Advertisment

Why Obesity After Marriage: ବିବାହ ପରେ କାହିଁକି ମେଦବହୁଳତାର ଶିକାର ହେଉଛନ୍ତି ଦମ୍ପତି, ICMRର ଖୁଲାସା

ବିବାହ ପରେ ଦମ୍ପତିମାନେ ରେଡି ଟୁ ଇଟ୍ ମିଲ୍, ଫାଷ୍ଟଫୁଡ୍, ଅତ୍ୟଧିକ ଖାଇବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟାପରେ ପ୍ରେଜେଣ୍ଟେସନ୍ ଦେବା ଏବଂ ସପ୍ତାହାନ୍ତରେ ଆରାମ କରିବା ଆରମ୍ଭ କରନ୍ତି, ଯାହା ସେମାନଙ୍କର ଓଜନ ବୃଦ୍ଧିର କାରଣ ହୋଇଥାଏ । ଏହା ସହିତ ସହରରେ ଲୋକମାନେ ନିଜ ପରିବାର ଠାରୁ ଦୂରରେ ରହୁଛନ୍ତି ଏବଂ କିଛିଟା ଅଧିକ ଆୟ କରିବା ପାଇଁ ସମୟ ସ୍ଥିର ନଥିବା ଚାକିରି ମଧ୍ୟ କରନ୍ତି । ଏସବୁ କାରଣ ଯୋଗୁଁ ସେମାନେ ସଠିକ ସମୟରେ ଖାଇପାରନ୍ତି ନାହିଁ କିମ୍ବା ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାଆନ୍ତି ।

ଅଦ୍ୟତନ ହୋଇଛି
ଓଜନ ବଢ଼ିବାର କାରଣ

ଓଜନ ବଢ଼ିବାର କାରଣ

Advertisment

ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ବନ୍ଧନ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଭିନ୍ନ ଥାଏ । ବିବାହ ସହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବନା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିବାହ ପରେ ମହିଳା ଓ ପୁରୁଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆପଣାର ଲୋକଙ୍କୁ ପର କରି ନୂଆ ଘରକୁ ଯାଏ ଝିଅ । ବିବାହ ପରେ ସ୍ଥାନ, ଖାଦ୍ୟ ସବୁଥିରେ ପରିବର୍ତ୍ତନ ହୋଇଥାଏ । ବିଶେଷକରି ମହିଳାମାନଙ୍କ ଜୀବନଶୈଳୀ ବିବାହ ପରେ ପୁରା ବଦଳି ଯାଇଥାଏ, ଆଉ ଏହାର ପ୍ରଭାବ ଉଭୟ ସ୍ୱାମୀସ୍ତ୍ରୀଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟରେ ଉପରେ ପଡ଼ିଥାଏ । ଏବେ ବିବାହିତ ଦମ୍ପତିଙ୍କୁ ନେଇ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏକ ବଡ଼ ଖୁଲାସା କରିଛି ।

Advertisment

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ନିୟମିତ ବ୍ୟବଧାନରେ ଭାରତୀୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା କରିବା ସହ ଲୋକଙ୍କୁ ସଚେତନ କରିଥାଏ । କିଛି ଦିନ ପୂର୍ବରୁ ଆଇସିଏମଆର କରିଥିବା ଅଧ୍ୟୟନରୁ ଜଣାପଡ଼ିଛି, ୭୧ ପ୍ରତିଶତରୁ ଅଧିକ ଭାରତୀୟ ମେଟାବୋଲିଜିମ୍ ଦୃଷ୍ଟିରୁ ଅସୁସ୍ଥ । ରିପୋର୍ଟ ଅନୁସାରେ ଲକ୍ଷ ଲକ୍ଷ ଭାରତୀୟ ବାହାରୁ ପତଳା ଦେଖାଯାଆନ୍ତି ସତ କିନ୍ତୁ ସେମାନଙ୍କ ରକ୍ତରେ ଶର୍କରା, ଖରାପ କୋଲେଷ୍ଟ୍ରଲ୍ ଏବଂ ଚର୍ବି ଅଂଶ ଅଧିକ ଥାଏ । ଏବେ ଆଇସିଏମଆରର ନୂତନ ଅଧ୍ୟୟନରେ ଭାରତୀୟଙ୍କୁ ନେଇ ଚିନ୍ତାଜନକ ତଥ୍ୟ ଆସିଛି । ବିବାହ ପରେ ଦମ୍ପତି ମେଦବହୁଳତାର ଶିକାର ହେଉଥିବାର ଏକ ରିପୋର୍ଟ ପ୍ରକାଶ ପାଇଛି ।

କରେଣ୍ଟ ଡେଭଲପମେଣ୍ଟସ ଇନ ନ୍ୟୁଟ୍ରିସନରେ ପ୍ରକାଶିତ ଆଇସିଏମଆର ତଥ୍ୟ ଅନୁଯାୟୀ, ବିବାହ ପରେ ଫୁଡ ସେୟାରିଂ ଠାରୁ ଆରମ୍ଭ କରି ନୂତନ ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁଁ ବିବାହିତ ଦମ୍ପତିମାନେ ଅଜାଣତରେ ପରସ୍ପରର ଓଜନ ବୃଦ୍ଧି କରୁଛନ୍ତି। ଏହି କାରଣରୁ ଭାରତରେ ୪ ଦମ୍ପତିଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି । ୩୦ ବର୍ଷରୁ କମ୍ ବୟସର ଦମ୍ପତିଙ୍କ ମଧ୍ୟରେ ମୋଟାପଣର ଚିନ୍ତାଜନକ ହାର ଦେଖିବାକୁ ମିଳିଛି । କେରଳ, ମଣିପୁର, ଦିଲ୍ଲୀ, ଗୋଆ ଏବଂ ଜମ୍ମୁ ଏବଂ କାଶ୍ମୀର ଅଞ୍ଚଳରେ ଏପରି ସମସ୍ୟା ଅଧିକ ଦେଖିବା ପାଇଁ ମିଳୁଛି ।

Advertisment

ଦମ୍ପତିଙ୍କ ମଧ୍ୟରେ ମେଦବହୁଳତାର ସର୍ବାଧିକ ହାର କେରଳ (୫୧.୩ ପ୍ରତିଶତ)ରେ ରହିଛି । ତା’ପଛକୁ ଜମ୍ମୁ ଏବଂ କାଶ୍ମୀର (୪୮.୫ ପ୍ରତିଶତ), ମଣିପୁର (୪୭.୯ ପ୍ରତିଶତ), ଦିଲ୍ଲୀ (୪୭.୧ ପ୍ରତିଶତ), ଗୋଆ (୪୫ ପ୍ରତିଶତ), ତାମିଲନାଡୁ (୪୨.୭ ପ୍ରତିଶତ) ଏବଂ ପଞ୍ଜାବ (୪୨.୫ ପ୍ରତିଶତ) ରେ ରହିଛି ସର୍ବାଧିକ ମେଦବହୁଳତାର ହାର ।

ଦମ୍ପତିଙ୍କ ଓଜନ ବୃଦ୍ଧିର କାରଣ

ଆଇସିଏମଆର, ଜାତୀୟ କର୍କଟ ରୋଗ ନିବାରଣ ଏବଂ ଗବେଷଣା ପ୍ରତିଷ୍ଠାନ, ଟେରି ସ୍କୁଲ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ଗବେଷକମାନଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଓ ଭାରତର ୫୨,୭୩୭ ବିବାହିତ ଦମ୍ପତିଙ୍କ ତଥ୍ୟ ନେଇ ଗବେଷକମାନେ ବିଶ୍ଳେଷଣ କରିଥିଲେ । ଏଥିପାଇଁ ଏହାକୁ ଦେଶର ସର୍ବବୃହତ ଗବେଷଣା ଭାବରେ ବିବେଚନା କରାଯାଉଛି । ସହରାଞ୍ଚଳ, ଧନୀକ ପରିବାରରେ ଏହି ହାର ଯଥେଷ୍ଟ ଅଧିକ ରହିଛି ।

Advertisment

ବିବାହ ପରେ ଦମ୍ପତିମାନେ ରେଡି ଟୁ ଇଟ୍ ମିଲ୍, ଫାଷ୍ଟଫୁଡ୍, ଅତ୍ୟଧିକ ଖାଇବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟାପରେ ପ୍ରେଜେଣ୍ଟେସନ୍ ଦେବା ଏବଂ ସପ୍ତାହାନ୍ତରେ ଆରାମ କରିବା ଆରମ୍ଭ କରନ୍ତି, ଯାହା ସେମାନଙ୍କର ଓଜନ ବୃଦ୍ଧିର କାରଣ ହୋଇଥାଏ । ଏହା ସହିତ ସହରରେ ଲୋକମାନେ ନିଜ ପରିବାର ଠାରୁ ଦୂରରେ ରହୁଛନ୍ତି ଏବଂ କିଛିଟା ଅଧିକ ଆୟ କରିବା ପାଇଁ ସମୟ ସ୍ଥିର ନଥିବା ଚାକିରି ମଧ୍ୟ କରନ୍ତି । ଏସବୁ କାରଣ ଯୋଗୁଁ ସେମାନେ ସଠିକ ସମୟରେ ଖାଇପାରନ୍ତି ନାହିଁ କିମ୍ବା ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାଆନ୍ତି । ସହରାଞ୍ଚଳ ଦମ୍ପତିଙ୍କ ମଧ୍ୟରେ ମୋଟାପଣ ହାର ୩୮.୪% ଥିଲାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୨.୧% ରେକର୍ଡ କରାଯାଇଛି। ଧନୀ ପରିବାରରେ ଏହି ଅନୁପାତ ୪୭.୬% ରେ ପହଞ୍ଚି ଯାଇଛି । ଏଥିରୁ ସ୍ପଷ୍ଟ ଆର୍ଥିକ ସମୃଦ୍ଧି ସହିତ ମୋଟାପଣ ସ୍ତର ବୃଦ୍ଧି ପାଉଛି।

ବିଶେଷଜ୍ଞଙ୍କ ମତ କ’ଣ ?

୩୦ ବର୍ଷ ବୟସରୁ କମ ବର୍ଗର ଦମ୍ପତିଙ୍କ ମଧ୍ୟରେ ମୋଟାପଣ ବା ମେଦବହୁଳତା ଏକ ପ୍ରମୁଖ ଚିନ୍ତାର କାରଣ ସାଜିଛି । କେରଳର ଯୁବ ଦମ୍ପତିଙ୍କ ମଧ୍ୟରେ ଏହି ସମସ୍ୟା ସର୍ବାଧିକ ୪୨.୮ ପ୍ରତିଶତ, ଗୋଆରେ ୩୭ ପ୍ରତିଶତ, ଜମ୍ମୁ ଏବଂ କାଶ୍ମୀରରେ ୩୧.୬ ପ୍ରତିଶତ ଏବଂ ତାମିଲନାଡୁରେ ୨୯.୬ ପ୍ରତିଶତ ରହିଛି । ମେଦବହୁଳ ସମ୍ବନ୍ଧୀୟ ମେଟାବୋଲିକ୍ ରୋଗ ଗୁଡ଼ିକ ଖୁବ ଶୀଘ୍ର ଆରମ୍ଭ ହୋଇଯାଉଥିବା ପରିସଂଖ୍ୟାନରୁ ଜଣାପଡ଼ୁଛି । ବିଶେଷଜ୍ଞଙ୍କ ଅନୁସାରେ ଯୁବ ଦମ୍ପତିମାନେ ସେମାନଙ୍କ ସର୍ବାଧିକ ପ୍ରଡକ୍ଟିଭ ବା କିଛି ନୂଆ କରିବା ସମୟରେ ମଧୁମେହ, ହୃଦରୋଗ ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ଶିକାର ହେଉଛନ୍ତି ।

ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ମେଦବହୁଳତା ଅନ୍ୟତମ । ଛୋଟ ଛୁଆଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି । ମଧୁମେହରୁ ବଞ୍ଚିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । ମଧୁମେହ ଆକ୍ରାନ୍ତଙ୍କ ଶରୀରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଥିବାରୁ ଏପରି କୁହାଯାଇଥାଏ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ଲାଗି ଏହା ଏକ ବୃହତ୍ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ମେଦବହୁଳତା ଏକ ଏମିତି ରୋଗ, ଯାହାକୁ ନିୟନ୍ତ୍ରଣ କରାଯାଇପାରିବ, ହେଲେ ସଂପୂର୍ଣ୍ଣ ଭାବରେ ଶେଷ କରାଯାଇପାରିବ ନାହିଁ । ନିୟମିତ ବ୍ୟାୟାମ ସହିତ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ରଖିବାକୁ ପଡିବ । ଓଜନ କମ କରିବା ପାଇଁ ଡାଏଟ ଫଲୋ କରିବା ଆବଶ୍ୟକ । ଅତ୍ୟଧିକ ମିଠା, ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ଖାଦ୍ୟରେ ସନ୍ତୁଳନ ରଖିବା ଜରୁରୀ । ସୁସ୍ଥକର ଖାଦ୍ୟ ଓ ଜୀବନଶୈଳୀ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । 

After Marriage Couple Obesity Risk Of Obesity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ