ହାତ ଗୋଡ଼ ନଥିଲେ କ’ଣ ହେଲା ପାଠ ପଢ଼ି IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି ସୁଭଦ୍ରା । ଜୀବନ ଯେତେ ଯନ୍ତ୍ରଣା ଦେଉ ନା କାହିଁକି ହାରିବାର ଭୟ ନଥାଇ ସେ ଆଗକୁ ବଢୁଛନ୍ତି । ନିଜ କାମ ନିଜେ କରୁଛନ୍ତି । କାହା ଉପରେ ବୋଝ ନୁହେଁ ବରଂ ତାଙ୍କ ମୁଣ୍ଡରେ ରହିଛି ଘର ପରିବାରର ଚିନ୍ତା । ସେଥିପାଇଁ ତ ଭଲ ପାଠ ପଢ଼ିବାକୁ ଦିନ ରାତି ଏକ କରିଦଉଛନ୍ତି। ଖାଲି ସେତିକି ନୁହେଁ, IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି କଟକ କନ୍ଦରପୁର ପଞ୍ଚାୟତ ବମ୍ବୁରୀ ଗ୍ରାମର ବାବୁ ଓ ବେବୀ ଭୋଇଙ୍କ ଝିଅ ସୁଭଦ୍ରା । ଜନ୍ନରୁ ଗୋଡ଼ ହାତ ନଥିଲେ ବି ସୁଭଦ୍ରା କେବେ ହାରିବା ଶିଖିନାହିଁ ବୋଲି କୁହନ୍ତି ବାପା-ମାଆ ।
ଦିବ୍ୟାଙ୍ଗ ହେଲେ ବି ସେ କାହାଠୁ କମ୍ ନୁହନ୍ତି । ନିଜ ଦୃଢ଼ ମନୋବଳ ଓ ଅଦମ୍ୟ ଆଗରେ ହାର ମାନିଛି ତାଙ୍କର ଅକ୍ଷମତା । ଭଗବାନ ଜନ୍ମରୁ ସିନା ହାତ ଗୋଡ଼ ଦେଇନାହାନ୍ତି ହେଲେ ସେ କାହାରି ଉପରେ ନିର୍ଭର ନ କରି ନିଜେ ନିଜର ସମସ୍ତ କାର୍ଯ୍ୟ କରୁଛନ୍ତି । ସମାଜ ପାଇଁ ଏବେ ସେ ପ୍ରେରଣା ସାଜିଛନ୍ତି । ଆଉ ଆଶା ରଖିଛନ୍ତି ଭଲ ପାଠ ପଢି IAS ଅଫିସର ହେବେ ।
Also Read
ସୁଭଦ୍ରା ଏବେ ସିଦ୍ଧେଶ୍ୱରପୁର ଅଥଙ୍ଗା ସ୍ଥିତ ଚିନ୍ତାମଣି ସ୍ମୃତି ବାଳିକା ବିଦ୍ୟାପୀଠରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ । ପାଠ ପଢିବା ପାଇଁ ତାଙ୍କର ଢେର ଇଚ୍ଛା । ହାତରେ ପାପୁଲି ନ ଥାଇ ମଧ୍ୟ ଲେଖିବା, ନିଜେ ନିଜେ ଖାଇବା, ନିଜ ପସନ୍ଦର ଗୀତରେ ନାଚିବା ଏବଂ ମୁରୁଜ ପକାଇବା ଆଦି ସେ ସହଜରେ କରିପାରନ୍ତି। ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ କିପରି ସେ ଏହାକୁ ଏତେ ସହଜରେ କରିପାରୁଛନ୍ତି । ଯାହାକୁ ଜଣେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।
କଟକ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବାବୁଲି ଭୋଇ ଓ ବେବୀ ଭୋଇଙ୍କ ଝିଅ ହେଉଛନ୍ତି ଶୁଭଦ୍ରା । ନା ଅଛି ହାତ ନା ଅଛି ଗୋଡ଼ । ଶୁଭଦ୍ରାଙ୍କ ସ୍କୁଲ ଘରଠୁ ୩ କିଲୋମିଟର ଦୂରରେ ଥିବାରୁ ତାଙ୍କୁ ଯିବା ଆସିବାରେ ବହୁତ୍ ଅସୁବିଧା ହେଉଛି । ତଥାପି ସେ ନିଜ ସାଙ୍ଗ ସାଥିଙ୍କ ସହ ନିୟମିତ ସ୍କୁଲ ଯାଉଛନ୍ତି । ପାଠପଢ଼ି IAS ଅଫିସର ହୋଇ ବାପାମାଆଙ୍କ ସ୍ବପ୍ନ ସାକାର କରିବେ । ସୁଭଦ୍ରାଙ୍କୁ କେବଳ ପରିବାର ଲୋକ ନୁହଁନ୍ତି ବରଂ ସ୍ଥାନୀୟ ବାସିନ୍ଦା ତଥା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ସାଙ୍ଗ ପିଲା ସମସ୍ତେ ଢେର ଭଲ ପାଆନ୍ତି । କାରଣ ସେ ଖୁବ ସ୍ନେହୀ ଏବଂ ମେଳାପି । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା କାହାରି ଉପରେ କେବେ ବି ନିର୍ଭର କରି ନାହାନ୍ତି କି କାହାକୁ ସାହାଯ୍ୟ ମାଗି ନାହାନ୍ତି । ବରଂ ନିଜେ ଆତ୍ମ ନିର୍ଭରଶୀଳ ହେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସରକାରଙ୍କ ସାହାଯ୍ୟ ମିଳିଲେ ସେ ଭଲ ପାଠପଢି ନିଜ ବାପାମାଆଙ୍କ ନାଁ ରଖି ପାରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।
- Reported by:
- Biswajit Acharya