Gen Z
କିଛି ବର୍ଷ ପୂର୍ବେ ଆପଣ ଜାଣି ନଥିଲେ ଆପଣ କେଉଁ ଜେନେରେସନରେ ଜନ୍ମ ହୋଇଛନ୍ତି, କିନ୍ତୁ ଆଜି ସମସ୍ତଙ୍କ ଜିଭରେ ବିଭିନ୍ନ ଜେନେରେସନର ନାଁ ରହିଛି । କେହି କାହାକୁ ମିଲେନିଅଲ କହୁଛନ୍ତି ତ କେହି Gen-Zର କାର୍ଯ୍ୟକଳାପରୁ ବିରକ୍ତ ହେଉଛନ୍ତି । ଏବେ ତ ଆଲଫାରୁ ଆରମ୍ଭ କରି ବିଟା ଜେନେରେସନ ମଧ୍ୟ ଆସିଛନ୍ତି, ଯାହାଙ୍କ ବିଷୟରେ ଆଗାମୀ କିଛି ବର୍ଷରେ Gen-Z ପରି ନିଶ୍ଚିତ ଭାବେ ଚର୍ଚା ହେବ।
ଆପଣ ନିଶ୍ଚିତ କେବେ ନା କେବେ ଭାବିଥିବେ ଯେ ଏହି ବିଭିନ୍ନ ଜେନେରେସନର ନାମ କେଉଁଠୁ ଆସିଛି ଏବଂ ଏହାକୁ କିପରି ରଖାଯାଇଛି।
-ଆଜି ଯଦି କୌଣସି ବୟସର ଲୋକଙ୍କ ବିଷୟରେ କଥା ହେବାକୁ ହୁଏ, ତେବେ ସେମାନଙ୍କ ପାଇଁ କିଶୋର, ଯୁବକ କିମ୍ବା ବୃଦ୍ଧ ଶବ୍ଦର ବ୍ୟବହାର କମ୍ ହୁଏ ବରଂ ଲୋକେ ସେମାନଙ୍କୁ ସେମାନଙ୍କ ଜେନେରେସନ ବା ପିଢ଼ିର ନାମରେ ଜାଣନ୍ତି।
-ଯେମିତି ଯଦି ପୁରୁଣା ଯୁଗର କଥା ହେଉଛି, ତେବେ ସାଇଲେଣ୍ଟ ଜେନେରେସନ କିମ୍ବା ବେବି ବୁମର୍ସର ନାମ ଆସେ।
-୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ମିଲେନିଅଲ ଶବ୍ଦ ବ୍ୟବହାର ହୁଏ
- ୧୯୯୭ରୁ ୨୦୧୨ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କୁ Gen-Z କୁହାଯାଏ।
-୨୦୧୩ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କୁ ଜେନେରେସନ ଆଲଫା କୁହାଯାଏ। ଏମାନେ ସେହି ପିଲାମାନେ ଯେଉଁମାନେ ଜନ୍ମ ହେବା ସଙ୍ଗେ ସଙ୍ଗେ ସମସ୍ତ ଟେକ୍ନୋଲୋଜି ପାଇଛନ୍ତି।
-ଏବେ ୨୦୨୫ରେ ଜନ୍ମ ହୋଇଥିବା ପିଲାମାନଙ୍କୁ ବିଟା ଜେନେରେସନ କୁହାଯାଉଛି । ୨୦୩୯ ପର୍ଯ୍ୟନ୍ତ ଜନ୍ମ ହେଉଥିବା ଲୋକେ ଏହି ଜେନେରେସନର ଅଂଶ ହେବେ।
ପ୍ରକୃତରେ ସେହି ସମୟର ପରିସ୍ଥିତି ଓ ଅବସ୍ଥାକୁ ଦେଖି ପିଢ଼ିର ନାମକରଣ କରାଯାଏ। ଯେମିତି ଯେଉଁମାନେ ବିଶ୍ୱଯୁଦ୍ଧ ସମୟରେ ଜନ୍ମ ହୋଇଥିଲେ ଏବଂ ସେସମୟର ସଂଘର୍ଷ ଦେଖିଥିଲେ, ସେମାନଙ୍କୁ ଗ୍ରେଟେଷ୍ଟ ଜେନେରେସନ (୧୯୦୧-୧୯୨୭) କୁହାଗଲା।
ସେହିପରି ଯୁଦ୍ଧରେ କ୍ଷତିଗ୍ରସ୍ତ, ବେରୋଜଗାରୀ ଓ ଅବସାଦ ଭଳି ଜିନିଷ ଦେଖିଥିବା ପିଢ଼ିକୁ ସାଇଲେଣ୍ଟ ଜେନେରେସନ୧୯୨୮-୧୯୪୫) କୁହାଗଲା। ଠିକ୍ ସେହିପରି ଯେଉଁ ସମୟରେ ସବୁଠୁ ଅଧିକ ପିଲା ଜନ୍ମ ହୋଇଥିଲେ, ତାହାକୁ ବେବି ବୁମର ଜେନେରେସନ (୧୯୪୬-୧୯୬୪) କୁହାଗଲା। ଟେକ୍ନୋଲୋଜିର ଯୁଗରେ ପ୍ରଥମ ପାଦ ଥାପିଥିବା ଲୋକଙ୍କୁ ଜେନେରେସନ X (୧୯୬୫-୧୯୮୦) ନାମରେ ଜଣାଗଲା। ଏହି ନାମ ‘କ୍ଲାସ: ଏ ଗାଇଡ ଥ୍ରୁ ଦ ଆମେରିକାନ ଷ୍ଟେଟସ ସିଷ୍ଟମ’ ନାମକ ପୁସ୍ତକରୁ ନିଆଗଲା।
ଏକ ରିପୋର୍ଟ ଅନୁଯାୟୀ, ବିଂଶ ଶତାବ୍ଦୀରେ ହିଁ ଜେନେରେସନର ନାମ ରଖିବା ଆରମ୍ଭ ହୋଇଥିଲା। ଏହି ନାମଗୁଡ଼ିକ ଅଧିକାଂଶ ପୁସ୍ତକ କିମ୍ବା କୌଣସି ପ୍ରସିଦ୍ଧ ଗୀତରୁ ନିଆଯାଇଥିଲା। ସମାଜ ବିଜ୍ଞାନୀ ଓ ଡେମୋଗ୍ରାଫି ବିଶେଷଜ୍ଞମାନେ ଏହାକୁ ନିର୍ଦ୍ଧାରଣ କରନ୍ତି। ସେହିପରି ଆଗାମୀ ପିଢ଼ିମାନଙ୍କର ନାମ ମଧ୍ୟ ନିର୍ଦ୍ଧାରଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gen_Z_1754824354.jpg)