Advertisment

ପାଚନ ତନ୍ତ୍ରକୁ ସୁଧାରି ପାରିବ କି ଯୋଗାସନ? ପଢନ୍ତୁ…

ଆଜିର ଜୀବନଶୈଳିରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପାଚନଜନିତ ସମସ୍ୟା ସାଧାରଣ ହୋଇଯାଇଛି। କେଉଁ ସବୁ ଯୋଗ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Yoga effects on digestive system

Yoga effects on digestive system

Advertisment

ଶରୀରରକୁ ଠିକ ଭାବେ ସଂଚାଳନ କରିବା ପାଇଁ ହଜମ ପ୍ରକ୍ରିୟାକୁ ଠିକ ରଖିବା ଜରୁରୀ। ତେବେ ବିଭିନ୍ନ କାରଣରୁ ଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ହଜମ ପ୍ରକ୍ରିୟା ଅତ୍ୟନ୍ତ ଅସନ୍ତୁଳନ ହୋଇଯାଇଛି। ହଜମ ସମ୍ବନ୍ଧୀୟ ଅନେକ ପ୍ରକାରର ରୋଗ ଏବେ ସାଧାରଣ ହୋଇଯାଇଛି।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁମାନଙ୍କର ହଜମ ପ୍ରକ୍ରିୟା ଭଲ ନଥାଏ, ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ତେଣୁ ସମସ୍ତେ ଏହି ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ କାର୍ଯ୍ୟରେ ଯୋଗକୁ ଅନ୍ତର୍ଭୁକ୍ତ କରିପାରିଲେ ଆମେ ହଜମ ସମ୍ବନ୍ଧୀୟ ଅନେକ ପ୍ରକାରର ସମସ୍ୟାକୁ ନିୟନ୍ତ୍ରଣ କରିପାରିବା। ତେବେ ଆସନ୍ତୁ ନଜର ପକେଇବା କେଉଁସବୁ ଯୋଗାସନ ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ପଶ୍ଚିମୋତ୍ତାନାସନ:

ଅନେକ ପ୍ରକାରର ପେଟଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପଶ୍ଚିମୋତ୍ତାନାସନ ଅଭ୍ୟାସକୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରେ। ପେଟର ଚର୍ବି ହ୍ରାସ କରିବା ସହିତ ପେଟର ଅଙ୍ଗକୁ ମସାଜ କରିବା ପାଇଁ ଏହି ଯୋଗ ଅଭ୍ୟାସ ଅତ୍ୟନ୍ତ ଲାଭକାରୀ। ଏହି ଆସନକୁ ସବୁ ବୟସର ଲୋକ କରିପାରିବେ।

Advertisment

ବାଳାସନ:

ପେଟ, ପିଠି ଏବଂ ଅଣ୍ଟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଳାସନ ଅଭ୍ୟାସ ଅତ୍ୟନ୍ତ ପ୍ରଭାବଶାଳୀ। ମନକୁ ଶାନ୍ତ କରିବା ସହିତ, ଏହି ଯୋଗ ପୋଜ୍ ଆପଣଙ୍କ ଜଙ୍ଘ, ପିଚା ଏବଂ ଲିମ୍ଫାଟିକ୍ ସିଷ୍ଟମ୍ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଏବଂ ଯକୃତ-କିଡ୍‌ନୀ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଏହି ଆସନ ସବୁଠାରୁ ପ୍ରଭାବଶାଳୀ।

ପବନମୁକ୍ତାସନ:

ଗ୍ୟାସ୍‌, କୋଷ୍ଠକାଠିନ୍ୟ ଏବଂ ବଦହଜମୀ ଭଳି ସମସ୍ତ ପ୍ରକାରର ପେଟଜନିତ ସମସ୍ୟାରୁ ମୁକ୍ତି ଦେଇ ହଜମ ପ୍ରକ୍ରିୟାକୁ ସହଜ କରିବା ପାଇଁ ପବନମୁକ୍ତାସନ ବିଶେଷ ଲାଭଦାୟକ ହୋଇଥାଏ। ଏହା ପେଟର ମାଂସପେଶୀକୁ ମଜଭୁତ କରିବା ସହିତ ପେଟ ସହ ଜଡିତ ଅନେକ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରେ।

Advertisment
Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ