Advertisment

ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି।

undefined

Devotees throng Lord Shiva temple on 2nd Shravan Somvar

Advertisment

ସେ ଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।

Advertisment

ଜନ୍ମରୁ ସିନା ଠାକୁର ଆଖି ଦେଇନାହାନ୍ତି, ହେଲେ ହୃଦୟ ତ ଦେଇଛନ୍ତି। ସେଇ ହୃଦୟରେ ହିଁ ମୁଁ ତାଙ୍କୁ ଜାଗା ଦେଇ ବାନ୍ଧି ରଖିଛି, ମୁଁ ସିନା ତାଙ୍କୁ ଦେଖି ପାରୁନି, ହେଲେ ସିଏ ତ ମତେ ଦେଖି ପାରୁଛନ୍ତି ସେଇ ଭାବନା ନେଇ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠକୁ ଶ୍ରାବଣ ସୋମବାରରେ ଶିବ ପୂଜା ପାଇଁ ଧାଇଁ ଆସିଥିବା ଦୃଷ୍ଟିବାଧିତ ଭକ୍ତ ଜଣକ ହେଲେ ଗଂଜାମ ଧରାକୋଟର ନୀଲୁ ସ୍ୱାଇଁ। 

ରେଭନସା ୟୁନିଭରସିଟିର ଛାତ୍ର। ଆଶୁତୋଷଙ୍କ ପାଖରେ ମାନସିକ ରଖି ଆଜି ସକାଳେ କଟକ ସିଡିଏ ସେକ୍ଟର ୭ରୁ ଆଶା ବାଡ଼ି ଧରି ଚାଲି ଚାଲି ଧବଳେଶ୍ବର ପୀଠକୁ ଆସୁଥିଲେ। ବାଟରେ ଅନେକ ଲୋକ ତାଙ୍କୁ ଗାଡ଼ିରେ ବସି ଆସିବାକୁ ଡାକିଛନ୍ତି, ହେଲେ ନିଲୁ ନାହିଁ କରିଛନ୍ତି। ଧବଳେଶ୍ୱର ପୀଠର ଜଣେ ପୂଜକଙ୍କ ସହାୟତାରେ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କୁ ନିଜ ମନକଥା ଜଣାଇଛନ୍ତି। ଆଉ କହିଛନ୍ତି ମନସ୍କାମନା ପୂରଣ ହେଲେ ଆରବର୍ଷ ଏମିତି ପୁଣି ଏମିତି ଚାଲି ଚାଲି ଧବଳେଶ୍ୱରଙ୍କ ପାଖକୁ ଆସିବେ।

Advertisment

ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି। କୋଲାବ ନଦୀରୁ ପାଣି ଉଠାଇ ଦଣ୍ଡ ପ୍ରଣାମରେ ଯିବାବେଳେ ଆଣ୍ଠୁ ଛିଡ଼ି ଯାଇଛି, ବ୍ୟାଣ୍ଡେଜ ବି ପଡ଼ିଛି। ହେଲେ ଯେମିତି କ୍ଲେଶକୁ ତିଳେ ମାତ୍ର ଖାତିର କରିନାହାନ୍ତି ଅନନ୍ତ।

ସେମିତି ଭୋଳାନାଥଙ୍କ ଭକ୍ତିରେ ଡୁବି ସେଇ ଗୁପ୍ତେଶ୍ବରଙ୍କୁ ଜଳାଭିଷେକ କରି ଯେମିତି ସବୁ କଷ୍ଟ ଭୁଲି ଯାଇଛନ୍ତି କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟର ଲୋକେଶ ବେହେରା। ଗତ ସୋମବାରଠୁ କାଉଡ଼ିଆ ଲୋକେଶ ଜଳ ଧରି ଆସିବା ବାଟରେ ରାସ୍ତାରେ ଗୋଡ଼ ଫୋଟକା ହୋଇଯାଇଛି, ତାକୁ ଖାତିର ନକରି ସେ ବି ପାଦରେ ବ୍ୟାଣ୍ଡେଜ ଭିଡ଼ି ନଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପ୍ରଭୁଙ୍କୁ ଜଳଲାଗି କରି କୃତ୍ୟ କୃତ୍ୟ ହୋଇଛନ୍ତି।

Advertisment
Odisha Disabled Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ