Advertisment

ବେକରେ ଯନ୍ତ୍ରଣା ହେଉଛି କି, ଏହି ଯୋଗ କରି ମୁକ୍ତି ପାଆନ୍ତୁ

ବେକ ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ହେଲେ ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ବଢି ପିଠି ଏବଂ କାନ୍ଧରେ ପହଞ୍ଚିଯାଏ। ତେବେ ଆସନ୍ତୁ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଆସନ ଦରକାର ସେ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Yogasanas for neck pain relief

Yogasanas for neck pain relief

Advertisment

ଆଜିର ଏ ଧାଁ ଦୌଡ ଜୀବନରେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ଆମେ ଏହାକୁ ଭୁଲିଯାଉ। ଦୈନନ୍ଦିନ ଜୀବନର ଅନେକ କୁ-ଅଭ୍ୟାସ ଶରୀରରେ ଯନ୍ତ୍ରଣା ବଢେଇଥାଏ। କେତେକ କ୍ଷେତ୍ରରେ ଏହା ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିକରେ, ଯେଉଁଥିପାଇଁ ସାଧାରଣ ଜୀବନର କାମ କଷ୍ଟକର ହୋଇଯାଏ।

Advertisment

ଏହିସବୁ ସମସ୍ୟା ମଧ୍ୟ ଗୋଟିଏ ହେଉଛି ବେକ ଯନ୍ତ୍ରଣା। ଏଥିପାଇଁ ଅଧିକାଂଶ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି। ଟେଲିଭିଜନ୍, ଲାପଟପ୍ କିମ୍ବା ଡେସ୍କଟପ୍ ସାମ୍ନାରେ ଦୀର୍ଘ ସମୟ ବସିବାର ଅଭ୍ୟାସ ଏହି ସମସ୍ୟାକୁ ଯଥେଷ୍ଟ ବୃଦ୍ଧି କରିଛି। ବେକ ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ରହିଲେ ଯନ୍ତ୍ରଣା ହେବା ଏକ ସାଧାରଣ କଥା।

ତେବେ ଏହି ବେକ ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ହେଲେ ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ବଢି ପିଠି ଏବଂ କାନ୍ଧରେ ପହଞ୍ଚିଯାଏ। ଏହି କାରଣରୁ ଅନେକ ସମସ୍ୟା ସୃଷ୍ଟି ହୁଏ।

Advertisment

କେତେକ ପରିସ୍ଥିତିରେ, ସାଧାରଣ କାର୍ଯ୍ୟ କରିବା ମଧ୍ୟ କଷ୍ଟକର ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅଭ୍ୟାସ ବହୁତ ସହାୟକ ହୋଇପାରେ। ତେବେ ଆସନ୍ତୁ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ସବୁ ଆସନ ଦରକାର ସେ ବିଷୟରେ ଜାଣିନେବା।

ମାର୍ଜାରୀ ଆସନ:

ମାର୍ଜାରୀ ଆସନ ଅଭ୍ୟାସ କରିବା ଦ୍ୱାରା ବେକ ସମସ୍ୟାରୁ ମୁକ୍ତି ମିଳିଥାଏ। ସାଧାରଣତଃ ଏହି ଯୋଗ ଅଭ୍ୟାସ ପିଠି ଓ ପେଟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ବିବେଚନା କରାଯାଏ। ଏହି ଅଭ୍ୟାସ ସମୟରେ ବେକରେ ମଧ୍ୟ ପ୍ରଭାବ ପଡିଥାଏ। ଏହି ଆସନର ନିୟମିତ ଅଭ୍ୟାସ ବେକ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହି ଆସନ ବେକ ଯନ୍ତ୍ରଣା କମାଇବା ସହ ନମନୀୟତା ମଧ୍ୟ ବଢେଇଥାଏ।

Advertisment

ଭୁଜଙ୍ଗାସନ:

ବେକ ଯନ୍ତ୍ରଣା ରୋକିବା ପାଇଁ ଭୁଜଙ୍ଗାସନ ଏକ ଉତ୍ତମ ଅଭ୍ୟାସ। ଏହା ବେକର ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଶକ୍ତିଶାଳୀ ମାଂସପେଶୀ ଦୀର୍ଘ ସମୟର ବେକ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରେ। ପେଟ ଉପରେ ଶୋଇ ଛାତି ଉପରକୁ ଉଠାଇବା ଦ୍ୱାରା ବେକ ଏବଂ ମେରୁଦଣ୍ଡ ଉପରେ ଚାପ ପଡିଥାଏ। ଫଳରେ ଏହି ମାଂସପେଶୀର ସକ୍ରିୟତା ବଢିଥାଏ ଏବଂ ଯନ୍ତ୍ରଣା କମିଯାଏ। ବେକ ଯନ୍ତ୍ରଣା ଦୂର କରିବାରେ ଏହି ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ।

ନଟରାଜସନ:

ଶାରୀରିକ ସ୍ଥିତିକୁ ସୁଦୃଢ଼ କରିବା, ମେରୁଦଣ୍ଡକୁ ଷ୍ଟ୍ରେଚ୍ କରିବା, ମାଂସପେଶୀର ଯନ୍ତ୍ରଣା କମାଇବା, ବେକ ଯନ୍ତ୍ରଣା ଦୂର କରିବା ଏବଂ ମନକୁ ଶାନ୍ତ କରିବା ପାଇଁ ନଟରାଜସନ ଅତ୍ୟନ୍ତ ଉପକାରୀ। ବେକ ସହିତ, ଏହି ଆସନ କାନ୍ଧ, ପିଠି, ହାତ ଓ ଗୋଡକୁ ମଧ୍ୟ ମଜବୁତ କରେ। ଏହି ଆସନ ମେଟାବୋଲିଜିମ୍ ବୃଦ୍ଧି କରି ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ଏହି ଆସନର ଅଭ୍ୟାସ ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ।

Yogasana Yoga For Neck Pain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ