Advertisment

ଭରା ପାଣି, ଟ୍ରାକ୍ଟରରେ ଆସିଲେ...ସବୁ ବିପଦକୁ ଏଡ଼ାଇ ରୋଗୀ ଦେଖିଲେ...

ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Doctor

Doctor

Advertisment

ଭରା ପାଣି ଭିତରେ ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଟ୍ରାକ୍ଟରରେ ଯାଇ ରୋଗୀ ସେବା ଯୋଗାଇଛନ୍ତି ଡାକ୍ତରୀ ଟିମ୍। ମାଲକାନଗିରି ମାଥିଲି ବ୍ଲକ କମାରପାଲି ଅଞ୍ଚଳରେ ଅନେକ ଲୋକ ଅସୁସ୍ଥ ଥିବା ଖବର ପହଞ୍ଚିଥିଲା ସ୍ବାସ୍ଥ୍ୟ ଟିମ୍‌କୁ। ହେଲେ ପାଣି ଘେରରୁ ଯିବାକୁ କୌଣସି ବାଟ ନଥିଲା। 

Advertisment

ଶେଷରେ ଡାକ୍ତର, ଆଶା କର୍ମୀ ଏବଂ ପୁରା ଟିମ୍ ଏକ ଟ୍ରାକ୍ଟର ଯୋଗେ ଅଣ୍ଟାଏ ଉଚ୍ଚ ପାଣି ଭିତରେ ବିପଦସଙ୍କୁଳ ଅବସ୍ଥାରେ ବାହାରିଥିଲେ। ଶେଷରେ ରୋଗୀଙ୍କ ପାଖରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି।  

ଏପଟେ ବର୍ଷା ଅଳ୍ପ ହେଉ କି ଅଧିକ । ମାଲକାନଗିରିରେ ବୁ଼ଡୁଛି ପୋଲ, ଭାସୁଛି ରାସ୍ତା । ଠପ୍ ହୋଇଯାଉଛି ଯୋଗାଯୋଗ, ଜୀବନଯାତ୍ରା । ହେଲେ କାହିଁକି ଏମିତି ହେଉଛି ? କାରଣ ମାଲକାନଗିରି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥଠାରୁ ନଦୀ ଉପରେ ଥିବା ପୋଲ ନିଚ୍ଚା ରହିଛି । ତେଣୁ ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।

Advertisment

ଅନ୍ୟପଟେ ସେଇ ପାଖରେ ଦୀର୍ଘ ୩ ବର୍ଷ ହେବ ପୋଲ ନିର୍ମାଣ ଚାଲିଛି । ହେଲେ ଡେଡ୍‌ଲାଇନ୍‌ ସରିଥିଲେ ବି କାମ ସରିନି । ତେଣୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ସେହି ଜାତୀୟ ରାଜପଥର ଏମ୍.ଭି-୧୯ର ସ୍ଥିତି ବି ପୂରା ଏକାଭଳି। ତଳ ରାସ୍ତା ବୁଡ଼ିଛି, ଉପରେ ତିଆରି ଉଚ୍ଚା ପୋଲ ପାଇଁ ପିଲର୍ ଠିଆ ହୋଇଛି, ମାତ୍ର ଅଳ୍ପ ଛାତ ପଡ଼ିଛି।

Doctors Tractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ