୯ମ ଶ୍ରେଣୀ ଝିଅର ବାହାନଗା କାହାଣୀ, ଟ୍ରେନ୍‌ ଟ୍ରାଜେଡିକୁ ନେଇ ତିଆରି କଲେ ପ୍ରକଳ୍ପ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା । ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l

New Railway Project

ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ତ ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ ପୁଣି କୋଉ ମା’ର କୋଳ ହୋଇଗଲା ଖାଲି । ବାହାନଗା ଟ୍ରେନ୍‌ ଟ୍ରାଜେଡି ଖବର କେବଳ ଆମ ଭାରତରେ ନୁହେଁ, ପୁରା ବିଶ୍ବରେ ଚର୍ଚ୍ଚାର ପରିଧିକୁ ଆସିଥିଲା । ଯାହାକୁ ନେଇ ଏକ ନୂଆ ବର୍ତ୍ତା ଦେଇଛନ୍ତି ଜଣେ ୯ମ ଶ୍ରେଣ୍ରୀ ଛାତ୍ରୀ । ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଏକ ସୁନ୍ଦର ପ୍ରକଳ୍ପ ଗଢ଼ିବା ସହ ରେଳ ବିଭାଗକୁ ନୂଆ ସନ୍ଦେଶ ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପାଖ ପଞ୍ଚାୟତର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା l ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ବାହାନଗା ଟ୍ରେନ ଟ୍ରାଜେଡି ଘଟଣାକୁ ନେଇ କରିଛନ୍ତି ଏକ ସୁନ୍ଦର ପ୍ରକଳ୍ପ l ଏବେ ସେହି ଘଟଣା କାହାରି ମନରୁ ଲିଭିନଥିବା ବେଳେ ଏହି ପ୍ରକଳ୍ପ ରେଳ ବିଭାଗକୁ ବେଶ୍ ସହାୟକ ହେବ l

ବାହାନଗା ଟ୍ରେନ ଟ୍ରାଜେଡି ଷ୍ଟେସନ ପାଖରେ ହେବାରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇପାରିଲା l ଯଦି ଫାଙ୍କା ରାସ୍ତାରେ ହୋଇଥାନ୍ତା ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଅନେକ କଷ୍ଟ ହୋଇଥାନ୍ତା l ତେବେ ଡିଜେଲ ଚାଳିତ ଏକ ରେଳ ଆମ୍ବୁଲାନ୍ସ ପ୍ରକଳ୍ପ କରିଛନ୍ତି ଏହି ନବମ ଶ୍ରେଣୀ ଛାତ୍ରୀ l ଯାହା ଏବେ ଖୁବ୍‌ ଚର୍ଚ୍ଚାର ପରିଧିକୁ ଆସିଛି ।