ଆଗରୁ ଥିଲେ, ଆର୍ମି ଅଫିସର । ଏବେ ଚଳାଉଛନ୍ତି ଫୁଡ୍ ଷ୍ଟଲ । ଆମେ କହୁଛୁ ଅବସରପ୍ରାପ୍ତ ସେନା ଅଧିକାରୀ ୭୯ ବର୍ଷୀୟ ବୃଦ୍ଧାଙ୍କ କଥା । ମଧ୍ୟପ୍ରଦେଶର ଇନ୍ଦୋରରେ ଫୁଡ୍ ଷ୍ଟଲ ଚଳାଉଛନ୍ତି ଏହି ବୃଦ୍ଧା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । କାଶିଶ ସୋନି ନାମକ ଜଣେ ବ୍ଲଗର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧା ଜଣକ ତାଙ୍କ ଷ୍ଟଲ ସେଟ୍ ଅପ୍ କରୁଛନ୍ତି । ଆଉ ତା'ପରେ ଇଡଲି ସମ୍ବର ପ୍ରସ୍ତୁତ କରୁଛନ୍ତି ।
ଯେତେବେଳେ ବ୍ଲଗର ଜଣକ ତାଙ୍କୁ ପଚାରିଛନ୍ତି ଯେ, ଆପଣ କ'ଣ ରୋଷେଇ କରୁଛନ୍ତି? ସେ ସମୟରେ ସ୍ମିତହାସ୍ୟ ଦେଇ 'ଇଡଲି-ସମ୍ବର କରୁଛି' ବୋଲି ଉତ୍ତର ରଖିଛନ୍ତି ବୃଦ୍ଧା । ଏହାପରେ ବ୍ଲଗର ଜଣଙ୍କ ଯେତେବେଳେ ପଚାରି ବୁଝିଛନ୍ତି ବୃଦ୍ଧାଙ୍କ ବିଷୟରେ ଯେଉଁ କଥା ଶୁଣିଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ବୃଦ୍ଧା କହିଛନ୍ତି, "ପୂର୍ବରୁ ମୁଁ ଭାରତୀୟ ସେନାରେ କାର୍ଯ୍ୟରତ ଥିଲି । ଅବସର ପରେ ଏହି ଷ୍ଟଲ ଖୋଲିବା ନିଷ୍ପତ୍ତି ନେଲି ।"
Also Read
ଏପରିକି ସେନାରେ କାମ କରିବା ସମୟରେ ଯେଉଁ ଶୃଙ୍ଖଳା ରହିବା କଥା ତାହା ଏବେବି ବୃଦ୍ଧାଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ସେହିପରି ରୋଷେଇରେ ରୁଚି ରଖନ୍ତି କି? ବୋଲି ପ୍ରଶ୍ନରେ ବୃଦ୍ଧା କହିଛନ୍ତି । କେବଳ ରୋଷେଇ ନୁହେଁ, ସବୁଥିରେ ମୋର ରୁଚି । ଅନ୍ୟପଟେ ବିବାହ କାହିଁକି କରିନାହାନ୍ତି ବୋଲି ପଚାରିଛନ୍ତି ବ୍ଲଗର । ଉତ୍ତରରେ ବୃଦ୍ଧା କହିଛନ୍ତି ଯେ, ବିବାହ କରିଥିଲେ ମୋର ଯାହା ରୁଚି ତାହା କରିପାରିନଥାନ୍ତେ ।
ଏହାପରେ ବ୍ଲଗର କାଶିଶ ସୋନି ତାଙ୍କୁ ଖାଇବା ପ୍ଲେଟ୍ ପିଛା ଟଙ୍କା ଦେଇଥିଲେ ବି ତାହାକୁ ଗ୍ରହଣ କରିନାହାନ୍ତି ବୃଦ୍ଧା । ଟଙ୍କା ନେବାକୁ ମନା କରି ସେ କହିଛନ୍ତି, ଚୁପ୍ଚାପ୍ ଏ ଟଙ୍କାକୁ ତୁମେ ରଖ । ତେବେ ବ୍ଲଗର ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ସେ ବହୁତ ଷ୍ଟ୍ରଙ୍ଗ । ସେ ବହୁତ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଇନ୍ଦୋରର ଶ୍ରୀନଗର ଏକ୍ସଟେନସନ ନିକଟ ଖଜରାନା ରୋଡ୍ ପାଖରେ ଥିବା ଚନ୍ଦ୍ରଲୋକ କଲୋନୀରେ ତାଙ୍କର ଷ୍ଟଲ ରହିଛି । ସେପଟେ ଏହି ପୋଷ୍ଟ ପରେ ୟୁଜରମାନେ କମେଣ୍ଟ କରି ବୃଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ।