Advertisment

ବିଶ୍ୱ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍, ଜୀବନ ଆଡକୁ ଦୌଡ଼ର ଥିମରେ ଦୌଡ଼ିଲା ରାଜଧାନୀ

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....

undefined

OTV Mini Marathon

Advertisment

ସାରା ବିଶ୍ୱକୁ ବିପଦ ସାଜିଛି କର୍କଟ ରୋଗ। ଦୈନିକ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ସାମାନ୍ୟ ସଚେତନ ହେଲେ ଏ ରୋକକୁ ମୁକିବିଲା କରିହେବ। ସେଇ ଜନ ସଚେତନତା ଉଦ୍ଦେଶ୍ୟରେ ଓଟିଭି ନେଇଥିଲା ସ୍ୱତନ୍ତ୍ର ପଦକ୍ଷେପ। ଆଜି ବିଶ୍ୱ କର୍କଟ ଦିବସ ଅବସରରେ ଜୀବନ ଆଡ଼କୁ ଦୌଡ଼ର ବାର୍ତ୍ତା ନେଇ ଆୟୋଜିତ ମିନି ମାରାଥନରେ ଦୌଡ଼ିଛି ଭୁବନେଶ୍ୱର।

Advertisment

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....ଆଜି ବିଶ୍ୱ କର୍କଟ ଦିବସରେ ଓଟିଭି ପକ୍ଷରୁ ଆୟୋଜିତ ହୋଇଥିଲା ମିନି ମାରାଥନ୍- ୨୦୨୪। ଘନ କୁହୁଡ଼ି ସତ୍ତ୍ୱେ ମାରାଥନରେ ଭାଗ ନେବାକୁ ସକାଳୁ ସକାଳୁ ଭୁବନେଶ୍ୱର SSB ବାଟାଲିୟନ ପରିସରରେ ଶହ ଶହ ସଂଖ୍ୟାରେ ବିଭିନ୍ନ ବର୍ଗ ଓ ବୟସର ଲୋକ ଏକାଠି ହୋଇଥିଲେ। ସକାଳ ୭ଟାରେ ହୋଇଥିଲା ଫ୍ଲାଗ୍ ଅପ୍। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଜିଏମ୍ ଦିନେଶ ପୃଥ୍ୱୀ ଓ ଆପୋଲୋ ହସ୍ପିଟାଲ ସିଓଓ ଆଲୋକ ଶ୍ରୀବାସ୍ତବଙ୍କ ସହ ଓଟିଭି ନେଟୱର୍କର ଏମଡି ଜଗି ମଙ୍ଗତ ପଣ୍ଡା ପ୍ରମୁଖ।

ମାରାଥନ୍ SSB ବାଟାଲିୟନରୁ ବାହାରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଛକ ହୋଇ ଆପୋଲୋ ହସ୍ପିଟାଲ ବାଟ ଦେଇ ପୁଣି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବାରାକ୍ ପଡିଆକୁ ଫେରିଥିଲା। ମାରାଥନରେ ଭାଗ ନେଇ ଖୁସି ପ୍ରକାଶ କରିଥିଲେ ସମସ୍ତ ଅଂଶଗ୍ରହଣକାରୀ।

Advertisment

ମିନି ମାରାଥନ୍ ଅବସରରେ SSB ଗ୍ରାଉଣ୍ଡରେ ପରିବେଷଣ ହୋଇଥିଲା ଚିତକର୍ଷକ ମ୍ୟୁଜିକାଲ ବ୍ୟାଣ୍ଡ। ତେବେ ସୋ ଆରମ୍ଭ ପୂର୍ବରୁ କର୍କଟ ରୋଗ ସହ ଲଢ଼ି ବିଜୟୀ ହୋଇଥିବା ଓଲିଉଡ୍ ଅଭିନେତା ସାତ୍ୱିକି ମିଶ୍ର ବଖାଣିଥିଲେ ନିଜ ଅନୁଭୁତି। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି କ୍ୟାନସର ସଚେତନତାର ବାର୍ତ୍ତା ସହ ରଙ୍ଗାରଙ୍ଗ ମ୍ୟୁଜିକାଲ ସୋ’ରେ ଝୁମିଥିଲେ ଉପସ୍ଥିତ ଦର୍ଶକ।

Odisha Cancer World Cancer Day OTV MD Jagi Mangat Panda Odisha Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ