Advertisment

ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଓଡ଼ିଆ ପୁଅର ଭଏସ୍, ଆସୁଛି ମିଲିୟନ ମିଲିୟନ ଭ୍ୟୁ...

ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ। ଆସୁଛି ମିଲିୟନ ମିଲିୟନ ଭ୍ୟୁ, ପ୍ରଶଂସା କରୁଛନ୍ତି ଦର୍ଶକ।

ଅଦ୍ୟତନ ହୋଇଛି
Arman’s Song Goes Viral

Arman’s Song Goes Viral

Advertisment

ୟୁଟ୍ୟୁବରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ । ପିଲାଦିନୁ ବିଭିନ୍ନ ସଚେତନଧର୍ମୀ ଗୀତ ଗାଇ ସମାଜକୁ କରୁଛନ୍ତି ସଚେତନ । ପୁରୀ ଜିଲ୍ଲା ନିମାପଡା ଡିହବାରି ଗ୍ରାମର ଦୀପକ ରଞ୍ଜନ ଓ ସିପ୍ରା ସାହୁଙ୍କ ଏକ ମାତ୍ର ପୁଅ ଅର୍ମାନ ଶାନ । ସ୍ଥାନୀୟ ଡିଏଭି ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ବାପା ମା ଦୁହେଁ ସରକାରୀ ଚାକିରିଆ । ତେଣୁ ଘରେ ପ୍ରାୟତଃ ଜେଜେ, ମା’ଙ୍କ ସହ ରୁହନ୍ତି ଅର୍ମାନ । ପିଲାଟି ଦିନୁ ସଙ୍ଗୀତ ପ୍ରତି ତାଙ୍କ ବେଶ ରୁଚି । ତେଣୁ ସବୁଦିନ ପାଠ ପଢା ସାରି ସେ ବସି ପଡନ୍ତି ସଙ୍ଗୀତ ଅଭ୍ୟାସରେ । ଭଜନ, ଆଧୁନିକ ଗୀତ ସହ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେ ବିଭିନ୍ନ ସଚେତନତା ଗୀତ ଗାଇଛନ୍ତି । ଯାହା ବେଶ ଲୋକପ୍ରିୟ ହେବା ସହ ୟୁଟ୍ୟୁବରେ ଭଲ ଭ୍ୟୁୟର୍ସଙ୍କୁ ଯୋଡି ପାରିଛି ।

Advertisment

ପ୍ଲାଷ୍ଟିକ ବର୍ଜନ ପାଇଁ ବାଏ ବାଏ ପ୍ଲାଷ୍ଟିକ, କରୋନା କାଳରେ ଆସିଛି କରୋନା, ଚାଇନା ଆପ ବର୍ଜନ ପରି ଲୋକପ୍ରିୟ ଗୀତ ଗାଇଛନ୍ତି ଅର୍ମାନ । ଏବେ ସ୍ୱଚ୍ଛତା ସପ୍ତାହ ଅବସରେ ସେ ଗାଇଥିବା "ଆସ ଆସ ଆମେ ଏକାଠି ହେବା ଗାଁ ସହରକୁ ସ୍ୱଚ୍ଛ ରଖିବା" ଗୀତ ବେଶ ମନଛୁଆଁ ହୋଇପାରିଛି । ତେବେ ବାପା ଦୀପକଙ୍କ ପିଲାଦିନୁ ସଙ୍ଗୀତ ପ୍ରତି ରୁଚି ଥିଲା । ତେଣୁ ଅର୍ମାନଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଦେଖି ସେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଅର୍ମାନଙ୍କ କୃତିତ୍ୱ ପାଇଁ ସେ ପିଲାଦିନୁ ନିଜ ବିଦ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନାର ଅଧିକାରୀ ହୋଇପାରିଛନ୍ତି । ତାଙ୍କ ସଫଳତା ଦେଖି ଏବେ ପରିବାର ଲୋକ ଓ ଗ୍ରାମବାସୀ ବେଶ ଖୁସି ଜାହିର କରିବା ସହ ଗର୍ବିତ ଅନୁଭବ କରୁଛନ୍ତି । ସମସ୍ତଙ୍କ ଆଶା ଅର୍ମାନ ସଙ୍ଗୀତ ମାଧ୍ୟମରେ ଆଗକୁ ଏହିଭଳି ଢଙ୍ଗରେ, ସମାଜକୁ ସଚେତନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ।

Advertisment

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ