Advertisment

ସଫଳ ହେଲା ପ୍ରେମ: ସୁଧାର ଗୃହରୁ ଶାଶୁଘର ଗଲେ ପୂଜାରିଣୀ

ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଅଦ୍ୟତନ ହୋଇଛି
A success love story of Pujarinee

A success love story of Pujarinee

Advertisment

ସଫଳ ହେଲା ପ୍ରେମ। ସୁଧାର ଗୃହରୁ ଶାଶୁଘର ଗଲେ ପୂଜାରିଣୀ। ୫ ବର୍ଷ ତଳେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିବା ବାପା ମାଆ ଛେଉଣ୍ଡ ଯୁବତୀ ପୂଜାରିଣୀ ଆଜି ନିଜ ଜବୀନ ସାଥି ପାଇଛନ୍ତି। ଯାଜପୁର ଜିଲ୍ଲା ପୌରପାଳିକା ଅଧିନସ୍ଥ ବାବହଳପୁର ସ୍ଥିତ ଏକ ମନ୍ଦିରରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଆଉ ବଡ କଥା ହେଲା ସେ ପ୍ରେମବିବାହ କରିଛନ୍ତି।

Advertisment

ଯାଜପୁର ସୁନ୍ଦୁରେଇମୁହଁ ଅଂଚଳର ଯୁବକ ବିଜୟ ଓଝା ସୁଧାର କେନ୍ଦ୍ରରେ କାମ କରିବାକୁ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରମେ ସମ୍ପର୍କ ଗଢିଉଠିଥିଲା। ବିଜୟ ମଧ୍ୟ ବାପା ମା ଛେଉଣ୍ଡ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା। ପରେ ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଏହି ନିଆରା ବିବାହ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁମଙ୍ଗଳ ସମିତି ଚେୟାରମେନ ସମସ୍ତେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।

Advertisment

Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ