Advertisment

ସୁସ୍ଥିଆ ଜୀବନରେ ଯୋଗର ଆବଶ୍ୟକତା

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

ଅଦ୍ୟତନ ହୋଇଛି
Yoga to decrease sedentary lifestyle disease

Yoga to decrease sedentary lifestyle disease

Advertisment

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

Advertisment

ଯୋଗ ବିଶେଷଜ୍ଞଙ୍କ ମତରେ ଯେଉଁମାନେ ନିୟମିତ ଭାବେ ଯୋଗାସନ ଅଭ୍ୟାସ କରନ୍ତି, ସେମାନେ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଆନ୍ତି। ତେବେ ଏଥିପାଇଁ କିଛି ବିଶେଷ ପ୍ରକାରର ଯୋଗକୁ ନିତ୍ୟକର୍ମରେ ସାମିଲ କରିବାକୁ ହେବ। ଆସନ୍ତୁ ଜାଣିବା କେଉଁ ଯୋଗାସନ ସୁସ୍ଥିଆ ଜୀବଶୈଳୀ ଯୋଗୁଁ ହେଉଥିବା ସମସ୍ୟାକୁ ଦୂର କରିବ।

ଅଣ୍ଟା ପାଇଁ ଯୋଗ:

ସୁସ୍ଥିଆ ଜୀବନଶେଳୀ ଯୋଗୁଁ ଯୁବକମାନଙ୍କ ବି ଅଣ୍ଟାରେ ଯନ୍ତ୍ରଣା ହେବାର ଦେଖାଯାଏ। ଏହି ଅବସ୍ଥାରେ ସାଧାରଣ କାମ କରିବା ପାଇଁ ମଧ୍ୟ କଷ୍ଟକର ଲାଗେ। ଅଣ୍ଟା ଯନ୍ତ୍ରଣାର ସମସ୍ୟାକୁ ଦୂର କରିବା ପାଇଁ ମାର୍ଜାରୀ ଆସନ ବା ସେତୁବନ୍ଧାସନ ଅଭ୍ୟାସ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହି ଯୋଗଗୁଡ଼ିକ ମାଂସପେଶୀରେ ରକ୍ତ ସଞ୍ଚାଳନକୁ ବଢାଇବାରେ ଏବଂ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Advertisment

ପେଟର ମାଂସପେଶୀ ପାଇଁ ଯୋଗ:

ସମଗ୍ର ଶରୀରର ସଠିକ୍ କାମ ପାଇଁ ପେଟର ମାଂସପେଶୀ ଜରୁରୀ। ଏହି ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ନଉକାସନା ନିୟମିତ ଅଭ୍ୟାସ କରାଯାଇପାରେ। ନଉକାସନ ଯୋଗ ପେଟର ଅଙ୍ଗଗୁଡ଼ିକର ପ୍ରସାରଣରେ ସାହାଯ୍ୟ କରିବା ସହିତ ହାମ୍‌ଷ୍ଟ୍ରିଙ୍ଗ୍‌ରେ କଠିନତା ହ୍ରାସ କରିବା ଏବଂ ଶରୀରକୁ ନମନୀୟତା କରେ।

କାନ୍ଧ ପାଇଁ ଯୋଗ:

ସୁସ୍ଥିଆ ଜୀବନଶୈଳୀ ଯୋଗୁଁ ଫ୍ରୋଜେନ୍ ସୋଲଡର ଭଳି କାନ୍ଧ ସମସ୍ୟା ଦେଖାଯାଏ। ଏହି ସମସ୍ୟା ବହୁତ ବୃଦ୍ଧି ପାଇଛି। କାନ୍ଧଜନିତ ସମସ୍ୟାକୁ ହ୍ରାସ କରିବା ପାଇଁ ପଶ୍ଚିମୋତ୍ତାନସନ ଯୋଗର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଆସନ କାନ୍ଧ ଏବଂ ମେରୁଦଣ୍ଡକୁ ପ୍ରସାରଣ ସହିତ ମାଂସପେଶୀ ଉପରେ ଅତିରିକ୍ତ ଚାପ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଅଭ୍ୟାସ କାନ୍ଧ ସହିତ ପିଠି ଏବଂ ମେରୁଦଣ୍ଡ ସହ ଜଡିତ ସମସ୍ୟାର ଆଶଙ୍କା ହ୍ରାସ କରିଥାଏ।

Advertisment
Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ