Advertisment

ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ, କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।

Devotee Begins Padhyatra Journey

Devotee Begins Padhyatra Journey

Advertisment

ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ୬୮ ବର୍ଷରେ ବି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି। ସତେ ଯେମିତି ଏଠି ଭକ୍ତି ଆଗରେ ବୟସ ହୋଇଯାଇଛି ମୂଲ୍ୟହୀନ। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ସାନପାଟପୁର ଗ୍ରାମର ସୁରେନ୍ଦ୍ର ମଣ୍ଡଳ। କିଛିବର୍ଷ ତଳେ ଅସୁସ୍ଥ ହୋଇ ମରଣ ସହ ସଂଘର୍ଷ କରୁଥିଲେ। ଦେହ ଭଲ କରିଦେବାକୁ କାଳିଆ ପାଖରେ ମାନସିକ ରଖିଥିଲେ। ତାଙ୍କ ଡାକ ଶୁଣିଥିଲେ କାଳିଆ ସାଆନ୍ତେ ଓ ସୁରେନ୍ଦ୍ର ସୁସ୍ଥ ହୋଇଥିଲେ। ବାସ ଏବେ ତାଙ୍କୁ ରୋକେ କିଏ। ସେବେଠୁ ଆଜି ଯାଏଁ ୬ବର୍ଷ ଧରି ସେ ଘରୁ ପାଦରେ ଚାଲିଚାଲି ବାହାରି ପଡ଼ୁଛନ୍ତି ପୁରୀ ।

Advertisment

ପ୍ରତିବର୍ଷ ହାତରେ ବାଙ୍କୁଲାବାଡ଼ି ସାଙ୍ଗକୁ କାନ୍ଧରେ ଜଗନ୍ନାଥଙ୍କ ଧ୍ୱଜା ଧରି ପୁରୀ ଅଭିମୁଖେ ମାଡ଼ି ଯାଆନ୍ତି ସୁରେନ୍ଦ୍ର। ନୀଳଗିରିରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୨୪୦ କି.ମି। ହେଲେ ଲୀଳାମୟଙ୍କ ଭକ୍ତିର ଡୋରୀରେ ଟାଣି ହୋଇ ଯାଆନ୍ତି ସୁରେନ୍ଦ୍ର। ଯାତ୍ରା ଆରମ୍ଭରେ ସୁରେନ୍ଦ୍ରଙ୍କ ଧର୍ମପତ୍ନୀ ତାଙ୍କୁ ବନ୍ଦାପନା କରି ଘରୁ ବିଦାୟ ଦେଇ ତାଙ୍କ ଫେରିବା ବାଟକୁ ଅନାଇ ବସନ୍ତି ।

ଏ ବୟସ ବି ଚାଲି ଚାଲି ଏତେ ବାଟ ଯାଉଛନ୍ତି ସୁରେନ୍ଦ୍ର। କାଳିଆ ମହିମା ନଥିଲେ ଏସବୁ ଅସମ୍ଭବ ବୋଲି କହିଛନ୍ତି ଅଞ୍ଚଳବାସୀ । କଥାରେ ଅଛି କାଳିଆର କଳା ଭିତରେ ଥରେ ଯିଏ ହଜିଯାଏ, ସେ ଭୁଲିଯାଏ ସବୁ କଷ୍ଟ ଓ ଦୁଃଖ। ତାକୁ ଦେଖଯାଏ ତ କେବଳ ପତିତପାବନ ଧ୍ୱଜା ସାଙ୍ଗକୁ ନୀଳଚକ୍ର। ସତରେ କାଳିଆ ଲୀଳା ବୁଝିବା ଏତେ ବି ସହଜ ନୁହଁ ।

Advertisment

Lord Jagannath Padayatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ