Advertisment

ଭାତ କି ରୁଟି ନୁହଁ; ବରଂ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

undefined

girl survives only puffed rice

Advertisment

ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ। ସକାଳ ହେଉ କି ସନ୍ଧ୍ୟା, ଜଳଖିଆ ହେଉ କି ମୁଖ୍ୟ ଭୋଜନ। ସବୁଥିରେ କେବଳ ଗୋଟିଏ ଖାଦ୍ୟ, ମୁଢ଼ି। ଭଦ୍ରକ ଭଣ୍ଡାରପୋଖରୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଏ ମୁଢି ଖିଆ ଅଭ୍ୟାସକୁ ନେଇ କାହିଁରେ କଣ ଚର୍ଚ୍ଚା।

Advertisment

ସକାଳେ ମୁଢି, ସଂଜରେ ମୁଢ଼ି। ଘରେ ମୁଢି, ବାହାରେ ବି ମୁଢ଼ି। ଭାତ ଓ ରୁଟି ବିନା କେବଳ ମୁଢି ଖାଇ ବଞ୍ଚୁଛି ୧୦ ବର୍ଷର ଝିଅ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଅବିଶ୍ୱାସ ଲାଗୁଥିଲେ ବି ବାସ୍ତବ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଚତୁର୍ଭୁଜପୁର ଗାଁର ମକରା ମାଝୀଙ୍କ ଝିଅ ଲକ୍ଷ୍ମୀପ୍ରିୟା। ଘର ଓ ପରିବାର ଲୋକଙ୍କ କହିବା କଥା ଲକ୍ଷ୍ମୀପ୍ରିୟାଙ୍କ ଏ ମୁଢି ଖିଆ ଅଭ୍ୟାସ ପିଲାଟି ଦିନରୁ। ସେ ଯେବେଠାରୁ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି, ସେବେଠୁ ଭାତ ଓ ରୁଟି ବଦଳରେ କେବଳ ମୁଢ଼ି ହିଁ ଖାଇ ଆସୁଛି। 

ପରିବାରରେ ଅନ୍ୟମାନେ ନିୟମିତ ଭାତ ଓ ରୁଟି ଖାଉଥିବା ବେଳେ ଲକ୍ଷ୍ମୀପ୍ରିୟାଙ୍କ ରୁଚି କିନ୍ତୁ ଭିନ୍ନ। ଏମିତିକି ବାପା, ମାଆ, ଭାଇ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟମାନେ ତାଙ୍କୁ ଭାତ କିମ୍ବା ରୁଟି ଖାଇବା ଲାଗି ଅନେକ ଥର ପ୍ରବର୍ତ୍ତାଇ ଥିଲେ ବି ସେମାନଙ୍କର ସବୁ ଉଦ୍ୟମ ଫେଲ ମାରିଛି। ତେଣୁ ବାଧ୍ୟ ହୋଇ ଲକ୍ଷ୍ମୀପ୍ରିୟାଙ୍କୁ ସବୁଠି ଏବଂ ସବୁ ସମୟରେ କେବଳ ମୁଢ଼ି ଯୋଗାଇ ଆସୁଛନ୍ତି ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ।

Advertisment

ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ତା ସାଙ୍ଗକୁ ଫଳ, ବିସ୍କୁଟ୍ ଏବଂ ପାଉଁରୁଟି ଆଦି ଖାଦ୍ୟ ବି ଦିଆଯାଉଛି। ଏପଟେ ଲକ୍ଷ୍ମୀପ୍ରିୟାର ବୟସ ବଢିବା ସଙ୍ଗେ ସଙ୍ଗେ ଅଭ୍ୟାସରେ ପରିବର୍ତ୍ତନ ହେଉନଥିବାରୁ ପରିବାର ଲୋକେ ତାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲେ। ହେଲେ ଲକ୍ଷ୍ମୀପ୍ରିୟା ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିବା ପରେ ତାଙ୍କ ମୁଢି ଖିଆ ଅଭ୍ୟାସ ଅବ୍ୟାହତ ରହିଛି।

ଭାତ ଓ ରୁଟି ବିନା ମୁଢି ଖାଇ ସୁସ୍ଥ ଜୀବନ ଯାପନ କରୁଥିବା ଏଭଳି ଅଜବ ଖିଆଲିର ଝିଅକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା। ଏପଟେ ଭାତ ଓ ରୁଟିରୁ ମିଳୁଥିବା ପ୍ରଚୁର କାର୍ବୋହାଇଡ୍ରେଟ୍ ବିନା ଏହି ଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେବ କି ନା, ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment
Puffed Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ