ଅଭିନେତାରୁ IAS ଅଫିସର....ଅଭୟଙ୍କ ସଫଳତାର କାହାଣୀ

ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....

Abhay Daga Success Story

UPSCର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିନ ରାତି ବହୁତ କଠିନ ପରିଶ୍ରମ କରିବାକୁ ପଡେ । UPSCର ପରୀକ୍ଷା କ୍ଲିୟର କରିବା ପରେ IAS,IPS,IFS ଭଳି ବଡ଼ ବଡ଼ ଉଚ୍ଚ ପଦ ମିଳିଥାଏ । ତେବେଏଭଳି ଉଚ୍ଚ ପଦ ମିଳିବା ମଧ୍ୟ ସହଜ ନୁହେଁ । ଆଜି ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏ କି ବହୁତ ସଂଘର୍ଷ କରି IAS ଅଫିସର ହେବାର ସ୍ୱପ୍ନ ପୂରଣ କରିପାରିଛନ୍ତି । ଆସନ୍ତୁ ଜାଣିବା IAS ଅଫିସର ଅଭୟ ଡାଗାଙ୍କ ସଫଳତାର କାହାଣୀ...

UPSCର ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭୟଙ୍କ କାହଣୀ ବହୁତ ଅଲଗା । IAS ଅଫିସର ହେବା ପୂର୍ବରୁ ଅଭୟ ଅଭିନୟ କରୁଥିଲେ । ଏହା ସହ ଅଭୟ IITରୁ ଇଞିଜିନିୟରିଂର ଡିଗ୍ରୀ ହାସଲ କରିବା ପରେ UPSCର ପରୀକ୍ଷା ଦେବା ପାଇଁ ସ୍ଥିର କରିଥିଲେ । IITରେ ପଢୁଥିବା ବେଳେ ଅଭୟ ଅଭିନୟ ପ୍ରତି ଆକୃଷ୍ଟ ହେଇଥିଲେ ।

ଅଧିକ ପଢ଼ନ୍ତୁ: ୨୦ ଥରର ବିଫଳତା ପରେ ସଫଳତା; ୧୦ ହଜାରରୁ ଆରମ୍ଭ କରିଥିବା କମ୍ପାନୀ ଏବେ ୫୦୦ କୋଟି...

ସୂଚନା ଅନୁସାରେ IIT କଲେଜରେ ସବୁବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ନାଟକ ଓ ଥିଏଟରେ ଭାଗନେଇ ଅଭିନୟ କରୁଥିଲେ ଅଭୟ । ଅଭୟଙ୍କ ଅଭିନୟ ସମସ୍ତଙ୍କ ମନ ମୋହିଥିଲା । ଭଲ ଅଭିନୟ କରୁଥିବାରୁ ସେ ବିଭିନ୍ନ ସିରିଏଲ୍ ଓ ନାଟକ ପାଇଁ ଅଡ଼ିସନ୍ ଦେଇଥିଲେ । ସେହି ସମୟରେ ଷ୍ଟାର ପ୍ଲସ୍‌ର ଫେମସ୍ ସିରିଜ୍ ‘ସିୟା କେ ରାମ୍' ରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ମହାରାଷ୍ଟ୍ରର ୱାର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ ଅଭୟ ଡାଗା । ଅଭୟଙ୍କ ବାପା ମାଆ ପେଶାରେ ଦୁଇ ଜଣ ଡାକ୍ତର । ଅଭୟ ବାପାଙ୍କ ନାଁ ଡାକ୍ତର ରାଜେନ୍ଦ୍ର ଡାଗା ଓ ମାଆଙ୍କ ନାଁ ମୀନା ଡାଗା । ଅଭୟ ତାଙ୍କର ସ୍କୁଲର ପାଠପଢା ୱାର୍ଦ୍ଧାରେ ସମାପ୍ତ କରିଥିବା ବେଳେ ଏକାଦଶ ଓ ଦ୍ୱାଦଶର ପାଠପଢା ହାଇଦ୍ରାବାଦରେ ସଂପୂର୍ଣ୍ଣ କରିଥିଲେ । ଏହାପରେ ଗ୍ରାଜୁଏସନ୍ ପାଇଁ ସେ ଆଇଆଇଟି ଖଡ଼ଗପୁରରେ ନାମ ଲେଖାଇଥିଲେ ।

ଅଭୟ IIT ପଢୁଥିବା ସମୟରେ ଅଭିନୟ ଜାରି ରଖିଥିଲେ । ଏହାପରେ ଅଭୟ ୨୦୧୮ରେ ମାଇକ୍ରୋସଫ୍ଟର ସାଇବର ଟିମ୍‌ରେ କାମ କରିବା ଆରମ୍ଭ କରିଥିଲେ । ଅଭୟ ଚାକିରି ଛାଡ଼ିବା ନେଇ ତାଙ୍କ ପରିବାର ଲୋକ ଚିନ୍ତାରେ ପଡି ଯାଇଥିଲେ । ତେବେ ଅଭୟ ତାଙ୍କ ଚାକିରିକୁ ନେଇ ସନ୍ତୁଷ୍ଟ ନଥିଲେ। ଏହା ମଧ୍ୟରେ ସେ UPSC ପରିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଦୁଇ ବର୍ଷର କଠିନ ପରିଶ୍ରମ ପରେ ଅଭୟ ୨୦୨୩ରେ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ । ଶେଷରେ ୧୮୫ ରାଙ୍କ ରଖି IAS ଅଫିସର ହେବାର ସ୍ୱପ୍ନ ପୂରଣ କରିଥିଲେ  ଅଭୟ।

ଅଧିକ ପଢ଼ନ୍ତୁ: ୨୦ ହଜାର ପାଖରେ ଥିଲାବେଳେ ଚାକିରି ଛାଡ଼ିଥିଲେ, ଏବେ ତାଙ୍କର ୨୦୦ କୋଟିର କମ୍ପାନୀ !