Advertisment

ସ୍ନାନଯାତ୍ରା ଦେଖି ଚାଲିଚାଲି ଛତିଶଗଡ଼ ଫେରୁଛି ଭକ୍ତ, ସାଙ୍ଗରେ ଚାଲିଲା ପୋଷା କୁକୁର

ଏ ଦୁହେଁ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରି ସେଇଠୁ ଚାଲିଚାଲି ଫେରୁଛନ୍ତି। ଦୀର୍ଘ ୧୫ ଦିନ ହେଲାଣି ଏମିତି ଅନବରତ ଚାଲିଛନ୍ତି ଦୁହେଁ।

ଅଦ୍ୟତନ ହୋଇଛି
dog walks behind owner from puri to chhattisgarh

dog walks behind owner from puri to chhattisgarh

Advertisment

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଟ୍ରେନରେ ଛତିଶଗଡ଼ରୁ ଆସିଲେ ପୁରୀ। ଆଉ ଯାତ୍ରା ଦେଖି ସାରି ପୁରୀରୁ ଚାଲିଚାଲି ଫେରୁଛନ୍ତି ଛତିଶଗଡ଼। ଯେଉଁ ଭକ୍ତଜଣକ ଚାଲିଚାଲି ଫେରୁଛନ୍ତି ତାଙ୍କ ସହିତ ତାଙ୍କ ପୋଷା କୁକୁର ବି ଚାଲି ଚାଲି ଫେରୁଛି। ସାଙ୍ଗ ହୋଇଚାଲୁଛନ୍ତି ଦୁଇ ସାଙ୍ଗ। ଜଣେ ବାଡ଼ି ଖଣ୍ଡେ ଧରି ଆଗେ ଆଗେ ଚାଲିଛନ୍ତି, ଆଉ ଜଣେ ପଛେ ପଛେ। ଦୁହେଁ ଦୁଇ ବନ୍ଧୁ। ଯୁବକ ଜଣକ ହେଉଛନ୍ତି ଛତିଶଗଡ଼ର ସୁବାଶିଷ ପ୍ରଧାନୀ, ଆଉ ତାଙ୍କ ପିଛା ଛାଡ଼ୁ ନ ଥିବା ଏହି ପୋଷା କୁରୁରଟିର ନାଁ ପ୍ରିନ୍ସି।

Advertisment

ଏ ଦୁହେଁ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରି ସେଇଠୁ ଚାଲିଚାଲି ଫେରୁଛନ୍ତି। ଦୀର୍ଘ ୧୫ ଦିନ ହେଲାଣି ଏମିତି ଅନବରତ ଚାଲିଛନ୍ତି ଦୁହେଁ। ଯେଉଁଠି ରାତି ହେଉଛି ସେଇଠି ବିଶ୍ରାମ ନେଉଛନ୍ତି ଉଭୟ। ସୁବାଶିଷଙ୍କର ମାନସିକ ପୁରଣ ହେବାରୁ ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତ କିଛି ବର୍ଷ ତଳେ ପ୍ରିନ୍ସିକୁ ସେ ପାଇଥିବା ବେଳେ ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଛି। ପୁରୀ ଆସିଲା ବେଳେ ଟ୍ରେନରେ ଆସିଥିଲେ, ଫେରିଲା ବେଳେ ଚାଲିଚାଲି ଫେରୁଛନ୍ତି।

ଏବେ ଖରା ହେଉଥିବାରୁ କେବଳ ସକାଳେ ଏବଂ ଉପରବେଳା ଚାଲୁଛନ୍ତି ସୁବାଶିଷ। ଖାଲି ସେତିକି ନୁହେଁ, ତାଙ୍କ ସାଙ୍ଗ ପ୍ରିନ୍ସିକୁ ଭଲ ଖାଇବାକୁ ଦେବା ସହିତ ପ୍ରତି ସହରରେ ପଶୁଡାକ୍ତଙ୍କରୁ ଦେଖାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ ବି କରୁଛନ୍ତି। ଯେଉଁଠି ରାତି ହେଲା ସେଠି ବିଶ୍ରାମ ନେଉଛନ୍ତି, ଭଲ ନଦୀ ନାଳ ଦେଖି ନିଜେ ଗାଧେଇବା ସହିତ ପ୍ରିନ୍ସିକୁ ବି ଗାଧୁଆଇ ଦେଉଛନ୍ତି।

Advertisment

ମହାପ୍ରଭୁଙ୍କ ଡୋରି ନ ଲାଗିଲେ ଦର୍ଶନ ମିଳିବା ଅସମ୍ଭବ। କିନ୍ତୁ ଏ ଦୁହେଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖି ଫେରିଛନ୍ତି। ଛତିଶଗଡ଼ରୁ ଆସି ପୁରୀରେ ମହାପ୍ରଭୁଙ୍କ ସାନିଧ୍ୟ ପାଇଥିବା ଏ ଦୁଇ ବନ୍ଧୁଙ୍କୁ ଦେଖି ଢେର୍ ପ୍ରଶଂସା କରିଛନ୍ତି ପଶୁପ୍ରେମୀ।

Dog Lover
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ