Advertisment

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ କରୁଥିବା ଭଳି ୩ ସହଜ ଯୋଗାସନ

ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନେଇ ଯୋଗାସନ ଏକ ଭଲ ଅଭ୍ୟାସ। ତେବେ ଆସନ୍ତୁ ୩ ସହଜ ଯୋଗାସନ ବିଷୟରେ ଜାଣିବା ଯାହାକୁ ସମସ୍ତେ କରି ପାରିବେ।

ଅଦ୍ୟତନ ହୋଇଛି
Yoga asanas benefits for all ages

Yoga asanas benefits for all ages

Advertisment

ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟର ଅର୍ଥ ହେଉଛି ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ। ବିଶେଷକରି ସୁସ୍ଥିଆ ଜୀବନଶୈଳୀ ବିଭିନ୍ନ ରୋଗର କାରଣ ହୋଇଥାଏ। ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ଅନେକ ରୋଗର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାସନ ଏକ ଉତ୍ତମ ବିକଳ୍ପ। ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖିବାରେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

Advertisment

ସବୁ ବୟସର ଲୋକମାନେ ନିୟମିତ ଯୋଗ ଅଭ୍ୟାସ କରିବା ଉଚିତ। ଯୋଗ ବିଶେଷଜ୍ଞମାନେ କୁହନ୍ତି ଯୋଗ ଏମିତି ଏକ ମାର୍ଗ ଯାହା ଚାପ-ଉଦାସୀନତା ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ଆର୍ଥ୍ରାଇଟିସ୍, ଫୁସ୍‌ଫୁସ୍‌ ଏବଂ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ।

ତେବେ ଆସନ୍ତୁ ୩ଟି ଯୋଗ ବିଷରେ ଜାଣିବା ଯାହା ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

Advertisment

ଅନୁଲୋମ୍-ବିଲୋମ୍:

ବିଶେଷଜ୍ଞମାନେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟାର ଆଶଙ୍କା ହ୍ରାସ କରିବା ପାଇଁ ଅନୁଲୋମ୍-ବିଲୋମ୍ ପ୍ରାଣାୟାମର ଅଭ୍ୟାସକୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରନ୍ତି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପାଇଁ ଏହି ଶ୍ୱାସକ୍ରିୟା ବ୍ୟାୟାମ ଅତ୍ୟନ୍ତ ଜଣାଶୁଣା। ଏହି ଯୋଗ ଅଭ୍ୟାସ କରିବା ଦ୍ୱାରା ଧୈର୍ଯ୍ୟ, ଧ୍ୟାନ ଏବଂ ନିୟନ୍ତ୍ରଣକୁ ବୃଦ୍ଧି ସହିତ ଚାପ ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ।

ବୃକ୍ଷାସନ:

ସମଗ୍ର ଶରୀରକୁ ସୁସ୍ଥ ଏବଂ ସକ୍ରିୟ ରଖିବା ପାଇଁ ବୃକ୍ଷାସନ ଏକ ପ୍ରଭାବଶାଳୀ ଆସନ। ଶରୀରର ସନ୍ତୁଳନକୁ ସୁଦୃଢ କରିବା ସହିତ ଶାରିରୀକ୍ ସ୍ଥିତିକୁ ଠିକ ରଖିବା, ଅଣ୍ଟା, ଜଙ୍ଘ, ପିଚାର ମାଂସପେଶୀରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ଓ ଯନ୍ତ୍ରଣା ଦୂର କରିବା ନେଇ ଏହା ଅତ୍ୟନ୍ତ ଉପକାରୀ। ଏହି ଆସନର ଅଭ୍ୟାସ ଗୋଡ ଏବଂ ଜଙ୍ଘର ସମସ୍ୟାକୁ ମଧ୍ୟ ହ୍ରାସ କରେ।

Advertisment

ଗଭୀର ଶ୍ୱାସକ୍ରିୟା ଅଭ୍ୟାସ:

ଗଭୀର ଶ୍ୱାସ ଅଭ୍ୟାସ କରିବା ସହଜ ଏବଂ ସବୁ ବୟସର ଲୋକମାନେ ଏହା କରି ଫାଇଦା ନେଇ ପାରିବେ। ବିଶେଷ ଭାବରେ, ଉତ୍ତମ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଗଭୀର ଶ୍ୱାସ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ଚିନ୍ତା ଏବଂ ଚାପକୁ ପରିଚାଳନା କରିବାଠାରୁ ଆରମ୍ଭ କରି ଧ୍ୟାନ କେନ୍ଦ୍ରିତ କରିବା ଓ ସୁନିଦ୍ରା ପାଇଁ ଏହା ଖୁବ ଉପକାରୀ। ଏହି ଅଭ୍ୟାସ ହୃଦୟ ଏବଂ ଫୁସ୍‌ଫୁସ୍‌ର କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ ।

Yogasana Yoga For All
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ