Advertisment

କାହିଁକି ହୁଏ ବ୍ଳଡ୍‌ କ୍ୟାନସର ? ଜାଣିନିଅନ୍ତୁ ଏହି ରୋଗର ଲକ୍ଷଣ…

ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...

ଅଦ୍ୟତନ ହୋଇଛି
Types of blood cancers and tests that diagnose them

Types of blood cancers and tests that diagnose them

Advertisment

କ୍ୟାନସର ବା ରକ୍ତ କର୍କଟ । ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ କର୍କଟ ରୋଗରେ ପୀଡ଼ିତ ହୋଇ ଅନେକ ଲୋକଙ୍କ ଜୀବନ ଯାଉଛି । ହେଲେ ଆପଣ ଜାଣନ୍ତି କି ? କାହିଁକି ହୁଏ ରକ୍ତ କର୍କଟ ବା ବ୍ଳଡ୍‌ କ୍ୟାନସର ? ଏହି ରୋଗ ମୁଖ୍ୟତଃ କେତେ ପ୍ରକାରର ରହିଥାଏ ? ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ...

Advertisment

ରକ୍ତ କର୍କଟ କେତେ ପ୍ରକାର ?

ସାଧାରଣତ‌ଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...

ଲିମ୍ଫୋମା- ଏହି ରକ୍ତ କର୍କଟ ଜଣେ ରୋଗୀଙ୍କ ଲିମ୍ଫୋ ସିଷ୍ଟମ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଯେଉଁଥିରେ ଲସିକା ଗ୍ରନ୍ଥି ଓ ସ୍ନାୟୁ ଗୁଡ଼ିକ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ ।

Advertisment

ମାଇଲୋମା- ଏହି ରକ୍ତ କର୍କଟ ଜଣେ ରୋଗୀଙ୍କ ଅସ୍ଥି ସଜ୍ଜାର ପ୍ଲାଜମା କୋଷ ଗୁଡ଼ିକୁ ପ୍ରଭାବିତ କରେ । ଫଳରେ ରୋଗୀର ଶରୀରରେ ହାଡ଼, ରକ୍ତ ଓ କିଡନୀକୁ କ୍ଷତି ପହଞ୍ଚାଇଥାଏ ।

ଲ୍ୟୁକେମିଆ- ଲ୍ୟୁକେମିଆ ରକ୍ତ କର୍କଟ ରୋଗୀର ଶରୀରରେ ଶ୍ୱେତ ରକ୍ତ କଣିକା ଅଧିକ ଉତ୍ପାଦନ କରିଥାଏ । ଯାହାଫଳରେ ବ୍ୟକ୍ତିଜଣକ ରୋଗ ସହ ଲଢ଼ିବାରେ ଅସମର୍ଥ ହୋଇଥାଏ ।

Advertisment

କ’ଣ ଏହି ରୋଗର ଲକ୍ଷଣ ?

ଜ୍ୱର ଲାଗି ରହିବା

ଶରୀରର ଓଜନ କମିବା

ଭୋକ ନଲାଗିବା

ନାକରୁ ରକ୍ତ ପଡ଼ିବା

ହାଡ଼ରେ ଯନ୍ତ୍ରଣା ହେବା

ମହିଳାମାନଙ୍କ ପ୍ରବଳ ରକ୍ତସ୍ରାବ ହେବା

ରାତିରେ ଶୋଇବାବେଳେ ଝାଳ ବାହାରିବା

ପରିଶ୍ରମ ନକରି ମଧ୍ୟ କ୍ଲାନ୍ତ ଅନୁଭବ କରିବା

ଏଭଳି ସମସ୍ୟା ଲାଗି ରହିବା ହେଉଛି ଏହି ରୋଗର ପ୍ରମୁଖ ଲକ୍ଷଣ । ଯଦି ଏପରି ଲକ୍ଷଣ ଦେଖାଦିଏ ତେବେ ଡାକ୍ତରଙ୍କ ପରାମର୍ଶନେବା ନିହାତି ଆବଶ୍ୟକ ।

କ’ଣ ଏହି ରୋଗର କାରଣ ?

କର୍କଟ ରୋଗକୁ ନେଇ ଏବେ ବି ମଧ୍ୟ ଅନେକ କଥା ସାମ୍ନାକୁ ଆସିନାହିଁ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି । ପୂର୍ବରୁ ପରିବାରର କୌଣସି ସଦସ୍ୟଙ୍କୁ ଏହି ରୋଗ ହୋଇଥିଲେ ଏହା ପରବର୍ତ୍ତୀ ପିଢ଼ିଙ୍କୁ ହେବାର ସମ୍ଭାବନା ରହିଥାଏ ବୋଲି କୁହାଯାଇଛି । ଏହା ବ୍ୟତୀତ ଖାଦ୍ୟ ଓ ରାସାୟନିକ ପଦାର୍ଥ ଦ୍ୱାରା ମଧ୍ୟ ହୋଇଥାଏ ।

Blood Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ