Advertisment

Vegetables Should Avoid: ବର୍ଷା ଦିନେ ଖାଉଛନ୍ତି କି ଏହି ଖାଦ୍ୟ, ସାବଧାନ! ଜାଣନ୍ତୁ କଣ ଖାଇବା ଅନୁଚିତ୍‌

ବର୍ଷା ଦିନେ ଜୀବାଣୂ ଓ କବକ ବୃଦ୍ଧି ପାଉଥିବାରୁ ଦି ହେଲ୍‌ଦି ଇଣ୍ଡିଆନ ପ୍ରୋଜେକ୍ଟର ପୁଷ୍ଟିସାର ବିଶେଷଜ୍ଞ ଗାରିମା ଦେବ ବର୍ମନ ପତ୍ର ବା ଶାଗ ଜାତୀୟ ଖାଦ୍ୟ ଖାଇବାକୁ ବାରଣ କରିଛନ୍ତି ।

ଅଦ୍ୟତନ ହୋଇଛି
Vegetables

Vegetables

Advertisment

ମୌସୁମୀ ଆଗମନ ହେଲେ ଜୀବାଣୂ, କବକ ବୃଦ୍ଧି ନେଇ ଭୟ ରହିଥାଏ । ଯାହାର ପ୍ରଭାବ ମୁଖ୍ୟତଃ ଖାଦ୍ୟ ଉପରେ ବେଶୀ ରହିଥାଏ । ବର୍ଷା ଦିନେ ଦୂଷିତ ଫଳ ଓ ପନିପରିବାକୁ ନେଇ ବିପଦ ବେଶୀ ଥାଏ । ତେଣୁ ଦି ହେଲ୍‌ଦି ଇଣ୍ଡିଆନ ପ୍ରୋଜେକ୍ଟର ପୁଷ୍ଟିସାର ବିଶେଷଜ୍ଞ ଗାରିମା ଦେବ ବର୍ମନ ବର୍ଷା ଦିନେ କେତେକ ପନିପରିବା ଖାଇବାକୁ ବାରଣ କରିଛନ୍ତି । କବକ, ଜୀବାଣୁ ବୃଦ୍ଧି ହେଉଥିବାରୁ ବର୍ଷା ଦିନେ କିଛି ପନିପରିବା ନ ଖାଇବା ଭଲ ବୋଲି ସେ କହିଛନ୍ତି । ଯାହା ଦ୍ୱାରା ଖାଦ୍ୟଜନିତ ରୋଗକୁ ଏଡାଇ ପାରିବା ।

Advertisment

ଅଧିକ ପଢ଼ନ୍ତୁ: ଆକସ୍ମିକ ମୃତ୍ୟୁର କାରଣ ନୁହେଁ କୋଭିଡ ଟିକା: ICMR ଏବଂ NCDC ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଖଣ୍ଡନ

ସେଥିମଧ୍ୟରୁ କିଛି ପନିପରିବା

  • ଶାଗ- ବର୍ଷା ଦିନେ ଆର୍ଦ୍ରତା ସ୍ତର ବଢୁଥିବା ଯୋଗୁଁ ମୁଖ୍ୟତଃ ପତ୍ର ବା ଶାଗ ଜାତୀୟ ଖାଦ୍ୟରେ ଜୀବାଣୁ ଭରି ରହିଥାଏ । ତେଣୁ ଏସବୁକୁ ଏଡାଇବା ଉଚିତ୍ । ଯେପରିକି ପାଳଙ୍ଗ ଓ ବନ୍ଧାକୋବିରେ ବେଶୀ ରହିଥାଏ, ଯାହା ପାଚନ ସମସ୍ୟା ସୃଷ୍ଟି କରିଥାଏ ।
  • ଟମାଟୋ, ବାଇଗଣ, ଛତୁ ଓ ଫୁଲକୋବି- ବର୍ଷା ଦିନରେ ଏହି ପରିବା ଖାଇବା ଦ୍ୱାରା ପେଟ ଖରାପ ହେବାର ଆଶଙ୍କା ରହିଥାଏ । 
Advertisment

ପେଟ ଖରାପ ଆଶଙ୍କାକୁ ଏଡାଇବା ପାଇଁ ହେଲେ କ'ଣ କରିବା ଆବଶ୍ୟକ

ରାନ୍ଧିବା ପୂର୍ବରୁ ଶାଗ ଓ ପନିପରିବାଗୁଡ଼ିକୁ ଲୁଣ ପାଣିରେ ଧୋଇ ଦିଅନ୍ତୁ, ଯାହାଦ୍ବାରା ଏହା ଜୀବାଣୁ ସଫା ହୋଇଯିବ। ବାହାର ଛଣାଛଣି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ପନିପରିବାକୁ ରୋଷେଇ ପୁର୍ବରୁ କିଛି ସମୟ ପାଇଁ ଭିନେଗାର ଓ ବେକିଙ୍ଗ ସୋଡାରେ ଭିଜାଇ ପନିପରିବାକୁ ଧୋଇ ଦିଅନ୍ତୁ । ଯାହା ଦୂର କୀଟନାସକ ଦୂର କରାଯାଇ ପାରିବ । ଫଳ ଓ ପନିପରିବା ଖାଇବା ପୂର୍ବରୁ ଚୋପା ଛଡାଇ ଖାଇବାକୁ ଚେଷ୍ଟା କରନ୍ତୁ । 

ଶାଗ ଜାତୀୟ ଖାଦ୍ୟ ବଦଳରେ ଲାଉ, ପାଣି କଖାରୁ, ଜହ୍ନି, ଛଚିନ୍ଦ୍ରା ଖାଆନ୍ତୁ । ପରଟା, ସୁପ୍‌, ରାଇତାରେ ଲାଉ ସାମିଲ କରନ୍ତୁ । କଞ୍ଚା ପନିପରିବା ବଦଳରେ ଷ୍ଟିମ୍‌ଡ ସାଲାଡ ଖାଆନ୍ତୁ । ପନିପରିବାକୁ ଥଣ୍ଡା ପାଣିରେ ଧୁଅନ୍ତୁ । ମୋଟା ଚୋପା ଥିବା ପନିପରିବାକୁ ସଫା କରିବା ପାଇଁ ବ୍ରସ ବ୍ୟବହାର କରନ୍ତୁ । 

Advertisment

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

Vegetable Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ