• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମଥାଣରୁ ଛପର ଖସିଗଲାଣି । ବାଉଁଶ କେରା କେରା ହୋଇ ଫାଟିଗଲାଣି । ଯେଉଁଠି ଦେଖିବେ, ଯେମିତି ଦେଖିବେ, ସବୁ ଆଡେ କଣା । ଘରର ଅବସ୍ଥା ଏମିତି ହେଲାଣି ଯେ ଦିନରେ ସୂର୍ଯ୍ୟ ଦିଶୁଛି ତ ସଂଧ୍ୟା ହେଲେ ଦିଶୁଛି ଚନ୍ଦ୍ର । ଘର ଦେଖିବା ପରେ ଆପଣ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଥିବେ ବୋଲି । ହେଲେ ସେହି ଘରେ ରହୁଛନ୍ତି ପୂରା ପରିବାର । ଖରାଦିନେ ଯାହା ଯେମିତି ରହିଯାଉଛନ୍ତି ହେଲେ ବର୍ଷା ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି ।

ଜରି ପାଲ ତାଳେ ଜୀବନ । ଭଙ୍ଗା ମାଟି କାନ୍ଥକୁ ଫଟା କପାଳ ନେଇ ଜୀବନ ସହ ପ୍ରତି ମୁହୂର୍ତ୍ତ ଜୁଝୁଛି ଗୋଟିଏ ପରିବାର । ସେମାନଙ୍କର ଦୁଃଖ ଏତେ ଯେ କହିବାର କୌଣସି ଆବଶ୍ୟକତା ନାହିଁ । ବରଂ ଘରର ଅବସ୍ଥା ଯିଏ ଦେଖିବ ସିଏ ବୁଝିପାରିବ ସେମାନେ କେମିତି ରହୁଛନ୍ତି ? କେଉଁ ପରିସ୍ଥିତିରେ ରହୁଛନ୍ତି । ହେଲେ ଉପାୟ ବି କିଛି ନାହିଁ । ଭାବୁଥିବେ ଘର ପାଇଁ ବୋଧହୁଏ ଏମାନେ କାହାରିକୁ କିଛି କହିନାହାନ୍ତି...ନା ଦର୍ଶକ ବନ୍ଧୁ ସେମାନେ କହି କହି ନୟାନ୍ତ ହୋଇଗଲେ ପଛେ ସେମାନଙ୍କର ଦୁଃଖ ଶୁଣିବାକୁ କାହା ପାଖରେ ସତେ ଯେମିତି ସମୟ ନାହିଁ ।

କଟକ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଞ୍ଚାୟତର କୁଳିଆ ଗାଁ । ଆଉ ସେହି ଗାଁରେ ରହୁଛନ୍ତି ରମେଶ ଓ ତାଙ୍କ ପୂରା ପରିବାର । ଜାଣି ଆଶ୍ଚର୍ଯ୍ୟ ହେବେ କି ରମେଶ ଦିନେ କାମ କଲେ ଦୁଇଦିନ ଅସୁସ୍ଥ ରହୁଛନ୍ତି । ତେଣୁ ଏମିତି ସ୍ଥିତିରେ ପରିବାର କେମିତି ଚଳୁଥିବ ସେ କଥା ଯିଏ ନାହିଁ ସିଏ ବୁଝିପାରିବ । କହିବାକୁ ଗଲେ ପାଦେ ପାଦେ ରମେଶଙ୍କ ପରିବାରର ଜୀବନ ପାଇଁ ରହିଛି ବିପଦ ।

ରମେଶଙ୍କ ଏହି ଦୁରାବସ୍ଥା ସତ୍ୱେ ଘର ଖଣ୍ଡିକ ଲାଗି ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଛନ୍ତି । ହେଲେ କିଛି ଲାଭ ହୋଇନି । ତେବେ ରମେଶଙ୍କ ଅସୁବିଧା ସମ୍ପର୍କରେ ନିଶ୍ଚିନ୍ତକୋଇଲି ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି, ରମେଶଙ୍କ ଅସୁବିଧା ସମ୍ପର୍କରେ ଆମେ ଅବଗତ ଅଛୁ । ନୂଆ ତାଲିକା ଆସିଲେ ଘର ନିଶ୍ଚୟ ମିଳିବ । ତେବେ ସମୟ କହିବ କେବେ ରମେଶଙ୍କୁ ମିଳୁଛି ସରକାରୀ ସହାୟତା, କେବେ ପାଉଛନ୍ତି ପକ୍କାଘର ।

 

  • Reported by:
  • Manoj Acharya