Yoga asanas reduce the risk of prostate cancer
ବିଶ୍ୱସ୍ତରରେ କ୍ଷୀପ୍ର ଗତିରେ ବଢୁଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ଅନ୍ୟତମ। ଭାରତରେ ଏହି ସମସ୍ୟା କ୍ଷୀପ୍ର ଗତିରେ ବଢୁଥିବା କ୍ୟାନ୍ସର୍ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। ଏହି ସ୍ଥିତିରେ ରୋଗୀ ପରିଶ୍ରାରେ ସମସ୍ୟା, ବାରମ୍ବାର ପରିଶ୍ରା ଲାଗିବା ଓ ମୁତ୍ରରେ ରକ୍ତ ପଡିବା ଭଳି ସମସ୍ୟା ଦେଖାଯାଏ।
ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ବଞ୍ଚିବାର ସମ୍ଭାବନା ୬୪% ପାଖାପାଖି ହୋଇପାରେ। ବଂଶାନୁକ୍ରମିକ ଜୀବନଶୈଳୀରେ ଅସୁବିଧା ଏବଂ ଖାଦ୍ୟପେୟ ସମସ୍ୟା ପ୍ରୋଷ୍ଟେଟ୍ କ୍ୟାନ୍ସର୍ ହେବାର ଆଶଙ୍କା ବଢାଇଥାଏ।
ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।
ଧନୁରାସନ:
ଧନୁରାସନ ଯୋଗର ନିୟମିତ ଅଭ୍ୟାସ ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ। ଏହି ଆସନ ପେଟର ମାଂସପେଶୀ ଷ୍ଟ୍ରେଚ୍ କରିବା ଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଏହା ବ୍ୟତୀତ ଏହା ଗୋଡ, ଜଙ୍ଘ, ଛାତି, ବେକ ଏବଂ କାନ୍ଧର ଶକ୍ତିରେ ଉନ୍ନତି ଆଣେ। ଯେଉଁମାନଙ୍କର ପ୍ରୋଷ୍ଟେଟ୍ କ୍ୟାନସର୍ ହେବାର ଆଶଙ୍କା ଅଧିକ, ସେମାନେ ଏହି ଯୋଗର ନିୟମିତ ଅଭ୍ୟାସରୁ ଉପକୃତ ହୋଇପାରିବେ।
ବିପରୀତକରଣୀ ମୁଦ୍ରା:
ବିପରୀତକରଣୀ ମୁଦ୍ରା ନିୟମିତ ଅଭ୍ୟାସ ଅନେକ ଫାଇଦା ଦେଇଥାଏ। ଏହି ଆସନ ଯୌନ ଗ୍ରନ୍ଥିର ସ୍ନାୟୁ ଏବଂ ମାଂସପେଶୀକୁ ସୁସ୍ଥ ରଖିବା ସହିତ ପେଲ୍ଭିକ୍ ଅଞ୍ଚଳରେ ଏବଂ ତଳ ପିଠିରେ ଶକ୍ତି ବୃଦ୍ଧି କରେ। ଏହି ଯୋଗର ନିୟମିତ ଅଭ୍ୟାସ ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ବଦ୍ଧ କୋଣାସନ:
ବଦ୍ଧ କୋଣାସନ ଅଭ୍ୟାସ ପେଲ୍ଭିକ୍ ଅଞ୍ଚଳର ଅତିରିକ୍ତ ଟେନସନ୍ ଦୂର କରିବାରେ ସାହାଯ୍ୟ କରେ। ପେଲ୍ଭିକ୍ ମାଂସପେଶୀକୁ ମଜବୁତ କରିବା ସହ ପ୍ରୋଷ୍ଟେଟ୍ର ଜଟିଳତାକୁ ଦୂର କରିବା ପାଇଁ ଏହି ଯୋଗର ଅଭ୍ୟାସ ଅତ୍ୟନ୍ତ ପ୍ରଭାବଶାଳୀ। ଏହା ବ୍ୟତୀତ ଏହି ଆସନ ପେଟର ଅଙ୍ଗ, ଡିମ୍ବାଣୁ ଏବଂ ପ୍ରୋଷ୍ଟେଟ୍ ଗ୍ରନ୍ଥି, ବ୍ଲାଡର୍ ଏବଂ କିଡ୍ନୀର ସ୍ୱାସ୍ଥ୍ୟର ଉନ୍ନତି ଆଣିବା ସହ ହୃଦୟର ମାଂସପେଶୀକୁ ସୁସ୍ଥ ରଖେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652717654.jpg)