Advertisment

ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ ଖୋଳିଲେ କବର !

ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି

ଅଦ୍ୟତନ ହୋଇଛି
Gajapati Man Constructs Graves On Own While Still Alive

Mohana Special Story

Advertisment

ବାଉଁଶ ବନ୍ଧା ଯାଇଛି, କବର ଖୋଳାଯାଇଛି। ଏମିତି ଚିତ୍ର ସବୁ ଦେଖିବା ପରେ ଆପଣ କହିବେ କାହାର ପରଲୋକ ହୋଇଗଲା...ସେଇଥି ପାଇଁ  କବର ଖୋଳାଯାଇଛି । ନା...ବଞ୍ଚିଥିବା ମଣିଷ ନିଜ ପାଇଁ ନିଜେ ଖୋଳୁଛି କବର। ଏକଥା ଶୁଣିବା ପରେ ଚମକି ପଡିବେ, ଆଉ ପ୍ରଶ୍ନ କରିବେ ଜଣେ ବଞ୍ଚି ଥାଉଥାଉ କେମିତି କବର ଖୋଳିଲେ?

Advertisment

ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି । କିନ୍ତୁ ବୁଢା ବାପା-ମାଆଙ୍କ ସେବା କରିବାକୁ କାହାର ଇଚ୍ଛା ନାହିଁ। ପିଲାମାନେ ପାଖରେ ନଥିବାରୁ ନିଜେ ରୋଜଗାର କରି ପେଟ ଲାଗି ଦାନା ଯୋଗାଡ କରନ୍ତି ଏଇ ବୃଦ୍ଧ ଦମ୍ପତ୍ତି।

ଅଧିକ ପଢ଼ନ୍ତୁ: ଏଠି ନିଜ ମୃତ୍ୟୁ ପାଇଁ କିଣନ୍ତି କଫିନ୍ ଆଉ କବର ସ୍ଥାନ

ଲକ୍ଷ୍ମଣଙ୍କ ବୟସ ଅଧିକ ହେବାରୁ ନିଜ ମୃତ୍ୟୁ ପରେ ସିଏ ନିଜ ମନପସନ୍ଦର ଏବେଠୁ କବର କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କବର ପାଇଁ ଘରର ଧାନ, କୋଳଥ, କାଜୁ ଓ ଦୁଇଟି ଗାଈ ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଓ ପତ୍ନୀଙ୍କ ପାଇଁ ଏଇ ସମାଧି ତିଆରି କରିଛନ୍ତି । କବର ଦୁଇଟି ଏବେ ଖୋଲାଥିବା ବେଳେ ସେଥିରେ ମାର୍ବଲ ବି ଲଗାଯାଇଛି । ତେବେ ସମୟ ପାଇଲେ କବର ପାଖରେ ଯାଇ ବସନ୍ତି ଏବଂ ତାହାର ଠିକ୍‌ରେ ବି ଯତ୍ନ ବି ନିଅନ୍ତି। ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ କବର ଖୋଳିବା ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଲକ୍ଷ୍ଣଣ।

Advertisment

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ