Advertisment

ମାଇଗ୍ରେନ୍ ସମସ୍ୟାକୁ ଦୂର କରିବ ଏହିସବୁ ଯୋଗାସନ

ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ ଯୋଗ କରିବା ଦରକାର।

ଅଦ୍ୟତନ ହୋଇଛି
Yoga tips for migraine and headache

Yoga tips for migraine and headache

Advertisment

ମାଇଗ୍ରେନ୍ ହେଉଛି ଏକ ସ୍ନାୟୁଗତ ବ୍ୟାଧି, ଯାହା ଆଜିକାଲି ଯଥେଷ୍ଟ ବୃଦ୍ଧି ପାଇଚାଲିଛି। ମୁଣ୍ଡ ଏବଂ ଆଖିରେ ପ୍ରବଳ ଯନ୍ତ୍ରଣାକୁ ମାଇକ୍ରେନ୍ କୁହାଯାଏ। କେତେକ କ୍ଷେତ୍ରରେ ଏକ ସାଧାରଣ କାର୍ଯ୍ୟରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରେ। ଏହା ସାଧାରଣତଃ ମୁଣ୍ଡର ଅଧା ଅଂଶରେ ଦେଖାଯାଏ।

Advertisment

ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ଚିହ୍ନଟ କରିବା ଏବଂ ଏହାକୁ ରୋକିବା ଉଚିତ।

ମାଇଗ୍ରେନ୍‌ ଏବଂ ଏହା ଦ୍ୱାରା ସୃଷ୍ଟି ହେଉଥିବା ମୁଣ୍ଡବିନ୍ଧା ପାଇଁ ଦୀର୍ଘକାଳୀନ ଚିକିତ୍ସା ଏବଂ ପ୍ରତିରୋଧ ଆବଶ୍ୟକ ହୋଇପାରେ। ନଚେତ ନିତ୍ୟକର୍ମରେ କେତେକ ପ୍ରକାରର ଯୋଗକୁ ଅନ୍ତର୍ଭୁକ୍ତ କରି ଲାଭ ମଧ୍ୟ ମିଳିପାରିବ। ତେବେ ମାଇଗ୍ରେନ୍ ସମସ୍ୟା ଥିବା ଲୋକଙ୍କ ପାଇଁ କେଉଁ ଯୋଗ ଜାରୁରୀ ଆସନ୍ତୁ ଜାଣିବା।

Advertisment

ସେତୁବନ୍ଧାସନା:

ସେତୁବନ୍ଧାସନା ନିୟମିତ ଅଭ୍ୟାସ ଦ୍ୱାରା ମାଇଗ୍ରେନ୍ ସମସ୍ୟା ସହିତ ଅଣ୍ଠା-ପିଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଏହି ଯୋଗ ମନକୁ ଶାନ୍ତ କରିବା, ଚିନ୍ତା-ଚାପକୁ ହ୍ରାସ କରିବା ଏବଂ ମାଇଗ୍ରେନ୍‌କୁ ବୃଦ୍ଧି କରୁଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ଲାଭଦାୟକ ହୋଇଥାଏ। ମାଇଗ୍ରେନ୍ ସମସ୍ୟାକୁ ହ୍ରାସ କରିବା, ପେଟ, ଫୁସ୍‌ଫୁସ୍‌ ଏବଂ ଥାଇରଏଡ୍‌ ଅଙ୍ଗକୁ ଉତ୍ତେଜିତ କରିବା ଏବଂ ମେରୁଦଣ୍ଡର ସମସ୍ୟାକୁ ହ୍ରାସ କରିବାରେ ଏହି ଯୋଗ ବିଶେଷ ଲାଭ ହୋଇଥାଏ।

ବାଳାସନ:

ବାଳାସନ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିଥାଏ। ମାଇଗ୍ରେନ୍‌ର ଯନ୍ତ୍ରଣାକୁ ହ୍ରାସ କରିବାରେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯୋଗ ବିଶେଷଜ୍ଞମାନଙ୍କ ମତରେ ଏହା ମନକୁ ଶାନ୍ତ କରି ଚିନ୍ତା ଏବଂ ଥକାପଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଫଳରେ ମାଇଗ୍ରେନ୍ ଏବଂ ଏହା ଦ୍ୱାରା ହେଉଥିବା ମୁଣ୍ଡବିନ୍ଧାରୁ ବହୁତ ଲାଭ ମିଳେ।

Advertisment

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ ଅଭ୍ୟାସ ମାଇଗ୍ରେନ୍ ସମସ୍ୟାକୁ ହ୍ରାସ କରିବାରେ ଅତ୍ୟନ୍ତ ଲାଭଦାୟକ। ମନକୁ ଶାନ୍ତ କରିବା ଏବଂ ଚାପରୁ ମୁକ୍ତି ପାଇଁ ଏହି ଆସନର ନିୟମିତ ଅଭ୍ୟାସ ଅନେକ ଉପଲାର ହୋଇଥାଏ। ଏହି ଆସନର ନିୟମିତ ଅଭ୍ୟାସ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ଦେବା ସହ ମାଇଗ୍ରେନ୍ ସୃଷ୍ଟି କରୁଥିବା ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ।

Yogasana Yoga For Migraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ