Advertisment

Prateek Pandey: ସୋସିଆଲ ମିଡିଆରେ ପ୍ରତୀକ ପାଣ୍ଡେଙ୍କୁ ନେଇ କାହିଁକି ଖୁବ ଚର୍ଚ୍ଚା, ମାଇକ୍ରୋସଫ୍ଟରେ କରୁଥିଲେ କାମ...ପଢ଼ନ୍ତୁ ଗୋଟିଏ କ୍ଲିକରେ

ପ୍ରତୀକ ପାଣ୍ଡେ ଅଗଷ୍ଟ ୧୯ ତାରିଖ ସନ୍ଧ୍ୟା ୭:୫୦ରେ ମାଇକ୍ରୋସଫ୍ଟର ମାଉଣ୍ଟେନ୍ ଭ୍ୟୁ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ପ୍ରାୟ ରାତି ୨ଟା ସମୟରେ କାର୍ଯ୍ୟାଳୟ ପରିସରରେ ମୁହଁ ତଳକୁ ପଡ଼ିଥିବା ଅବସ୍ଥାରେ ମିଳିଥିଲେ ।

ଅଦ୍ୟତନ ହୋଇଛି
prateek pandey

prateek pandey

Advertisment

ସୋସିଆଲ ମିଡିଆରେ ଏବେ ଜଣଙ୍କ ନାଁକୁ ନେଇ ଖୁବ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ପ୍ରତୀକ ପାଣ୍ଡେ । କାହିଁକି ତାଙ୍କୁ ନେଇ ଚର୍ଚ୍ଚା ହେଉଛି ଆସନ୍ତୁ ଜାଣିବା । ୩୫ ବର୍ଷିୟ ପ୍ରତୀକ ମାଇକ୍ରୋସଫ୍ଟରେ କାମ କରୁଥିଲେ । ପରିବାରର କହିବା ଅନୁଯାୟୀ ପ୍ରତୀକ ଅଗଷ୍ଟ ୧୯ ତାରିଖ ରାତିରେ ବିଳମ୍ବ ପର୍ଯ୍ୟନ୍ତ କାମ କରୁଥିଲେ ଏବଂ ଅଫିସରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରତୀକଙ୍କ ବିଷୟରେ କୁହାଯାଏ ଯେ ସେ ଜଣେ କଠିନ ପରିଶ୍ରମୀ, ପ୍ରଫେସନାଲ ଏବଂ ଖୁସମିଜାଜ ବ୍ୟକ୍ତି ଥିଲେ। ପ୍ରତୀକଙ୍କ ଅନେକ ସଂପର୍କୀୟ ଭାରତରେ ରୁହନ୍ତି ।

Advertisment

କାର୍ଯ୍ୟସ୍ଥଳୀରେ ମୃତ ଯୁବ ମାଇକ୍ରୋସଫ୍ଟ ଇଞ୍ଜିନିୟର ପ୍ରତୀକଙ୍କ ପରିବାର ସିଲିକନ୍ ଭ୍ୟାଲିର କମ୍ପାନୀମାନଙ୍କୁ ଅନୁରୋଧ କରୁଛନ୍ତି ଯେ ସେମାନେ ନିଜ କର୍ମଚାରୀମାନଙ୍କ ଠାରୁ ଅତ୍ୟଧିକ କାମ ନେବା ବନ୍ଦ କରନ୍ତୁ। ପ୍ରତୀକ ପାଣ୍ଡେ ଅଗଷ୍ଟ ୧୯ ତାରିଖ ସନ୍ଧ୍ୟା ୭:୫୦ରେ ମାଇକ୍ରୋସଫ୍ଟର ମାଉଣ୍ଟେନ୍ ଭ୍ୟୁ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ପ୍ରାୟ ରାତି ୨ଟା ସମୟରେ କାର୍ଯ୍ୟାଳୟ ପରିସରରେ ମୁହଁ ତଳକୁ ପଡ଼ିଥିବା ଅବସ୍ଥାରେ ମିଳିଥିଲେ ।

ଗଣମାଧ୍ୟମକୁ ପ୍ରତୀକଙ୍କ ଦାଦା ମନୋଜ ପାଣ୍ଡେ କହିଛନ୍ତି ମେଡିକାଲ ଏକ୍ସାମିନରଙ୍କ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ୁଛି ଯେ ସମ୍ଭବତଃ ତାଙ୍କୁ ହୃଦ୍‌ଘାତ ହୋଇଥିଲା । ସତୀଶ ଚନ୍ଦ୍ରା ହେଉଛନ୍ତି ଜଣେ ଆଇଟି କର୍ମଚାରୀ ଓ ନଗର ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ସ୍ଥାନୀୟ ଖବରକାଗଜକୁ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା, କିନ୍ତୁ ସେ ନିଜ ରୁମମେଟ ଏବଂ ସହକର୍ମୀମାନଙ୍କୁ କହିଥିଲେ ଯେ ସେ ବହୁତ ଚାପରେ ଅଛନ୍ତି। ଏକକାଳୀନ ଅନେକ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବାରେ ବ୍ୟସ୍ତ ଥିଲେ।

Advertisment

ପାଣ୍ଡେଙ୍କ ମାମୁଁ ଟେକ୍ନୋଲୋଜି କମ୍ପାନୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ରାତି ଅଧିକ ସମୟ କାମ କରୁଥିବା କର୍ମଚାରୀଙ୍କ ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କ ଚାପ ଦୂର କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଏହା ହୁଏତ ଆଉ କାହାର ଜୀବନ ବଞ୍ଚାଇ ପାରେ । ସେ ଆହୁରି କହିଛନ୍ତି ଯେତେବେଳେ କୌଣସି ପ୍ରିୟଜନଙ୍କର ମୃତ୍ୟୁ ହୁଏ, ତାହା ପରିବାର ପାଇଁ ବହୁତ ଦୁଃଖର କାରଣ ହୁଏ।

ପ୍ରତୀକ ପାଣ୍ଡେ ପ୍ରାୟତଃ ରାତି ଅଧିକ ସମୟ କାମ କରିବା ପାଇଁ ଜଣାଶୁଣା ଥିଲେ। ତାଙ୍କ ମାମୁଁ କହିଛନ୍ତି ଯେ ସେ ଜଣେ ପରିଶ୍ରମୀ ଯୁବକ ଥିଲେ ଏବଂ ତାଙ୍କୁ ଫୁଟବଲ, ପିଙ୍ଗ୍-ପଙ୍ଗ୍ ଏବଂ କ୍ରିକେଟରେ ଆଗ୍ରହ ଥିଲା।
ସେ କହିଛନ୍ତି, “ମୋଟାମୋଟି ଭାବେ ସେ ଜଣେ ବହୁତ ସକାରାତ୍ମକ ବ୍ୟକ୍ତି ଥିଲେ।

Advertisment

ପାଣ୍ଡେଙ୍କର ଜନ୍ମ ଭାରତର ଇନ୍ଦୋରରେ ହୋଇଥିଲା ଏବଂ ପ୍ରାୟ ଏକ ଦଶନ୍ଧି ପୂର୍ବେ ସେ ଆମେରିକାର ସାନ୍ ହୋସେ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଆମେରିକା ଆସିଥିଲେ। ୨୦୨୦ ଜୁଲାଇରେ ମାଇକ୍ରୋସଫ୍ଟରେ ଚାକିରି ପାଇବା ପୂର୍ବରୁ ସେ ଆପଲ୍, ଇଲୁମିନା ଏବଂ ୱାଲମାର୍ଟ ଲ୍ୟାବ୍ସରେ ସଫ୍ଟୱେର ଇଞ୍ଜିନିୟର ଭାବରେ କାମ କରିଥିଲେ। ସେ ମାଇକ୍ରୋସଫ୍ଟର ଫେବ୍ରିକ ଉତ୍ପାଦ, ଏକ ଡାଟା ଆନାଲିଟିକ୍ସ ପ୍ଲାଟଫର୍ମରେ କାମ କରୁଥିଲେ।

Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ