Advertisment

ଶୀତ ଦିନେ ଅଧିକ ଆଣ୍ଠୁ-ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ହେଉଛି କି; ଧ୍ୟାନ ଦିଅନ୍ତୁ…

ଶୀତଋତୁ ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଆପଣ ଯଦି ଏମିତି କିଛି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଏହି ୬ଟି ଟିପ୍ସକୁ ମାନନ୍ତୁ, ମିଳିବ ସୁଫଳ।

ଅଦ୍ୟତନ ହୋଇଛି
tips to beat joint and muscle pain

tips to beat joint and muscle pain

Advertisment

ଶୀତଋତୁ ଯୁବକଙ୍କ ପାଇଁ ମଉଜ୍‌ମଜ୍‌ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ପୁନେର ଆପୋଲୋ କ୍ଲିନିକ୍ କନସଲଟାଣ୍ଟ ଅର୍ଥୋପେଡିକ୍ ଜଏଣ୍ଟ୍ ରିପ୍ଲେସ୍‌ମେଣ୍ଟ୍‌ ଆଣ୍ଡ୍ ଆର୍ଥ୍ରୋସ୍କୋପି ସର୍ଜନ ଡାକ୍ତର ରୋହିତ ଚକୋରଙ୍କ ଅନୁଯାୟୀ ଅଧିକାଂଶ ବୃଦ୍ଧ ଏହି ଋତୁରେ ଗଣ୍ଠି ଯନ୍ତ୍ରଣା ସହିତ ମାଂସପେଶୀ କଷ୍ଟ ଅନୁଭବ କରନ୍ତି।

Advertisment

କାହିଁକି ହୁଏ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା:

  • ଶୀତଦିନେ ବିଶେଷକରି ପୁରୁଣା ଆଘାତ ଏବଂ ଅପରେସନ୍ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୁଏ। ଯେତେବେଳେ ତାଙ୍କୁ ପଚରାଯାଏ ଏହି ଆଘାତ କିମ୍ବା ଯନ୍ତ୍ରଣା କିପରି ଆରମ୍ଭ ହେଲା, ସେମାନେ କୁହନ୍ତି ଯେ ଏହି ଯନ୍ତ୍ରଣା ୫ କିମ୍ବା ୨ ବର୍ଷ ପୂର୍ବର ଆଉ ପ୍ରତ୍ୟେକ ଶୀତଦିନରେ ଏହା ଆରମ୍ଭ ହୁଏ। ଡକ୍ଟର ରୋହିତ ଚକୋରଙ୍କ କହିବାନୁଯାୟୀ, ତାପମାତ୍ରାରେ ପରିବର୍ତ୍ତନ ଏବଂ ଥଣ୍ଡା ପାଗ ହେତୁ ମାଂସପେଶୀ ଯନ୍ତ୍ରଣା ବଢିବାରେ ଲାଗେ।
  • ବୟସ ବଢିବା ସହିତ ଶରୀର ଏବଂ ହାଡରେ ରକ୍ତ ସଞ୍ଚାଳନର ଗତି ମନ୍ଥର ହେବାକୁ ଲାଗେ। ଯେଉଁଥିପାଇଁ ଆଣ୍ଠୁ, ପିଚା ଏବଂ ଆଙ୍ଗୁଠିରେ ଜଡତା ଏବଂ ଯନ୍ତ୍ରଣା ଅନୁଭବ ହୁଏ। ଆଷ୍ଟର ସିଏମଆଇ ହସ୍ପିଟାଲ ବାଙ୍ଗାଲୋରର ଲିଡ୍‌ କନ୍‌ସଲ୍‌ଟାଣ୍ଟ ପଲ୍ଲିଏଟିଭ୍ ମେଡିସିନ୍ ଏବଂ ରିହାସିଲିଟେସନ ଡକ୍ଟର ରାଘବେନ୍ଦ୍ର ରମନଜୁଲୁଙ୍କ ଅନୁଯାୟୀ, ଶରୀରରେ ଥିବା ତରଳ ପଦାର୍ଥର ଘନତା ହେତୁ ଏହି ସମସ୍ୟା ବଢିଯାଏ।
  • ଡକ୍ଟର ରାମନଜୁଲୁ ଆହୁରି ମଧ୍ୟ କହିଛନ୍ତି, ମାଂସପେଶୀ ଯନ୍ତ୍ରଣା ମଧ୍ୟ ହାଡର ଅତ୍ୟଧିକ ଘର୍ଷଣ ଯୋଗୁଁ ଦେଖାଦିଏ। ଏହି କାରଣରୁ ଆଣ୍ଠୁ ଗଣ୍ଠି କପକପ ହୁଏ। ଫଳରେ ମାଂସପେଶୀରେ ଯନ୍ତ୍ରଣା ଏବଂ ପ୍ରଦାହ ସୃଷ୍ଟି ହୁଏ।

ଯନ୍ତ୍ରଣାରୁ ମୁକ୍ତି ପାଇବାର ୬ ଉପାୟ:

ସୂର୍ଯ୍ୟ କିରଣ:

ଶୀତଦିନେ ସୂର୍ଯ୍ୟ କିରଣର ଅଭାବ ହେତୁ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଡକ୍ଟର ଚକୋରଙ୍କ ଅନୁଯାୟୀ, ମାଂସପେଶୀର ନମନୀୟତା କମିଯାଇ ମାଂସପେଶୀ ଯନ୍ତ୍ରଣା ବଢିଯାଏ। ରମନଜୁଲୁଙ୍କ ପରାମର୍ଶ ଅନୁଯାୟୀ ଦିନରେ ଯେତେସମ୍ଭବ ସୂର୍ଯ୍ୟ କିରଣର ସମ୍ମୁଖୀନ ହେବା ଉଚିତ ଯାହା ଦ୍ୱାରା ମାଂସପେଶୀ ଶକ୍ତିଶାଳୀ ହୋଇଥାଏ।

Advertisment

ହାଇଡ୍ରେସନ୍:

ଶୀତଦିନେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ। ଅଧିକାଂଶ ଲୋକ ଶୀତଦିନେ ନିଜ ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତି ନାହିଁ। ଏନେଇ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ସହିତ ମାଂସପେଶୀରେ କଷ୍ଟ ହୁଏ।

ଖାଦ୍ୟ:

ଯଦି ଶୀତଦିନେ ବୃଦ୍ଧ କିମ୍ବା କୌଣସି ଯୁବକଙ୍କର ପାଦ ଏବଂ ହାତରେ କ୍ରମାଗତ ଯନ୍ତ୍ରଣା ହୁଏ, ତେବେ ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି, ଡି ଏବଂ କେ ଭରପୂର ରହିବା ଉଚିତ। ଖାଦ୍ୟରେ ଅଧିକରୁ ଅଧିକ ପାଳଙ୍ଗ, କୋବି, ଟମାଟୋ ଏବଂ କମଳା ଖାଇବା ଦରକାର, ଯେଉଁଥିରୁ କ୍ୟାଲସିୟମ ଏବଂ ଲୌହ ବହୁ ପରିମାଣରେ ମିଳିଥାଏ।

Advertisment

ଜୀବନଶୈଳୀରେ ପରିବର୍ତ୍ତନ:

ଶୋଇବା ପୂର୍ବରୁ ଗରମ ପାଣିରେ ଗାଧୋଇଲେ ଅନେକ ଉପକାର ମିଳେ। ନିଦ ଭଲ ହେବା ପାଇଁ ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଇବାକୁ ଡକ୍ଟର ରମନଜୁଲୁ ପରାମର୍ଶ ଦେଇଛନ୍ତି।

ବ୍ୟାୟାମ:

ମାଂସପେଶୀକୁ ଆରାମ ଦେବା ଏବଂ ଗଣ୍ଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ଷ୍ଟ୍ରେଚିଂ ପରି ବ୍ୟାୟାମ ସବୁଠାରୁ ଭଲ। ଏହା ବ୍ୟତୀତ ନିୟମିତ ବ୍ୟାୟାମରେ ସାଇକେଲ ଚଲାଇବା, ଚାଲିବା, ଏରୋବିକ୍ସ ଏବଂ ପହଁରିବାକୁ ସାମିଲ କଲେ ଆଣ୍ଠୁର ମାଂସପେଶୀ ମଜବୁତ ହୋଇଥାଏ। ଏହା ଦ୍ୱାରା ଏସବୁ ସୁସ୍ଥ ଏବଂ ନମନୀୟ ରୁହେ ବୋଲି ଡାକ୍ତର ଚକୋର କହିଛନ୍ତି।

କାର୍ଯ୍ୟକଳାପରେ ଯତ୍ନବାନ:

ଅନେକ ସମୟରେ କାମ ସମୟରେ ଖରାପ ସ୍ଥିତି କିମ୍ବା ଦୀର୍ଘ ସମୟ ଧରି ବସିବା କିମ୍ବା ଭାରି ଜିନିଷ ଉଠାଇବା ଦ୍ୱାରା ମେରୁଦଣ୍ଡର ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ପିଠି ଯନ୍ତ୍ରଣା ମଧ୍ୟ ହୋଇଥାଏ। ଶୀତଦିନେ ଏହା ଅଧିକ ହୋଇପାରେ, ତେଣୁ ମେରୁଦଣ୍ଡଜନିତ ଯନ୍ତ୍ରଣାକୁ ରୋକିବା ପାଇଁ ଜଣେ ଦୈନନ୍ଦିନ ନିଜ କାର୍ଯ୍ୟକଳାପ ପ୍ରତି ଯତ୍ନବାନ ହେବା ଉଚିତ।

Health Tips Joint Pain Muscle Pain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ