Advertisment

Health Tips: ଆପଣଙ୍କ ପାଇଁ କେତେ କ୍ଷତିକାରକ ରେଡ୍-ମିଟ୍, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼େ ପ୍ରଭାବ

ବୁଧବାର କି ରବିବାର ହେଲେ କିମ୍ବା କୌଣସି ଭୋଜି, ସବୁଠାରୁ ଅଧିକ ଭିଡ଼ ଜମେ ମଟନ୍ ଦୋକାନ ସାମନାରେ। ହେଲେ ଆପଣଙ୍କ ଡାକ୍ତରଠୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ତାଗିଦ୍ କରନ୍ତି ମଟନ୍ କିମ୍ବା ଅନ୍ୟ ରେଡ୍-ମିଟ୍ ନଖାଇବା ପାଇଁ। କ’ଣ ରହିଛି ଏହା ପଛରେ କାରଣ, ପାଟିକୁ ସୁଆଦିଆ ଲାଗୁଥିବା ଆଉ ପୁଷ୍ଟିସାର ଯୁକ୍ତ ଏ ଖାଦ୍ୟକୁ ଗ୍ରହଣ ନକରିବା ପାଇଁ ଉପଦେଶର ? ଆପଣଙ୍କର ଏ ଅଭ୍ୟାସ କ’ଣ ପ୍ରାଣଘାତୀ ହୋଇପାରେ କି?

ଅଦ୍ୟତନ ହୋଇଛି
Red meat

Red meat

Advertisment

ଅନେକ ସମୟରେ ଆପଣଙ୍କ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଡାଏଟିସିଆନ୍ ଏବଂ ସୋସିଆଲ୍-ମିଡିଆ ଇନଫ୍ଲୁଏନ୍ସର ପର୍ଯ୍ୟନ୍ତ ଆପଣଙ୍କୁ “ରେଡ୍ ମିଟ୍” ନଖାଇବା ପାଇଁ ପରାମର୍ଶ ଦେଇଥିବେ। କହିଥିବେ, “ମଟନ୍ ଖାଇବେ ନାହିଁ କିମ୍ବା ଖୁବ୍ କମ୍ ଖାଇବେ!” କାହିଁକି ଏମିତି ପରାମର୍ଶ ବାରମ୍ବାର ଦିଅନ୍ତି କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି? ଯଦି ଜାଣି ନାହାଁନ୍ତି ଚାଲନ୍ତୁ ଜାଣିବା ଏ ରେଡ୍-ମିଟ୍ କ’ଣ ଏବଂ ୟାକୁ ଆପଣ ପ୍ରକୃତରେ ଗ୍ରହଣ କରିବା ଉଚିତ କି ନୁହେଁ?

Advertisment

ରେଡ୍-ମିଟ୍ କ’ଣ: ଯେମିତିକି ନାଁରୁ ଜଣାପଡୁଛି ଏହା ନାଲି ରଙ୍ଗର ମା°ସ ହୋଇଥିବ। ଯଦି ଆମେ ମାଛ କିମ୍ବା କୁକୁଡ଼ା କିମ୍ବା ଅନ୍ୟ କୌଣସି ଚଢେଇ ମା°ସ ଦେଖିବା ତାହେଲେ ତାହା ଇଷତ୍ ଗୋଲାପୀ ରଙ୍ଗର ହୋଇଥାଏ। କିନ୍ତୁ ଯଦି ଆମେ ଛେଳି, ମେଣ୍ଢା, ଠେକୁଆ, ହରିଣ, ବାର୍ହା ଆଦି ଜୀବଙ୍କର ମା°ସକୁ ଦେଖିବା ତାହେଲେ ଏହା କୁକୁଡ଼ା ମା°ସ ଅପେକ୍ଷା ଅଧିକ ଲାଲ୍ ଦେଖାଯାଏ। ପାକଶାସ୍ତ୍ର ବା ରନ୍ଧନକଳା ଅନୁସାରେ ପ୍ରାପ୍ତବୟସ୍କ ସ୍ତନପାୟୀ ପ୍ରାଣୀଙ୍କ ଠାରୁ ମିଳୁଥିବା ମା°ସ ହେଉଛି ରେଡ୍-ମିଟ୍। ଏହା ରନ୍ଧନ ପୂର୍ବରୁ ଲାଲ୍ ଏବଂ ରନ୍ଧନ ପରେ ଗାଢ୍ ରଙ୍ଗର ଦେଖାଯାଏ। କିନ୍ତୁ ହ୍ବାଇଟ୍-ମିଟ୍ ଉଭୟ ରନ୍ଧନ ପୂର୍ବ ଏବଂ ପରେ ସେଇ ସମାନ ଶେଥାଳିଆ ଦିଶେ। ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବିଭାଗ ଅନୁସାରେ ବିନା କୌଣସି ବୟସ ଅନୁସାରେ ଯେକୌଣସି ସ୍ତନ୍ୟପାୟୀ ପ୍ରାଣୀର ମା°ସକୁ ରେଡ୍ ମିଟ୍ କୁହାଯାଏ। ଏହାଛଡା ଏମୁ, ଅଷ୍ଟ୍ରିଚ୍ ଏବଂ ରିୟା ପରି କିଛି ପକ୍ଷୀର ମା°ସ ମଧ୍ୟ ରେଡ୍-ମିଟ୍ ଅର୍ନ୍ତଭୁକ୍ତ। ଖାଦ୍ୟସାର ବିଜ୍ଞାନ ବା Nutritional Science ଅନୁସାରେ ଯେଉଁ ମା°ସରେ ମାୟୋଗ୍ଲୋବିନ୍ (myoglobin) ନାମକ ପ୍ରୋଟିନର ମାତ୍ରା ଅଧିକ ରହିଥାଏ ତାହା ରେଡ୍-ମିଟ୍। ଏହି ମାୟୋଗ୍ଲୋବିନ୍ ହିଁ ମା°ସର ଲାଲ୍ ରଙ୍ଗ ପାଇଁ ଦାୟୀ।

ରେଡ୍-ମିଟର ଖାଦ୍ୟ ଗୁଣବତ୍ତା: ଯଦିଓ ଖାଦ୍ୟସାରର ପରିମାଣ ଓ ଗୁଣ ଆପଣ କେଉଁ ପ୍ରାଣୀର ମା°ସ ଗ୍ରହଣ କରୁଛନ୍ତି ତା’ ଉପରେ ଅନେକାଂଶରେ ନିର୍ଭର କରେ କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ସବୁ ପ୍ରକାର ରେଡ୍-ମିଟକୁ ନେଇ ଗୋଟିଏ ସାଧାରଣ ବା general nutritional facts ବିଷୟରେ ଆମେ ଜାଣିବା।

Advertisment

କ୍ୟାଲୋରି: ପ୍ରତି ୧୦୦ଗ୍ରାମ୍ ରେଡ୍-ମିଟରୁ ୨୫୦ -୨୮୮ କ୍ୟାଲୋରି ମିଳିଥାଏ। (ଚିକେନ୍ ଏବଂ ଅନ୍ୟାନ୍ୟ ହ୍ବାଇଟ୍-ମିଟ୍ ରୁ ୧୧୦- ୧୬୬ ପର୍ଯ୍ୟନ୍ତ କ୍ୟାଲୋରି ମିଳିଥାଏ)

ପୁଷ୍ଟିସାର (ପ୍ରୋଟିନ୍): ପ୍ରତି ୧୦୦ଗ୍ରାମ୍ ରେଡ୍-ମିଟରେ ୨୦-୨୫ ଗ୍ରାମ ପ୍ରୋଟିନ୍ ଥାଏ। ଏଥିରେ ସମସ୍ତ ପ୍ରକାରର ଦରକାରୀ ଆମିନୋ ଏସିଡ୍ ରହିଥାଏ। (ହ୍ବାଇଟ୍-ମିଟରୁ ୨୨- ୩୪ ଗ୍ରାମ୍ ପ୍ରୋଟିନ୍ ମିଳେ)

Advertisment

ଲୌହସାର (ଆଇରନ୍): ରେଡ୍-ମିଟ୍ ଲୌହସାରର ଗୋଟିଏ ଉତ୍ତମ ସ୍ରୋତ। ଏଥିରେ ଥିବା ଲୌହସାରକୁ ବୃକ୍ଷଜାତ ଦ୍ରବ୍ଯରେ ଥିବା ଲୌହସାର (non-heme iron) ଅପେକ୍ଷା ଶରୀର ସହଜ ଭାବରେ ଗ୍ରହଣ କରିପାରେ।

ଭିଟାମିନ୍ B1, B2, B3, B12, ଜିଙ୍କ୍ ଏବଂ ସେଲେନିୟମ୍ ମଧ୍ୟ ମିଳିଥାଏ।

ସ୍ନେହସାର (Fat): ପ୍ରତି ୧୦୦ ଗ୍ରାମ୍ ପିଛା ରେଡ୍-ମିଟରୁ ୧୦ -୨୩ ଗ୍ରାମ୍ ସ୍ନେହସାର ମିଳେ। ଏଥିରେ ଅଧିକ ପରିମାଣର (ହ୍ବାଇଟ୍-ମିଟ୍ ଅପେକ୍ଷା ୨.୬୪ ଗୁଣ) ସାଚ୍ୟୁରେଟେଡ୍ ଫ୍ୟାଟ୍ ରହିଥାଏ, ଯାହା ମଣିଷ ଶରୀରରେ LDL ବା Bad Cholesterol ବା କ୍ଷତିକାରକ ଚର୍ବି ବୃଦ୍ଧି କରିଥାଏ। ଏଥିରେ ଅଳ୍ପ ମାତ୍ରାରେ monounsaturated fat ଏବଂ ଖୁବ୍ କମ୍ ମାତ୍ରାରେ polyunsaturated fat ରହିଥାଏ (unsaturated fat ସାଧାରଣ ବାୟୁମଣ୍ଡଳୀୟ ତାପମାତ୍ରାରେ ତରଳ ଅବସ୍ଥାରେ ରୁହେ, saturated fat କଠିନ ଅବସ୍ଥାରେ ରୁହେ)।

ଶରୀର ଉପରେ କୁପ୍ରଭାବ:

ହୃଦଘାତ (ରେଡ୍-ମିଟରେ ସାଚ୍ୟୁରେଟେଡ୍ ଫ୍ୟାଟର ମାତ୍ରା ଅଧିକ ରହୁଥିବା କାରଣରୁ ଏହା ମଣିଷ ଶରୀରରେ LDL ବା କ୍ଷତିକାରକ ଚର୍ବିର ମାତ୍ରା ବୃଦ୍ଧି କରି, ହୃଦୟର ଧମନୀରେ ଚର୍ବି ଜମାକରି, ରକୁ ସଞ୍ଚାଳନରେ ବାଧା ସୃଷ୍ଟି କରେ ଏବଂ ହୃଦଘାତର ଆଶଙ୍କା ଅନେକ ଗୁଣ ବଢାଇ ଦିଏ)

ମେଦବହୁଳତା (ଏହା ମଧୁମେହ, ହୃଦରୋଗ ଓ ହୃଦଘାତ, ଉଚ୍ଚରକ୍ତଚାପ, ମସ୍ତିଷ୍କଘାତ, ଫ୍ୟାଟି ଲିଭର୍, ଡିସ୍-ଲିପିଡେମିଆ, ନିଶ୍ୱାସପ୍ରଶ୍ବାସରେ, ଆଣ୍ଠୁଗଣ୍ଠି ବାତ ପ୍ରଜନନ କ୍ଷମତା ହ୍ରାସ ଆଦିର କାରଣ ହୋଇଥାଏ)

ଉଚ୍ଚରକ୍ତଚାପ

ମଧୁମେହ

ମସ୍ତିଷ୍କଘାତ

କର୍କଟ ( ରେଡ୍-ମିଟକୁ ଅଧିକ ସମୟ ପର୍ଯ୍ୟନ୍ତ, ଉଚ୍ଚ ତାପମାତ୍ରାରେ ରୋଷେଇ କରିବା ଦ୍ୱାରା ସେଥିରେ heterocyclic amines (HCAs) ଓ polycyclic aromatic hydrocarbons (PAHs) ପରି ରସାୟନ ସୃଷ୍ଟି ହୁଏ, ଯାହା DNAର ସ°ରଚନା ମଧ୍ୟ ବଦଳାଇ ପାରେ ଏବଂ ଶରୀରରେ କର୍କଟର ଆଶଙ୍କା ବଢାଇ ଦିଏ)

ରେଡ୍-ମିଟରେ ସାଚ୍ୟୁରେଟେଡ୍ ଫ୍ୟାଟର ମାତ୍ରା ଅଧିକ ରହୁଥିବା କାରଣରୁ ଏହା ମଣିଷ ଶରୀରରେ LDL ବା କ୍ଷତିକାରକ ଚର୍ବିର ମାତ୍ରା ବୃଦ୍ଧି କରି ହୃଦଘାତ, ମସ୍ତିଷ୍କଘାତ, ଉଚ୍ଚରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ଆଶଙ୍କା ବଢାଇ ଦିଏ। ଏଥିରୁ ଅନେକ ଅବସ୍ଥା ପ୍ରାଣଘାତକ ମଧ୍ୟ ହୋଇପାରେ। ସେଇଥିପାଇଁ ବିଶେଷଜ୍ଞଙ୍କ ମତରେ ଶରୀର ପାଇଁ ଆବଶ୍ୟକ ପୁଷ୍ଟିସାର ବା ପ୍ରୋଟିନ୍ ପାଇବା ପାଇଁ, ରେଡ୍-ମିଟ୍ ଅପକ୍ଷା କୁକୁଡ଼ା, ଟର୍କି ଏବଂ ମାଛ ଆଦି ଉପଯୁକ୍ତ ହୋଇଥାଏ।

Health Tips Mutton
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ