Advertisment

ଅତ୍ୟନ୍ତ ଉପକାରୀ ନଟରାଜାସନ; ଜାଣନ୍ତୁ କିପରି କରିବେ

ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Yoga tips, benefits of natarajasana

Yoga tips, benefits of natarajasana

Advertisment

ଯୋଗ ହେଉଛି ଭାରତର ପୁରାତନ ଚିକିତ୍ସା ପଦ୍ଧତି ମଧ୍ୟରୁ ଅନ୍ୟତମ। ବର୍ଷ ବର୍ଷ ଧରି ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନକୁ ସୁସ୍ଥ ଏବଂ ଫିଟ୍ ରଖାଯାଇପାରେ। ଅନେକ ପ୍ରକାରର ଯୋଗାସନ ଅଛି ଯାହାକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପକାର ନେଇ ଅଭ୍ୟାସ କରାଯାଇଥାଏ।

Advertisment

ସେସବୁ ମଧ୍ୟରେ ଗୋଟିଏ ହେଲା ନଟରାଜାସନ। ଏହାର ଅଭ୍ୟାସରେ ଶରୀରର ପ୍ରାୟ ସମସ୍ତ ମାଂସପେଶୀ ପ୍ରଭାବିତ ହୋଇଥାଏ। ଏକାଗ୍ରତା ଏବଂ ସନ୍ତୁଳନର ଉନ୍ନତି ସହିତ ଏହା ମଧ୍ୟ ମାନସିକ ଶାନ୍ତି ରକ୍ଷା କରିବା ନେଇ ଅତ୍ୟନ୍ତ ଉପକାରୀ। ତେବେ ଆସନ୍ତୁ ଜାଣିବା ନଟରାଜାସନର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ।

କିପରି କରିବେ :

  • ପ୍ରଥମେ ତାଡାସନରେ ଠିଆ ହୁଅନ୍ତୁ
  • ଡାହାଣ ହାତ ଉପରକୁ ଉଠାନ୍ତୁ
  • ବାମ ହାତରେ ବାମ ପାଦକୁ ବାହାର ପଟେ ଧରନ୍ତୁ
  • ବାମ ପାଦକୁ ଟାଣି ପିଚା ପର୍ଯ୍ୟନ୍ତ ଆଣନ୍ତୁ
  • ଚଟାଣ ସହିତ ସମାନ୍ତରାଳ ଭାବରେ ଡାହାଣ ହାତକୁ ଆଣନ୍ତୁ
  • ଏହି ଅବସ୍ଥାରେ ଶରୀରର ସନ୍ତୁଳନ ରଖନ୍ତୁ
  • ଏମିତି ରହି ଗଭୀର ଏବଂ ଦୀର୍ଘ ନିଶ୍ୱାସ ନିଅନ୍ତୁ
  • କିଛି ସମୟ ରହି ପୂର୍ବ ସ୍ଥିତିକୁ ଫେରନ୍ତୁ
  • ସମାନ ଭାବେ ଅନ୍ୟ ପାଦରେ କରନ୍ତୁ
Advertisment

ଫଳାଫଳ:

  • ଆଣ୍ଠୁ ପଛ, ଗୋଡ ପେଣ୍ଡା, ପିଚା ଉପରେ ପ୍ରଭାବ ପକେଇ ଶରୀରକୁ ନମନୀୟ କରିଥାଏ
  • ତଳ ପିଠି ଏବଂ ଜଙ୍ଘକୁ ଟୋନ୍ କରେ
  • ବାହୁ ଏବଂ କାନ୍ଧର ମାଂସପେଶୀକୁ ମଜଭୁତ କରେ
  • ମେରୁଦଣ୍ଡ, କାନ୍ଧ ଏବଂ ହାମ୍‌ଷ୍ଟ୍ରିଙ୍ଗର ମାଂସପେଶୀର ଶକ୍ତି ବୃଦ୍ଧି କରେ
  • ଏହା ପିଠି ସମସ୍ୟାକୁ ଠିକ କରେ ଏବଂ ଶାରୀରିକ ସ୍ଥିତିରେ ଉନ୍ନତି ଆଣିବାରେ ମଧ୍ୟ ପ୍ରଭାବଶାଳୀ ବିବେଚନା କରାଯାଏ
  • ଏକାଗ୍ରତା ଏବଂ ମାନସିକ ଶାନ୍ତି ବୃଦ୍ଧି ପାଇଁ ଏହି ଯୋଗ ଅଭ୍ୟାସ ଅତ୍ୟନ୍ତ ଉପକାରୀ

ସାବଧାନତା:

  • ଯଦି ଗୋଡ କିମ୍ବା ପିଠିରେ ଆଘାତ ଲାଗିଥାଏ କିମ୍ବା ପ୍ରବଳ ଯନ୍ତ୍ରଣା ହେଉଥାଏ ତେବେ ଏହି ଆସନ କରିବା ଠାରୁ ଦୂରେଇ ରୁହନ୍ତୁ
  • ନିମ୍ନ ରକ୍ତଚାପ, ମୁଣ୍ଡ ବୁଲାଇବା ସମସ୍ୟା ଥିଲେ ଏହା କରି ପାରିବେ ନାହିଁ
  • ଯଦି ଆପଣଙ୍କର କୌଣସି ଚିକିତ୍ସା ସମସ୍ୟା ଅଛି ତେବେ ଏହି ଯୋଗ ଅଭ୍ୟାସ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
  • ଜଣେ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଏହା ଅଭ୍ୟାସ କରିବା ଜରୁରୀ
Advertisment
Yogasana Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ