/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662973250.jpg)
Bengaluru Doctor Leaves Car
ରୋଗୀଙ୍କ ପାଇଁ ଡାକ୍ତର ଦୌଡ଼ିଲେ ୩ କିମି। ଟ୍ରାଫିକ୍ରେ ଫସିଯିବା ପରେ ଜଣେ ଗୁରୁତର ରୋଗୀକୁ ବଞ୍ଚାଇବା ପାଇଁ ନିଜର ଜିଜାନ୍ ଲଗେଇଦେଲେ। ଖରାକୁ ଖାତିର ନକରି କାର୍ ଛାଡି ୩ କିଲୋମିଟର ଦୌଡି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର। ଆଉ ରୋଗୀଙ୍କ କଲେ ସଫଳ ଅସ୍ତ୍ରୋପଚାର। ଏଭଳି କିଛି ଘଟଣା ଘଟିଛି ବେଙ୍ଗାଲୁରୁରେ। ଡାକ୍ତର ହେବ ତ ଏମିତି। ସେଇଥିପାଇଁ ତ ଡ଼ାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ।
ଅଗଷ୍ଟ ୩୦ ତାରିଖ ଦିନ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି ସର୍ଜନ ଗୋବିନ୍ଦ ନନ୍ଦକୁମାର ଏକ ଜରୁରୀକାଳୀନ ଲାପ୍ରୋସ୍କୋପି ସର୍ଜରୀ କରିବା ପାଇଁ ସରଜାପୁରରେ ଥିବା ମଣିପାଲ ହସ୍ପିଟାଲ ଯାଉଥିଲେ। ହେଲେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ରେ ସେ ଫସି ଯାଇଥିଲେ। ବିଳମ୍ବ ହେଉଥିବା ଦେଖି ସେ ଟିକେ ହଡବଡେଇ ଯାଇଥିଲେ।
ସେ ଦିନ ୧୦ଟାରେ ସର୍ଜରୀ କରିବା ପାଇଁ ରୋଗୀଙ୍କୁ ସମୟ ଦେଇଥିଲେ ଡାକ୍ତର। କିନ୍ତୁ ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍ ଚେକ୍ କରିବା ପରେ ରାସ୍ତା ଉପରେ କାର୍ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ। ସେ କାର୍ରୁ ଓହ୍ଲାଇ ସରଜାପୁର-ମରାଠାହଲ୍ଲି ଖଣ୍ଡରୁ ହସ୍ପିଟାଲ ଯାଏଁ ଦୌଡି ଥିଲେ। ଆଉ ତୁରନ୍ତ ଯାଇ ରୋଗୀଙ୍କ ସଫଳ ଭାବେ ସର୍ଜରୀ କରିଥିଲେ।
ଡାକ୍ତରଙ୍କ କହବା ମୁତାବକ, ଟ୍ରାଫିକ୍ରେ ଫସିଯିବା କାରଣରୁ ତାଙ୍କୁ ସର୍ଜରୀକୁ ନେଇ ଚିନ୍ତା ହୋଇଥିଲା। ଏହାପରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେ ପ୍ରଥମେ ଗୁଗଲ ମ୍ୟାପ ସାହାଯ୍ୟରେ ହସ୍ପିଟାଲ ଯିବା ପାଇଁ ନିଷ୍ପତି ନେଇଥିଲେ। ଏଥିସହ କାର୍ରୁ ବାହାରି ରାସ୍ତା ଉପରେ ଦୌଡି ଦୌଡି ଯିବା ପାଇଁ ସେ ମନସ୍ଥ କରିଥିଲେ। ଦୌଡିବା ତାଙ୍କ ପାଇଁ ବେଶ୍ ସହଜ ଥିଲା, କାରଣ ସେ ନିୟମିତ ବ୍ୟାୟମ କରନ୍ତି। ୩ କିଲୋମିଟର ଦୌଡି ସେ ନିର୍ଦ୍ଧାରିତ ସମୟରେ ହସ୍ପିଟାଲରେ ପହଞ୍ଚି ସର୍ଜରୀ କରିଥିଲେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)