଛନ୍ତି । କାରଣ କ୍ୟାନସର ପରି ମାରାତ୍ମକ ରୋଗରେ ସେ ପୀଡିତ ।
ପାଖରେ ସ୍ୱାମୀ ନାହାନ୍ତି...ନିଜର ଘର ବି ନାହିଁ । ସେଇଥି ଲାଗି ତ ଭଡା ଘରେ ନିଜ ପରିବାର ସହ ରୁହନ୍ତି ସୁନୀତା । ପୂର୍ବ ଆକାଶେ ସୂର୍ଯ୍ୟ ଉଇଁଲେ ୟା ଘର ତା’ ଘରେ ବାସନ ମାଜି ଯାହା ଯେତିକି ରୋଜଗାର ହେଲା ସେତିକିରେ ଚାଲେ ପରିବାର । ପର ଘରେ ବାସନ ମାଜିଲେ କେତେ ଯେ ଟଙ୍କା ରୋଜଗାର ହୋଇପାରିବ? ସେଇଥି ପାଇଁ ତ ବେଳେବେଳେ ମାଗିଯାଚି ଯାହା ଆଣନ୍ତି ସେତକ ପିଲା ଓ ଆଈ ମୁହଁରେ ଦିଅନ୍ତି ।
କଥାରେ ଅଛି ଦୁଃଖ ଯେତେବେଳେ ଆସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆସେ । ଆଉ ଠିକ୍ ଏମିତି ଘଟଣା ଘଟିଛି ସୁନୀତାଙ୍କ ସହ । ପାଖରେ କିଛି ନାହିଁ...ସ୍ୱାମୀ ବି ପାଖରେ ରହୁନାହାନ୍ତି । ହେଲେ ଦୁଃଖର କଳାବାଦଲ ଭିତରେ ସେ ଯେତେବେଳେ କଇଁକଇଁ ହୋଇ କାନ୍ଦନ୍ତି ସେତେବେଳେ ତାଙ୍କ ଲୁହ ପୋଛିବାକୁ ବି କେହି ନଥାନ୍ତି ।
ନିଜେ ଯେତିକି ଯାହା ରୋଜଗାର କରନ୍ତି ସେତିକିରେ ଆଇଙ୍କ ଚିକିତ୍ସା କରୁଛନ୍ତି । ହେଲେ ଡାକ୍ତର ଦେଇଥିବା ଔଷଧ କିଣିବାକୁ ବି ତାଙ୍କ ପାଖରେ ପଇସାଟିଏ ନାହିଁ । ଏମିତି ପରିସ୍ଥିତିରେ ପିଲାଙ୍କ ପାଠ ପଢା କଥା ପଚାରେ କିଏ? ତେଣୁ ତୁରନ୍ତ ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସିଡିପିଓ କହିଛନ୍ତି ପିଲାଙ୍କ ପାଠପଢାର ବ୍ୟବସ୍ଥା କରାଯିବା ସହିତ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ । ଦର୍ଶକବନ୍ଧୁ ଆପଣ ଯଦି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ 73816 69391 ନମ୍ବରରେ ଯୋଗାଯୋଗ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)