Advertisment

Yogasana: ଅସହ୍ୟ ଗରମରେ ଜଳିଯାଉଛି ଦେହ; ଏହିସବୁ ଯୋଗାସନ କରି ପାଆନ୍ତୁ ମୁକ୍ତି

ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅଥୟ କରି ପକଉଛି। ସୂର୍ଯ୍ୟତାପରେ ପୋଡି ଯାଉଛି ଦେହ। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏହିସବୁ ଯୋଗାସନ କଲେ ଜଣାପଡିବନି ଗରମର ପ୍ରଭାବ।

ଅଦ୍ୟତନ ହୋଇଛି
Yoga Day 2023

Yoga to releave from summer hit

Advertisment

ଗ୍ରୀଷ୍ମର ପ୍ରଭାବ କମିବା ନାଁ ଧରୁନି। ସବୁଆଡେ ପାରଦ ୪୦ ଉପରେ ରହୁଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅଥୟ କରି ପକଉଛି। ସୂର୍ଯ୍ୟତାପରେ ପୋଡି ଯାଉଛି ଦେହ। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଯୋଗଶାସ୍ତ୍ର ଅନୁସାରେ ଏମିତି କିଛି ଉପାୟ ଅଛି ଯାହାକୁ ଗ୍ରହଣ କରି ଯେ କେହି ବି ରୌଦ୍ରତାପର ପ୍ରକୋପରୁ ନିଜକୁ ରକ୍ଷା କରିପାରିବ। ଗରମର ପ୍ରଭାବକୁ କମ କରିପାରିବ। ଆସନ୍ତୁ ଏମିତି କିଛି ଯୋଗାସନ ଉପରେ ନଜର ପକେଇ ନେବା।

Advertisment

ପ୍ରାଣାୟାମ:

ପ୍ରାଣାୟାମ କରିବା ପାଇଁ ବିଭିନ୍ନ ପ୍ରକାର ଧ୍ୟାନାସନକୁ ଆପଣାଯାଇପାରେ। ପଦ୍ମାସନ ହେଉଛି ସର୍ବୋତ୍ତମ ସ୍ଥିତି। ଯଦି ଆପଣ ପଦ୍ମାସନରେ ବସିବାକୁ ସକ୍ଷମ ନୁହଁନ୍ତି, ତେବେ ସୁଖାସନ ସ୍ଥିତିରେ ବସିପାରିବେ।

ଅଧିକ ପଢ଼ନ୍ତୁ: ସବୁବେଳେ ଥଣ୍ଡା କାଶ ଲାଗି ରହୁଛି କି; କରନ୍ତୁ ଏହି ୪ଟି ଯୋଗାସନ

ଶୀତକାରୀ ପ୍ରାଣାୟାମ:

  • ଦାନ୍ତକୁ ହାଲୁକା ଖୋଲା ରଖନ୍ତୁ
  • ଜିଭକୁ ଦାନ୍ତ ପଛରେ ରଖି ନଳୀ ସଦୃଶ କରନ୍ତୁ
  • ଜିଭର ନଳୀ ମଧ୍ୟରେ ଗଭୀର ଶ୍ୱାସ ନିଅନ୍ତୁ
  • ଜଳନ୍ଧର ମୁଦ୍ରା କରି ଶ୍ୱାସକୁ କିଛି ସମୟ ଭିତରେ ଧରି ରଖନ୍ତୁ
  • ନାକ ଦେଇ ଶାସ ଛାଡନ୍ତୁ
  • ଏଭଳି ଅତିକମରେ ୧୧ ଥର କରନ୍ତୁ
  • ଯଦି ଓଠ ଶୁଖିଯାଉଛି ତେବେ ଆରମ୍ଭରେ ଏହାକୁ ପାଞ୍ଚରୁ ଛଅ ଥର କରନ୍ତୁ
Advertisment

ଏହି ପ୍ରାଣାୟମ ଦିନର ଯେକୌଣସି ସମୟରେ କରାଯାଇପାରିବ। ଏହା ମସ୍ତିଷ୍କକୁ ଥଣ୍ଡା ରଖିବା ସହିତ ଶରୀରର ତାପମାତ୍ରା କମାଇବାରେ ସାହାଯ୍ୟ କରେ। ତେବେ ଯେଉଁମାନଙ୍କର ଥଣ୍ଡା ଭଳି ସମସ୍ୟା ଅଛି ସେମାନେ ଏହା କରିବା ଉଚିତ୍ ନୁହେଁ।

ଶୀତଳୀ ପ୍ରାଣାୟାମ:

  • ଦାନ୍ତକୁ ହାଲୁକା ବନ୍ଦ ରଖନ୍ତୁ
  • ପାଟି ବାଟେ ଧିରେ ଧିରେ ଶ୍ୱାସ ନିଅନ୍ତୁ
  • ଦାନ୍ତ ସନ୍ଧି ଦେଇ ଥଣ୍ଡା ଥଣ୍ଡା ବାୟୁ ଯିବା ଅନୁଭବ କରନ୍ତୁ
  • ଜଳନ୍ଧର ମୁଦ୍ରା କରି ଶ୍ୱାସକୁ କିଛି ସମୟ ଭିତରେ ଧରି ରଖନ୍ତୁ
  • ନାକ ଦେଇ ଶାସ ଛାଡନ୍ତୁ
  • ଏଭଳି ଅତିକମରେ ୧୧ ଥର କରନ୍ତୁ
Advertisment

ଧ୍ୟାନଦେବେ ଏହି ଦୁଇଟି ପ୍ରାଣାୟାମ କେବଳ ଗ୍ରୀଷ୍ମଋତୁରେ ଅଭ୍ୟାସ କରାଯାଏ। ଶୀତଦିନେ କରିବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ସମସ୍ୟା ହୋଇପାରେ।

ଭ୍ରାମରୀ ପ୍ରାଣାୟାମ :

  • ମସ୍ତିଷ୍କକୁ ଥଣ୍ଡା ରଖିବା ପାଇଁ ଭ୍ରାମରୀ ପ୍ରାଣାୟାମ ଖୁବ୍ ଭଲ
  • ଯେକୌଣସି ଧ୍ୟାନାସନରେ ବସନ୍ତୁ
  • ଦୁଇ ପାପୁଲି ବ୍ୟବହାର କରି କାନ ଏବଂ ଆଖି ବନ୍ଦ କରି 'ଉଁ…(ଭ୍ରମର କରି ଶବ୍ଦ)' ଧ୍ୱନି ଉଚ୍ଚାରଣ କରନ୍ତୁ
  • ଏହାକୁ ୧୦ରୁ ୧୨ ଥର କରନ୍ତୁ

ଯୋଗାସନ:

ସର୍ବାଙ୍ଗାସନ:

ଗ୍ରୀଷ୍ମ ଋତୁରେ ଶରୀରର ତାପମାତ୍ରା ବହୁତ ବଢିଯାଏ। ସର୍ବାଙ୍ଗାସନ କରିବା ଦ୍ୱାରା ରକ୍ତ ପ୍ରବାହ ମସ୍ତିଷ୍କ ଆଡକୁ ହୋଇଥାଏ। ଗର୍ଭାଶୟ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ଏହା କରିବା ଉଚିତ ନୁହେଁ।

କିପରି କରିବେ:

  • କମ୍ବଳ କିମ୍ବା ଯୋଗ ମ୍ୟାଟ୍ ପକେଇ ପିଠିପଟିଆ ଶୋଇପଡନ୍ତୁ
  • ଦୁଇ ଆଣ୍ଠୁକୁ ଭାଙ୍ଗି ଦୁଇ ଗୋଡକୁ ଉପରକୁ ଉଠାନ୍ତୁ
  • କାନ୍ଧକୁ ଭୂମିରେ ରଖି ଦୁଇ ହାତକୁ ଅଣ୍ଟା ତଳକୁ ରଖନ୍ତୁ
  • ଉଭୟ ଗୋଡକୁ ସିଧା ଉପରକୁ ରଖନ୍ତୁ ଏବଂ ବେକ ପାଖରୁ ୯୦ ଡିଗ୍ରୀର ଏକ କୋଣ ତିଆରି କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ ଏବଂ ତା’ପରେ ଧୀରେ ଧୀରେ ତଳକୁ ଆସନ୍ତୁ

ପବନମୁକ୍ତାସନ:

ଶରୀରରୁ ଶୀଳତ କରିବାରେ ଏହି ଆସନ ମଧ୍ୟ ସହଯୋଗ କରେ। ହଜମ ପ୍ରକ୍ରିୟାକୁ ମଧ୍ୟ ଏହା ସୁସ୍ଥ ରଖେ।

କିପରି କରିବେ:

  • କମ୍ବଳ କିମ୍ବା ଯୋଗ ମ୍ୟାଟ୍ ପକେଇ ପିଠିପଟିଆ ଶୋଇପଡନ୍ତୁ
  • ଗୋଟିଏ ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗି ଛାତି ଆଡକୁ ଆଣନ୍ତୁ
  • ଶ୍ୱାସ ଛାଡି ମୁଣ୍ଡ ଉଠାଇ ଆଣ୍ଠୁରେ ନାକ କିମ୍ବା ଥୋଡି ଲଗେଇବାକୁ ଚେଷ୍ଟା କରନ୍ତୁ
  • କିଛି ସମୟ ରଖିବା ପରେ ମୂଳ ଅବସ୍ଥାକୁ ଆସନ୍ତୁ
  • ଅନ୍ୟ ଗୋଡରେ ଏହାକୁ ପୁନରାବୃତ୍ତି କରନ୍ତୁ
  • ଏହା ପରେ ଦୁଇ ଗୋଡରେ ଏକାବେଳେ କରନ୍ତୁ 

ବୃକ୍ଷାସନ:

ଗଛ ପରି ଠିଆ ହେବା ସ୍ଥିତିକୁ ବୃକ୍ଷାସନ କୁହାଯାଏ। ଏହା ଆମ ମନ, ଶରୀର ଏବଂ ଯକୃତକୁ ଆରାମ ଦେଇଥାଏ। ଶରୀରକୁ ଶୀତଳ କରେ।

କିପରି କରିବେ:

  • ଦୁଇ ପାଦ ଯୋଡି ସିଧା ଠିଆ ହୁଅନ୍ତୁ

  • ଗୋଟିଏ ଗୋଡକୁ ଭାଙ୍ଗି ପାଦକୁ ଅନ୍ୟ ଗୋଡର ଆଣ୍ଠୁ ଉପରେ ରଖନ୍ତୁ
  • ଶ୍ୱାସ ନେଇ ଧୀରେ ଧୀରେ ଦୁଇ ହାତକୁ ଉପରକୁ ଉଠାଇ ନମସ୍କାର କରନ୍ତୁ
  • କିଛି ସମୟ ଶ୍ୱାସକୁ ଧରି ଏହି ଅବସ୍ଥାରେ ଛିଡା ହୁଅନ୍ତୁ
  • ସାମ୍ନାକୁ ଚାହିଁ ଯେକୌଣସି ବିନ୍ଦୁ ଉପରେ ଧ୍ୟାନ ରଖନ୍ତୁ
  • ଶ୍ୱାସ ଛାଡି, ଦୁଇ ହାତକୁ ତଳକୁ ଆଣନ୍ତୁ
  • ଅନ୍ୟ ଗୋଡରେ ସମାନ ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତୁ
Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ