Advertisment

Success Story: ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହେଲେ; ଭାଗ୍ୟ ଖୋଲିଲା, ଏବେ ବାଣ୍ଟୁଛନ୍ତି ଚାକିରି....

୪ ଫୁଟ୍‌ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ ।  ସେତେବେଳେ ତାଙ୍କ ଉଚ୍ଚତା ପାଇଁ ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହୋଇଥିଲେ । କିନ୍ତୁ ଏବେ ବ ଣ୍ଟୁଛନ୍ତି ଚାକିରି...

ଅଦ୍ୟତନ ହୋଇଛି
Success Story Of Disha Pandya

disha pandya

Advertisment

ସବୁକିଛି ଠିକ ଅଛି, କିନ୍ତୁ ତୁମେ ଟିକିଏ ଅଲଗା । ଆମେ ଆପଣଙ୍କୁ ରଖିପାରିବୁ, କିନ୍ତୁ ଆମ କମ୍ପାନୀର ଅବଶିଷ୍ଟ କର୍ମଚାରୀମାନେ ଆପଣଙ୍କୁ ଦେଖି ପରିହାସ କରିବେ । ତେଣୁ ଆମେ ଆପଣଙ୍କୁ ରଖିପାରିବୁ ନାହିଁ…।  ୪ ଫୁଟ୍‌ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ , ସେତେବେଳେ ସେ ଏପରି ଅନେକ ଅପମାନ ଶୁଣିଥିଲେ । ଥରେ ନୁହେଁ, ଦୁଇଥର କିମ୍ବା ତିନିଥର ନୁହେଁ, ୧୭ ଥର ଉଚ୍ଚତା ପାଇଁ ଇଣ୍ଟର୍‌ଭ୍ୟୁରେ ଫେଲ୍‌ ହୋଇଥିଲେ । ବାରମ୍ବାର ରିଜେକ୍ଟ ହେବା ପରେ ମଧ୍ୟ ଦିଶା ଭାଙ୍ଗି ପଡ଼ିନଥିଲେ । ବରଂ ଅନ୍ୟମାନେ ଯେମିତି ଏଭଳି ସମସ୍ୟାରେ ନପଡନ୍ତୁ ସେଥିପାଇଁ ଆରମ୍ଭ କରିଥିଲେ କାମ । 

Advertisment

ଆନ୍ତର୍ଜାତୀୟ ପାରା-ଆଥଲେଟ୍ ଦିଶା ପାଣ୍ଡ୍ୟା ପ୍ରକୃତରେ 'Achondroplasia Dwarfism’ ଜଡ଼ିତ ରୋଗରେ ଜନ୍ମ ହୋଇଥିଲେ । ଏହା ହେଉଛି ଏକ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତିର ଉଚ୍ଚତା ଓ ଶରୀରର ଅଂଶ ଛୋଟ ରହିଥାଏ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାକିରି ପାଇଁ ଇଣ୍ଟର୍‌ଭ୍ୟୁରେ ୧୭ ଥର ରିଜେକ୍ଟ ହେବା ପରେ ମଧ୍ୟ ଦିଶା ସାହସ ହରାଇ ନଥିଲେ । HDFC ବ୍ୟାଙ୍କ, ବିସଲେରୀ ଭଳି କମ୍ପାନୀରେ ଚାକିରି ପାଇ ୧୨ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି। ଏହା ପରେ ସେ ବର୍ତ୍ତମାନ ଏକ ବୃତ୍ତିଗତ ଗ୍ରାଫିକ୍ ଡିଜାଇନର୍ ଭାବରେ ରିଚ୍ ଇଣ୍ଡିଆରେ କ୍ରିଏଟିଭ୍ ହେଡ୍‌ ଭାବରେ ଦାୟିତ୍ବ ତୁଲାଉଛନ୍ତି । କିନ୍ତୁ ଦିଶାଙ୍କ ଭାଗ୍ୟରେ ଥିଲା ଆଉ କିଛି  । 

ଅଧିକ ପଢନ୍ତୁ : Success Story: ସଫଳତା: ଆଇସ୍‌କ୍ରିମ୍‌ ବିକାଳିଙ୍କ ଝିଅ ହେବେ ‍ଇଂଜିନିୟର୍

Advertisment

ଦିଶା ପାଣ୍ଡ୍ୟା ତାଙ୍କ ଭଳି ଲୋକଙ୍କୁ ଚାକିରି ସମେତ ଅନ୍ୟାନ୍ୟ ସମସ୍ୟାରେ ସାହାଯ୍ୟ କରିବା ପାଇଁ ‘ଦି ଲିଟିଲ୍ ପିପୁଲ୍ସ ଅଫ୍ ଇଣ୍ଡିଆ’ ପ୍ରତିଷ୍ଠା କରିଥିଲେ । ତାଙ୍କ ମିଶନ୍‌ ପାଇଁ କାମ ଆରମ୍ଭ କରିଥିଲେ । ଧୀରେ ଧୀରେ ଦିଶାଙ୍କ ଶକ୍ତି ବଢିଲା ଏବଂ ତାଙ୍କ ସହ ପାଖାପାଖି ୬୫୦ରୁ ଅଧିକ ଲୋକ ଯୋଡି ହେଲେ । ‘ଦି ଲିଟିଲ୍ ପିପୁଲ୍ ଅଫ୍ ଇଣ୍ଡିଆ’ ଭାବରେ ଦିଶା ପ୍ରଥମ ଥର ପାଇଁ ଏପରି ପୀଡିତ ଲୋକଙ୍କୁ ଏକ ବଡ଼ ପ୍ଲାଟଫର୍ମ ଦେଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଏହି ସମସ୍ୟାରେ ପୀଡିତ ଲୋକଙ୍କୁ ସେମାନଙ୍କର ଦକ୍ଷତା ଆଧାରରେ ଏକ ସମ୍ମାନଜନକ ଜୀବନଯାପନ କରିବାକୁ ସାହାଯ୍ୟ କରିବା । ଏଭଳି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଚାକିରି ପାଇବା, ଦିଶା ପ୍ରଥମେ ଏହି ସମସ୍ୟାର ସମାଧାନ କରିଥିଲେ । 

ମେ ୨୦୨୪ରେ, ଦିଶା ପାଣ୍ଡ୍ୟା ମୁମ୍ବାଇର କ୍ଲବ ଜୁହୁ ଠାରେ 'ବିଦ୍ୟାର୍ଥୀ ଚାକିରି ମେଳା' ଆୟୋଜନ କରିଥିଲେ। ଏହି ଚାକିରି ମେଳାରେ LGBT ସମ୍ପ୍ରଦାୟର ଲୋକ, କ୍ୟାରିୟର ବ୍ରେକ୍‌ ହୋଇଥିବା ମହିଳା, ପୂର୍ବତନ ସେନା ଅଧିକାରୀ, ଏସିଡ୍ ଆକ୍ରମଣରୁ ବଞ୍ଚିଥିବା ବ୍ୟକ୍ତି ଏବଂ ଅନ୍ୟ କେତେକ ସାମାଜିକ-ଅର୍ଥନୈତିକ ସଂଖ୍ୟାଲଘୁ ଗୋଷ୍ଠୀର ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ଚାକିରି ମେଳାରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଲୋକ ଭାଗ ନେଇଥିଲେ ।

Advertisment

ଅଧିକ ପଢନ୍ତୁ : ଅଭିନେତାରୁ IAS ଅଫିସର....ଅଭୟଙ୍କ ସଫଳତାର କାହାଣୀ

Inspiring Story Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ