Advertisment

ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ମୁକ୍ତିଦେବ ଏହି ଆସନ

ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ୍‌ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ କରିବାର ଅଛି।

ଅଦ୍ୟତନ ହୋଇଛି
Yogasanas for back pain problems

Yogasanas for back pain problems

Advertisment

କରୋନାର ଏହି ସମୟରେ ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ରିମୋଟ୍‌ ଷ୍ଟଡି ଏବଂ ଅଫିସ୍ କାମ ଆରମ୍ଭ ହୋଇଥିଲା। କରୋନା ବିପଦକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଏହାକୁ ଏକ ଆବଶ୍ୟକୀୟ ତଥା ଲାଭଦାୟକ ବୋଲି ବିଚାର କରୁଥିବା ବେଳେ ୱାର୍କ ଫ୍ରମ୍ ହୋମ୍ ମଧ୍ୟ ଲୋକଙ୍କଠାରେ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ଜଟିଳତା ବୃଦ୍ଧି କରୁଛି। ଅଧିକାଂଶ ଲୋକ ଘରେ ରହି କାମ କରୁଥିବା ବେଳେ ପ୍ରାୟ ସମୟ ବସିବାକୁ ପଡୁଛି। ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ କ୍ଷତିକାରକ।

Advertisment

ଅନୁସନ୍ଧାନରୁ ଜଣାପଡିଛି ଯେ ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ କରିବାର ଅଛି।

ଅଧୋମୁଖ ଶ୍ୱାନାସନ:

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଧୋମୁଖ ଶ୍ୱାନାସନ ବିଶେଷ ଉପକାରୀ ବୋଲି ବିବେଚନା କରାଯାଏ। ଶରୀରକୁ ଷ୍ଟ୍ରେଚିଂ କରିବା ପାଇଁ ଏହି ଆସନ ଅତ୍ୟନ୍ତ ପ୍ରଭାବଶାଳୀ। ଏହା ମେରୁଦଣ୍ଡକୁ ସିଧା ଓ ନମନୀୟ କରିବା ସହ ମାଂସପେଶୀର ସକ୍ରିୟତାକୁ ବୃଦ୍ଧି କରି।

Advertisment

ବାଳାସନ:

ବାଳାସନ ଅଭ୍ୟାସ ସାଧାରଣତଃ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ସହିତ ପିଠି ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଆସନର ଅଭ୍ୟାସ ମାଂସପେଶୀକୁ ଷ୍ଟ୍ରେଚିଂ କରିବା ସହ ଯନ୍ତ୍ରଣା ସୃଷ୍ଟି କରୁଥିବା ସମସ୍ୟାଗୁଡିକ ଦୂର କରିବାରେ ଲାଭଦାୟକ ହୋଇଥାଏ। ଯେଉଁମାନଙ୍କର ପ୍ରାୟତଃ ପିଠି କିମ୍ବା ଅଣ୍ଟା ଯନ୍ତ୍ରଣା ହୁଏ, ସେମାନେ ଦୈନିକ ବାଳାସନ ଅଭ୍ୟାସ କରିବା ଜରୁରୀ।

ସେତୁବନ୍ଧାସନ:

ଆଣ୍ଟା ଓ ପିଠି ଯନ୍ତ୍ରଣା ସମସ୍ୟାକୁ ଦୂର କରିବା ପାଇଁ ସେତୁବନ୍ଧାସନା ଅତ୍ୟନ୍ତ ଉପକାରୀ। ପିଠିର ନିମ୍ନ ଭାଗର ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହା ସବୁଠାରୁ ପ୍ରଭାବଶାଳୀ। ଅଣ୍ଟା ସହିତ ପେଟ, ପିଠି, ଜଙ୍ଘ ଏବଂ ହାମଷ୍ଟ୍ରିଙ୍ଗ୍ ମାଂସପେଶୀ ପାଇଁ ସେତୁବନ୍ଧାସନା ଅତ୍ୟନ୍ତ ଉପକାରୀ। ଗୋଡକୁ ମଜବୁତ କରିବା ସହିତ ଥକାପଣ କମାଇବା ପାଇଁ ଏହାକୁ ନିୟମିତ ଅଭ୍ୟାସ ମଧ୍ୟ କରାଯାଇପାରେ।

Advertisment
Yogasana Yoga For Back Pain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ