Advertisment

କଲବଲ କରୁଛି ଅଣ୍ଟାତଳ ଘା’: ବଞ୍ଚି ଥାଉ ଥାଉ ନର୍କଯନ୍ତ୍ରଣା ଭୋଗୁଛନ୍ତି ପ୍ରଭାତ

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ

jajpur

jajpur

Advertisment

ଯାଜପୁର( ଅଭୟ ପତି) : କଲବଲ କରୁଛି ଅଜାଗା ଘା । ଯନ୍ତ୍ରଣାରେ ଘାରି ହେଉଛନ୍ତି ଯୁବକ । ଦୀର୍ଘ ୭-୮ ମାସ ହେବ ରୋଗଶଯ୍ୟାରେ ପଡ଼ି କଲବଲ ହେଉଛନ୍ତି । ଡାକ୍ତର ଦେଖାଇ ଚିକିତ୍ସା କରାଉଥିଲେ ବି ଘା ଶୁଖିବା ନାଁ ଧରୁନି। ତେଣୁ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯେଉଁ ବୟସରେ ସେ ପରିବାରର ଦୁଃଖ ବୁଝିବା କଥା ଏବେ ତାଙ୍କ ଦୁଃଖ ହିଁ ପରିବାର ପାଇଁ ବୋଝ ସାଜିଛି । କିପରି ସୁସ୍ଥ ହେବେ ? କିଏ ତାଙ୍କୁ ସାହା ହେବ ? ଏନେଇ ଭାଳି ହେଉଛନ୍ତି ପରିବାର ଲୋକ । ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖମଣ ପଞ୍ଚାୟତର ନୂଆପାଟଣା ଗାଁରେ।

Advertisment

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ । ବିଛଣା ରେ ପଡିରହି ହାତଗୋଡ ବି ଅଚଳ ହୋଇଗଲାଣି । ରୋଜଗାରିଆ ପୁଅଟି ଏବେ ଶଯ୍ୟାଶାୟୀ ହୋଇପଡ଼ିବାରୁ ଚିନ୍ତାରେ ବାପାମା ଏବଂ ପରିବାର ଲୋକେ । ବିଭିନ୍ନ ଆଡେ ଡାକ୍ତର ଦେଖାଇ ଚିକିତ୍ସା କରୁଛନ୍ତି । ହେଲେ କିଛି ହୋଇପାରୁନି । ଶେଷରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ, ହେଲେ ଘା ଶୁଖିବା ନାଁ ଧରୁନି ।

ପ୍ରଭାତଙ୍କ ବାପା କୃଷ୍ଣଚନ୍ଦ୍ର ହେଉଛନ୍ତି ଜଣେ ଗରିବ ଓ ଦିନ ମଜୁରିଆ । ଯେଉଁଠି ଓଳିଏ ଖାଇ ସାଧାରଣ ଭାବେ ବଞ୍ଚିବା କଷ୍ଟକର ସେଠାରେ ସେ ପୁଅର ଉନ୍ନତ ଚିକିତ୍ସା ବା କରିବେ କିପରି। ତେଣେ କରୋନା ପାଇଁ କାମଧନ୍ଦା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ଜଟିଳ ହୋଇପଡିଛି । ଏଭଳି ପରିସ୍ଥିତିରେ ପ୍ରଭାତଙ୍କ ପରିବାର ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା ଯୋଗାଇ ଦେଲେ ପୁଅର ଉନ୍ନତ ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ଆଶା କରିଛନ୍ତି । ସେପଟେ ସମ୍ପୃକ୍ତ କୋରେଇ ବ୍ଲକ ବିଡ଼ିଓଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ସେ ଏହାର ତଦନ୍ତ କରି ସରକାରୀ ବ୍ୟବସ୍ଥା ଅନୁସାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment
Health Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ