/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671879344.jpg)
8 person who become idol and who gives inspiration
ଆଉ କେଇଟା ଦିନ ପରେ ୨୦୨୨ ଆମ ଗହଣରୁ ବିଦାୟ ନେବ। ଏହି ବର୍ଷ ଏମିତି କିଛି ଖରାପ ସମୟକୁ ଭେଟି ଦେଇଥିବା ବେଳେ ଅନେକ ଭଲ ସମୟ ମଧ୍ୟ ଦେଇଛି। ଏହି ବର୍ଷ ଏମିତି ଅନେକ କିଛି ଘଟି ଯାଇଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ। କେହି କେହି ସେମାନଙ୍କ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ତ ଆଉ କେହି ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ତେବେ ଆସନ୍ତୁ ଏସବୁକୁ ନେଇ ୮ ବ୍ୟକ୍ତିଙ୍କୁ ଜାଣିନେବା।
ତୁଳା ବେହେରା:
କାଳିଆର ଭାବକୁ ଯିଏ ବୁଝିଛି, ସିଏ ଜାଣିଛି। ଦୀର୍ଘ ବର୍ଷ ଧରି ଭିକ୍ଷା ମାଗି ଯାହା ସଞ୍ଚିଥିଲେ ସବୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଛନ୍ତି ତୁଳା ବେହେରା ନାମ୍ନୀ ଜଣେ ବୃଦ୍ଧା ଭିକ୍ଷୁଣୀ। ବୟସ ଏବେ ୬୦ରୁ ଉର୍ଦ୍ଧ୍ୱ ହେବ ଏବଂ ସେ ପ୍ରାୟ ୪୦ ବର୍ଷ ଧରି ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ ମନ୍ଦିର ସମେତ ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରି ଚଳୁଛନ୍ତି। ଅନେକ ବର୍ଷ ତଳୁ ତାଙ୍କ ସ୍ଵାମୀଙ୍କ ପରଲୋକ ହୋଇଯାଇଛି। ତା’ପରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି। ସଂସାରରେ ନିଜର ବୋଲି ତାଙ୍କର ଆଉ କେହି ନାହିଁ। ମନ୍ଦିର ସାମ୍ନାରେ ହିଁ ଗୋଟିଏ କୁଡିଆ ଘରେ ସେ ରହୁଛନ୍ତି। ହେଲେ ସେ ଯେଉଁ ଉଦାହରଣ ଦେଇଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଚକିତ କରିଦେଇଛି।
ସରୋଜିନୀ ମହନ୍ତ:
ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଦେଲେ ସରୋଜିନୀ ମହନ୍ତ
କଥାରେ ଅଛି 'ଯଦି ଇଚ୍ଛା ଥାଏ ତେବେ ଉପାୟ ବଳେ ବଳେ ଆସେ'। ଏହି ଲୋକକଥାଟି ଏବେ ଓଡିଶାର ଜଣେ ଦିନ ମଜୁରିଆ ମହିଳାଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ସେ ହୁଏତ ଜଣେ ସାଧାରଣ ମହିଳା ପରି ଦେଖାଯାଉଛନ୍ତି କିନ୍ତୁ ତାଙ୍କର ଅସାଧାରଣ ନିଷ୍ଠା ଏବଂ ପରିଶ୍ରମ କେବଳ ଦୁଇ ବର୍ଷରେ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଦେଇଛି। ତାଙ୍କର ଏହି ଉଦ୍ୟମକୁ ଜଙ୍ଗଲ ବିଭାଗ ପ୍ରଶଂସା କରିଛି ଏବଂ ବର୍ତ୍ତମାନ ଏହି ଛୋଟ ଜଙ୍ଗଲକୁ ତାଙ୍କ ନାମରେ 'ସରୋଜିନୀ ବନ' (ସରୋଜିନୀ ଜଙ୍ଗଲ) ଭାବରେ ନାମିତ କରାଯାଇଛି।
୪୨ ବର୍ଷୀୟ ସରୋଜିନୀ ମହନ୍ତ ଜଣେ ଦିନ ମଜୁରିଆ ଯିଏ ପ୍ରତିଦିନ ୩୧୫ ଟଙ୍କା ରୋଜଗାର କରନ୍ତି। ସେ ଓଡିଶାର ଉଲସୁରେଇ ଗ୍ରାମ ନିକଟରେ ରୁହନ୍ତି। ଜଙ୍ଗଲର ଯତ୍ନ ନେବା ପାଇଁ ତାଙ୍କୁ ଓଡିଶାର ବଣାଇ ଫରେଷ୍ଟ ଡିଭିଜନରେ ନିଯୁକ୍ତି ଦିଆଯାଇଥିଲା। ସେ ଦୁଇ ବର୍ଷ ଭିତରେ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ସାଗର ଓଭଲ୍କର୍ :
#1stmallakhambworldchampionship#champion#winner#mallakhambwc2019pic.twitter.com/qA6Duf8G22
— Sagar Ovhalkar (@SOvhalkar) February 18, 2019
୨୫ ବର୍ଷୀୟ ଭାରତୀୟ ଜିମ୍ନାଷ୍ଟ ସାଗର ଓଭଲ୍କର୍ ପ୍ରଥମ ଭାରତୀୟ ପୁରୁଷ ହୋଇପାରିଛନ୍ତି ଯାହାଙ୍କୁ 'ମଲ୍ଲଖମ୍ବ' ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନଭେମ୍ବର ୩୦, ୨୦୨୨ରେ ସାଗରଙ୍କୁ 'ମଲ୍ଲଖମ୍ବ' ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ମୁମ୍ବାଇର ଏକ କେମିକାଲ୍ ପ୍ରୋସେସ୍ ପାଇପ୍ କମ୍ପାନୀରେ ପ୍ରୋଜେକ୍ଟ କୋଅର୍ଡିନେସନ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଦିନରେ କାମ କରନ୍ତି ଏବଂ ରାତିରେ ଅଭ୍ୟାସ କରନ୍ତି। ସାଗର ୨୦୧୯ ବିଶ୍ୱ ମଲ୍ଲଖମ୍ବ ଚାମ୍ପିଅନ୍ସିପ୍ରେ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।
ମା-ଝିଅଙ୍କ ସଫଳତା:
ଉଭୟ ମା-ଝିଅ ପୋଲିସର ଶାରୀରିକ ଦକ୍ଷତା ପରୀକ୍ଷାରେ ସଫଳ ହୋଇ ସବ୍-ଇନ୍ସପେକ୍ଟର ହୋଇଗଲେଚଳିତ ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାର ନେଲକୋଣ୍ଡାପାଲ୍ଲି ମଣ୍ଡଳର ଚେନ୍ନାରାମ ଗାଁର ଏକ ମା-ଝିଅ ଯୋଡି ସଫଳତା ପାଇଛନ୍ତି। ମା ଥୋଲା ନାଗମଣିଙ୍କୁ ୩୮ ବର୍ଷ ବର୍ଷ ହୋଇଥିବା ବେଳେ ଝିଅ ତ୍ରିଲୋକିନୀଙ୍କ ବୟସ ୨୧। ଏହି ଦୁଇ ମା-ଝିଅ ଶହ ଶହ ଲୋକଙ୍କ ସହ ପୋଲିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଡିସେମ୍ବର ୧୪, ବୁଧବାର ଦିନ ପୋଲିସ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଚାଲିଥିବା ପୋଲିସ୍ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଉଭୟ ଏକାଠି ଫିଜିକାଲ୍ ଫିଟନେସ୍ ଟେଷ୍ଟ୍ କ୍ଲିଅର କରିଛନ୍ତି ଏବଂ ଲିଖିତ ପରୀକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି।
ହାରିକା:
Dare to dream and then never stop working until you achieve them.
This is the story of Harika,who passed and excelled in the MBBS exams via YouTube videos. I met her and her mother and extended my support towards her dreams by handing over the first installment of her fees
(1/2) pic.twitter.com/8NIUqSk91e— Kavitha Kalvakuntla (@RaoKavitha) November 9, 2022
ସବୁ କଷ୍ଟ ସତ୍ତ୍ୱେ ହାଇଦ୍ରାବାଦ ନିଜାମ୍ବାଦ୍ର ଝିଅ ହାରିକା MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରିବାରରେ ବାପା ମାଆ ବିଡ଼ି ଫ୍ୟାକ୍ଟ୍ରିରେ କାମ କରନ୍ତି । ଆଉ ବିଡ଼ି ତିଆରି କରି ଯାହା ଯେତିକି ରୋଜଗାର କରନ୍ତି, ସେତିକିରେ ପୁରା ପରିବାର ଚଳେ। ସେହି ରୋଜଗାରରେ ହିଁ ହାରିକାଙ୍କ ପାଠ ପଢ଼ା ଚାଲୁଥିଲା। ତାଙ୍କ ଝିଅ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରିବାର ପାଇଁ ଗୌରବ ଆଣିଛନ୍ତି। ଏହି କାହାଣୀ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛି। ହାରିକା କୌଣସି ଟ୍ୟୁସନ୍ କିମ୍ବା ସାର୍ଙ୍କ ପାଖରେ ପାଠ ପଢ଼ି MBBS ପାଇ ନାହାନ୍ତି। ତାଙ୍କ ପାଠ ପଢିବାରେ ୟୁଟ୍ୟୁବ୍ ହିଁ ସାହାରା ହୋଇଥିଲା।
ଡାକ୍ତର ବେଣୁଧର ପାଣ୍ଡେ:
ବୁର୍ଲା ଭିମସାରର ଗାଇନିକ୍ ସ୍ପେଶାଲିଷ୍ଟ ଡାକ୍ତର ହେଉଛନ୍ତି ବେଣୁଧର ପାଣ୍ଡେ। ମାସ ସାରା ସହରରେ ଡାକ୍ତରୀ କରୁଥିଲେ ବି, ବେଣୁଧର ଅପେକ୍ଷା କରିଥାନ୍ତି ପ୍ରତି ମାସର ଚତୁର୍ଥ ଶନିବାରକୁ। କାରଣ ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଛୋଟିଆ ଗାଁ ସଂସାମୁରାକୁ।
ମାସର ଗୋଟିଏ ଦିନ ସେଠି ଖୋଲେ ତାଙ୍କର ମାଗଣା କ୍ଲିନିକ୍। ବିନା କୌଣସି ଫି’ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଲାଗିରହେ ରୋଗୀଙ୍କ ଲମ୍ବା ଲାଇନ୍। ପ୍ରାୟ ୧୦ ବର୍ଷ ହେଲାଣି ଏମିତି ନିଆରା ଅଭିଯାନ ଚଳାଇଛନ୍ତି ଦରଦୀ ଡାକ୍ତର ଜଣକ। ଆବଶ୍ୟକ ପଡ଼ିଲେ ବଲାଙ୍ଗିର ଓ ବୁର୍ଲା ନେଇ ମାଗଣାରେ ବିଭିନ୍ନ ପରୀକ୍ଷା ଓ ଅସ୍ତ୍ରୋପଚାର ଆଦି ମଧ୍ୟ କରାଉଛନ୍ତି।
ଦିଗମ୍ବର ମହାପାତ୍ର:
ଦରଦୀ ନାରାୟଣ ସାଜିଛନ୍ତି ଦିଗମ୍ବର ମହାପାତ୍ର। ବୟସ ପାଖାପାଖି ୮୦ ହେଲାଣି । ହେଲେ ଆଜି ବି ସେ ଥକିନାହାନ୍ତି କି ହାର ମାନିନାହାନ୍ତି। ସକାଳ ହେବା ମାତ୍ରେ ସେ ତାଙ୍କ ୧୬ ଇଞ୍ଚିଆ ସାଇକେଲ ଧରି ପୂରା ଅଞ୍ଚଳରେ ତନ୍ନ ତନ୍ନ କରି ବୁଲନ୍ତି ଆଉ ରୋଗୀଙ୍କୁ ବଢାଇଦିଅନ୍ତି ଔଷଧ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିଗମ୍ବର ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। କିନ୍ତୁ ନିଜର ଦୃଢ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ହୋମିଓପାଥି ଉପରେ ଅନେକ ଜ୍ଞାନ ଆହରଣ କରିଛନ୍ତି। ବାଣପୁର ଅଂଚଳରେ ସିଏ ଦିଗାଭାଇନା ଭାବେ ପରିଚିତ। ସେ ମାତ୍ର କୋଡିଏ ବର୍ଷ ବୟସରୁ ହୋମିଓପ୍ୟାଥି ଡାକ୍ତର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପାଖରେ ରହି କାମ କରୁ କରୁ ନିଜେ ଏବେ ହୋମିଓପାଥି ଡାକ୍ତର ହୋଇଯାଇଛନ୍ତି।
ଭୂମିକା ସାହୁ:
ନୂଆପଡ଼ା ସଦର ବ୍ଲକ୍ ବୁଏରଭାଡି ଗାଁରେ ବିରାଟ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି ଭୂମିକା ସାହୁ। ଗାଁ ଲୋକମାନଙ୍କର ଦୁଃଖ ଭୂମିକାଙ୍କୁ ବ୍ୟତିବ୍ୟସ୍ତ କରିପକାଉଥିଲା। ଖାଲି ବ୍ୟସ୍ତ କରୁଥିଲା ତାହା ନୁହେଁ ବରଂ ଏମାନେ କେମିତି ରୋଜଗାର କରିବେ ସେନେଇ ଅନେକ ଚିନ୍ତା କରୁଥିଲେ ଭୂମିକା। ସେଇଥିପାଇଁ ତ ଗାଁରେ ଆରମ୍ଭ କରିଦେଲେ ସ୍ୱୟଂ ସହାୟକ ଗୋଷ୍ଠୀ। ଯାହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିବା ସହ ଦାଦନ ସଂଖ୍ୟା କମିବ ବୋଲି ଭୂମିକା ଚିନ୍ତା କରିଥିଲେ। ତାଙ୍କା ଉଦ୍ଦ୍ୟମରେ ଗାଁରେ ୨୮ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଢି ଉଠିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)