Advertisment

ମାଡ଼ି ଚାଲିଛି Tomato flu : ଜାଣନ୍ତୁ ଏହାର ଲକ୍ଷଣ, କାହାକୁ ବ୍ୟାପିବା ଆଶଙ୍କା ?

Tomato fluକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି

Tomato Fever

Tomato Fever

Advertisment

ସାରା ବିଶ୍ୱରେ ତଥା ଭାରତ ଗତ କିଛି ବର୍ଷ ଧରି କରୋନା ମହାମାରୀ ସହିତ ଲଢ଼େଇ କରୁଛି । କରୋନା ପରେ ମଙ୍କିପକ୍ସ ବିଶ୍ୱବ୍ୟାପି ଚିନ୍ତା ବଢ଼ାଇବା ପରେ ବର୍ତ୍ତମାନ ନୂତନ ରୋଗର ଆତଙ୍କ ସୃଷ୍ଟି ହୋଇଛି । ଟୋ ଫ୍ଲୁକୁ ନେଇ ଏବେ ଦେଶରେ ହାଇଆଲର୍ଟ । ଶିଶୁମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Advertisment

ଅଧ୍ୟୟନ ଅନୁଯାୟୀ, ୬ ମଇ ୨୦୨୦ରେ କେରଳରେ ପ୍ରଥମ ଟମାଟୋ ଫ୍ଲୁର ରୋଗୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ୍‌ ୮୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏକରୁ ପାଞ୍ଚ ବର୍ଷ ବୟସର ପିଲାଙ୍କ ସହିତ ପ୍ରତିରୋଧକ ଶକ୍ତି କମ୍‌ ଥିବା ବୟସ୍କମାନଙ୍କୁ ଏହି ଜର ହେଉଛି ।

ଟମାଟୋ ଫ୍ଲୁ ରୋଗର ଲକ୍ଷଣ...

  • ଚର୍ମରେ ଗାଢ ଲାଲ୍‌ ରଙ୍ଗର ବଡ଼ ବଡ଼ ଫୋଟକା ହେବା
  • ଅତ୍ୟଧିକ ଜ୍ୱର ହେବା
  • ଚର୍ମ କୁଣ୍ଡାଇ ହେବା
  • ଶରୀରର ଗଣ୍ଠି ସବୁ ଫୁଲି ଯିବା
  • ଅତ୍ୟଧିକ ହାଲିଆ ଲାଗିବା
  • କେମିତି ଏହି ରୋଗରୁ ପାଇବେ ରକ୍ଷା ?
  • ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ
  • ଆବଶ୍ୟକୀୟ ପାଣି ପିଅନ୍ତୁ
Advertisment

କେମିତି ଏହି ରୋଗରୁ ପାଇବେ ରକ୍ଷା ? 

  • ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ
  • ଆବଶ୍ୟକୀୟ ପାଣି ପିଅନ୍ତୁ
  • ଉପରୋକ୍ତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ
  • ଯଦି କୌଣସି ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ ଦେଖା ଯାଇଛି, ତା’ହେଲେ ଶରୀରରେ ଯେଭଳି କୌଣସି ଘା’ ଇତ୍ୟାଦି ସୃଷ୍ଟି ନହୁଏ ଏଥିପ୍ରତି ଅଭିଭାବକ ଧ୍ୟାନ ରଖିବା ଉଚିତ୍‌
  • ସଂକ୍ରମଣ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ସହ କମ୍‌ ମିଳାମିଶା କରିବା ଆବଶ୍ୟକ
  • ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଯଥେଷ୍ଟ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଅପରିଷ୍କାର ହେଲେ ଏହି ରୋଗ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ପିଲାଙ୍କୁ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନଖାଇବା ସହ ଆବଶ୍ୟକ ମୁତାବକ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଶରୀରରେ ଯେପରି ଜଳୀୟ ଅଂଶ ନକମିବ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ ।  ପିଲା ସଂକ୍ରମିତ ହେଲେ ଯେମିତି ଶରୀରରେ କୌଣସି ଘା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏମିତିକି ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

Advertisment

ଟମାଟୋ ଫ୍ଲୁ ରୋଗର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ବିରଳ ସଂକ୍ରାମକ ରୋଗ। ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି। ୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। 

Tomato Flu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ