Advertisment

କେଶ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ସହଜ ଉପାୟ

କେଶ ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ ଅତି ସହଜ ଉପାୟରେ ଆପଣମାନେ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। । ଏହା ମୁଖ୍ୟ ଉପାଦାନଟି ହେଉଛି 'ଗ୍ରୀନ୍ ଟି' ।

ଅଦ୍ୟତନ ହୋଇଛି
green tea for hair

green tea for hair

Advertisment

ବର୍ତ୍ତମାନ ସମୟରେ କେଶ ବା ଚୁଟି ସମସ୍ୟା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଦେଉଛି । ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ତନ୍ମଧ୍ୟରୁ କେଶ ସମସ୍ୟା ଅନ୍ୟତମ । ଏହି ଋତୁରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ପ୍ରଦୂଷଣ ମାତ୍ରା ପରିଲିକ୍ଷିତ ହୋଇଥାଏ । ଯାହାଫଳରେ ଏହାର କୁପ୍ରଭାବ ବିଶେଷ କରି କେଶ ଉପରେ ପଡିଥାଏ । କେଶ ଝଡିବା, ରୂପୀ ହେବା ଆଦି ସମସ୍ୟା ଦେଖାଦେଇଥାଏ । କଣ ଆପଣ ଜାଣନ୍ତି ଗ୍ରୀନ୍ ଟି କେଶ ବା ଟୁଟି ପାଇଁ ବହୁତ ଉପକାରୀ ଅଟେ ।  ତେବେ ଆସନ୍ତୁ ଜାଣିବା କେଶ ପାଇଁ 'ଗ୍ରୀନ୍ ଟି' କେତେ ଉପକାରୀ । ...

Advertisment
  • ପ୍ରଥମେ ଅଧା ଲିଟର ପାଣି ନିଅନ୍ତୁ । ସେଥିରେ ପ୍ରାୟ ୩ ରୁ ୪ଟି ଗ୍ରୀନ୍ ଟି ବ୍ୟାଗ୍ ନେଇ ୧୦-୧୫ମିନିଟ୍ ବୁଢ଼ାଇ ରଖନ୍ତୁ । ଏହା ପରେ ପ୍ରଥମେ କେଶକୁ ଭଲ ଭାବେ ସାମ୍ପୋ କରି ସଫା କରିଦିଅନ୍ତୁ ।
  • ଏହାପରେ ଏହି ଗ୍ରୀନ୍ ଟିର ପାଣିକୁ ନେଇ ପୁନଶ୍ଚ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ। ଏହା ପରେ ସାଧା ପାଣିରେ କେଶକୁ ଧୋଇ ଭଲ ଭାବେ କେଶକୁ ଫୋଛିଦିଅନ୍ତୁ । ଏପରି ମାସକୁ ୨ ରୁ ୩ ଥର କରିବା ଦ୍ୱାରା ଦେଖିବେ କିପରି ଆପଣଙ୍କ କେଶରେ ଫରକ ଆସିବ ।
  • ଗୋଟେ ପାତ୍ରରେ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ଟିରେ କିଛି ଲେମ୍ବୁର ରସ ଏବଂ କିଛି ନଡିଆ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ କେଶରେ ପ୍ରାୟ ୪ ରୁ ୫ମିନିଟ୍ ପଯ୍ୟନ୍ତ ମାଲିସ କରି ଅଧଘଣ୍ଟା ପାଇଁ ଛାଡିଦିଅନ୍ତୁ ।
  • ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ କେଶରେ ଆସିଥିବା ଫରକକୁ ବେଶ୍ ଭଲ ଭାବେ ଜାଣି ପାରିବେ ।
  • କିଛି ଗ୍ରୀନ୍ ଟି ପାଉଡ଼ର ନେଇ ସେଥିରେ କିଛି ପାଣି ମିଶାଇ ବହଳିଆ ଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ଏକ ଅଣ୍ଡାକୁ ଫଟାଇ ଭଲଭାବେ ଗ୍ରୀନ୍ ଟିର ମିଶ୍ରଣ ସହିତ ମିଶାଇ ଦିଅନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇବା ପରେ ଏହାକୁ ଦୁଇ ହାତରେ ଭଲ ଭାବେ ନେଇ କେଶରେ ମାଲିସ ବା ମସାଜ କରନ୍ତୁ ।
  • ଏହାପରେ ପାଖାପାଖି ଏକ ଘଣ୍ଟା ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ ।ଶୁଖିଯିବା ପରେ ଯେକୌଣସି ସଲ୍ଫେଟ୍ ମୁକ୍ତ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କ କେଶରେ ଥିବା ସମସ୍ୟା ଦୁର ହୋଇଯିବା ସହ କେଶର ଚମକକୁ କିପରି ବଢାଇଦବ ।
Hair Care Health Benefits
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ