Advertisment

ଏହି ସବୁ ଯୋଗାସନରୁ ନିଜର ଦିନ ଆରମ୍ଭ କରନ୍ତୁ, ରହିବେ ସୁସ୍ଥ

ଯୋଗ ଶରୀରର ଓଜନ ହ୍ରାସ ଠାରୁ ଆରମ୍ଭ କରି ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବା, ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଜଣେ ଯୋଗାସନକୁ ନିଜର ଦିନ ଆରମ୍ଭ କରେ ତେବେ ଦିନସାରା ଶକ୍ତିଶାଳୀ ରହିବା ସହ ଚଳଚଞ୍ଚଳ ରହିଥାଏ।

ଅଦ୍ୟତନ ହୋଇଛି
Yoga asanas for energy and strength

Yoga asanas for energy and strength

Advertisment

ଶରୀରର ଅନ୍ତର୍ନିହିତ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଏକ ବିଶେଷ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯଦି ଜଣେ ପ୍ରତିଦିନ ପାଖାପାଖି ୩୦ ମିନିଟ୍ ଯୋଗ କରିବାର ଅଭ୍ୟାସ କରେ ତେବେ ସ୍ୱାସ୍ଥ୍ୟ ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ହୋଇଥାଏ। ଯୋଗ ବ୍ୟକ୍ତିକୁ ଅଧିକ ଶକ୍ତିଶାଳୀ କରେ, ଶାରୀରିକ-ମାନସିକ ସନ୍ତୁଳନ ବଜାୟ ରଖେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ।

Advertisment

ଯୋଗ ଶରୀର ଓଜନ ହ୍ରାସ ଠାରୁ ଆରମ୍ଭ କରି ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବା, ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ତେବେ ଯୋଗାସନ କରିବା ପାଇଁ ସ୍ୱତନ୍ତ୍ର ୱାର୍କଆଉଟ୍ ସ୍ପେସ୍ ଦରକାର ନାହିଁ। ଯେ କୌଣସି ସୁବିଧାଜନକ ଜାଗାରେ ଏହା କରାଯାଇପାରେ। ଯଦି ଜଣେ ଯୋଗାସନକୁ ନିଜର ଦିନ ଆରମ୍ଭ କରେ ତେବେ ଦିନସାରା ଶକ୍ତିଶାଳୀ ରହିବା ସହ ଚଳଚଞ୍ଚଳ ରହିଥାଏ। ଆସନ୍ତୁ ଜାଣିବା କେଉଁ ଯୋଗାସନର ଅଭ୍ୟାସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ?

ନୌକାସନ:

ନୌକାସନ ଶରୀରକୁ ଅନେକ ଉପାୟରେ ଉପକାର ଦେଇଥାଏ। ପେଟର ମାଂସପେଶୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଯେଉଁମାନଙ୍କର ପେଟର ଚର୍ବି ସମସ୍ୟା ଥାଏ, ଏହି ଆସନ ମଧ୍ୟ ସେମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହି ଆସନର ନିୟମିତ ଅଭ୍ୟାସ ମଧ୍ୟ ପେଟ ସହିତ ଗୋଡର ମାଂସପେଶୀକୁ ଷ୍ଟ୍ରେଚ୍ କରିବା ସହ ମଜବୁତ କରେ।

Advertisment

ପଶ୍ଚିମୋତ୍ତାନାସନ:

ସ୍ୱାସ୍ଥ୍ୟ ଦୃଷ୍ଟିରୁ ପ୍ରତ୍ୟେକ ଲୋକ ନିୟମିତ ଭାବରେ ପଶ୍ଚିମୋତ୍ତାନାସନ ଅଭ୍ୟାସ କରିବା ଜରୁରୀ। ଏହା ହାମ୍‌ଷ୍ଟ୍ରିଙ୍ଗ୍ ମାଂସପେଶୀର ପ୍ରସାରଣ ସହିତ ରକ୍ତ ସଞ୍ଚାଳନରେ ମଧ୍ୟ ସାହାଯ୍ୟ କରେ। ମେରୁଦଣ୍ଡ ଯନ୍ତ୍ରଣା ହ୍ରାସ କରିବାରେ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅଭ୍ୟାସ ଭାବରେ ମଧ୍ୟ ବିବେଚନା କରାଯାଏ। ଏହି ଆସନର ନିୟମିତ ଅଭ୍ୟାସ ସ୍ନାୟୁ ପ୍ରଣାଳୀ ଓ ପେଟର ଅଙ୍ଗକୁ ସୁସ୍ଥ ରଖେ। ଏହା ମେରୁଦଣ୍ଡ, ପିଠି, ଗୋଡ ଏବଂ ଅଣ୍ଟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କପାଳଭାତି ପ୍ରାଣାୟମ:

ପ୍ରାଣାୟମର ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ଅଂଶ କରିବା ଜରୁରୀ। ଏହା ଉଭୟ ଶରୀର ଏବଂ ମନର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କପାଳଭାତି ପ୍ରାଣାୟମରୁ ଦିନ ଆରମ୍ଭ କରିବା ଖୁବ ହିତକର। ମନକୁ ଶାନ୍ତ କରିବା, ଶରୀରର ଶକ୍ତିକୁ ବୃଦ୍ଧି କରିବା, ଚର୍ବି କମାଇବା, କ୍ୟାଲୋରୀ ବର୍ନ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ଅଭ୍ୟାସ।

Advertisment
Yogasana Yoga Asanas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ