Advertisment

ଥଣ୍ଡାରେ ନାକ ବନ୍ଦ ହେଇଯାଉଛି କି, କରନ୍ତୁ ଏହି ୩ ଅଭ୍ୟାସ

ବେଳେବେଳେ ନାକ ବନ୍ଦ ହୋଇଯିବା ଦ୍ୱାରା ଅନେକ ଅସୁବିଧାର କାରଣ ହୋଇଥାଏ। ଶ୍ୱାସ ନେବାରେ ଅସୁବିଧା ହୁଏ। ଗଳାରେ ଯନ୍ତ୍ରଣା ହୁଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଯୋଗ ଏବଂ ମୁହଁର ବ୍ୟାୟାମ ରହିଛି, ଯାହା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

ଅଦ୍ୟତନ ହୋଇଛି
These 3 yoga asanas for blocked nose

These 3 yoga asanas for blocked nose

Advertisment

ଥଣ୍ଡା, ଆଲର୍ଜି କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ହେତୁ ନାକ ବନ୍ଦ ହୋଇଯାଏ। ଏହା ସମସ୍ୟା ଅନେକ ଅସୁବିଧାର କାରଣ ହୋଇଥାଏ। ଶ୍ୱାସ ନେବାରେ ଅସୁବିଧା ହୁଏ। ଗଳାରେ ଯନ୍ତ୍ରଣା ହୁଏ। ରାତିରେ ଶୋଇବାରେ ସମସ୍ୟା ଆସେ। ପିଲାମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖାଯାଏ। ଅନେକ ଲୋକ ଏହି ସମସ୍ୟାରେ ଥଣ୍ଡା ଔଷଧ ଖାଆନ୍ତି ଏବଂ ଅନେକ ଘରୋଇ ଉପଚାରକୁ ଅନୁସରଣ କରନ୍ତି। କିନ୍ତୁ ଏହି ବନ୍ଦ ନାକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଯୋଗ ଏବଂ ମୁହଁର ବ୍ୟାୟାମ ରହିଛି ଯାହା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

Advertisment

ଯୋଗ ଦ୍ୱାରା ଥଣ୍ଡା ଭଲ ହୋଇଯାଏ। ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆସେ। ଏପରି ପରିସ୍ଥିତିରେ, ତିନୋଟି ପ୍ରଭାବଶାଳୀ ଯୋଗ ବନ୍ଦ ନାକ ସମସ୍ୟାରୁ ମୁକ୍ତି ଦେବ। ବନ୍ଦ ନାକକୁ ଖୋଲିବା ପାଇଁ ଏଠାରେ ଆପଣଙ୍କୁ କିଛି ସହଜ ଯୋଗ ସ୍ଥିତି ବିଷୟରେ କୁହାଯାଉଛି ଦୈନନ୍ଦିନ୍ ଜୀବନରେ ସାମିଲ୍ କରି ବନ୍ଦ ନାକ ସମସ୍ୟାରୁ ମୁକ୍ତି ପାଇପାରିବେ।

ବନ୍ଦ ନାକ ଖୋଲିବା ପାଇଁ ଯୋଗାସନ-

ନାକ ଦବାଇବା:

ଯଦି ଆପଣଙ୍କର ନାକ ବନ୍ଦ ହୋଇଯାଛି ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ବିଶି ଆଙ୍ଗୁଠିକୁ ବଙ୍କା କରି ନାକ ଉପରେ ଥିବା ତିନୋଟି ପଏଣ୍ଟ ଉପରେ ଦବାନ୍ତୁ। ଏଥିରେ ପ୍ରଥମ ହେଉଛି ନାକର ଆରମ୍ଭ, ଦ୍ୱିତୀୟଟି କେନ୍ଦ୍ରରେ ଏବଂ ତୃତୀୟଟି ନାକର ଶେଷ ଆଡକୁ ଦବାଇବା। ମଧ୍ୟମ ଚାପ ସହିତ ଦବାନ୍ତୁ ଏବଂ ୧୦-୧୫ ସେକେଣ୍ଡ ପାଇଁ ଏହି ପୋଜରେ ରୁହନ୍ତୁ। ଏହା ଦ୍ୱାରା ନାକ ଖୋଲିଯିବା ସହିତ ନାକର ଆକାର ଦେବାରେ ମଧ୍ୟ ସାହାଯ୍ୟ କରେ।

Advertisment

ନାକ ମସାଜ୍:

ଏହି ବ୍ୟାୟାମ କରିବାକୁ, ନାକକୁ ବୁଲାନ୍ତୁ। ଏହା ପରେ ବିଶି ଆଙ୍ଗୁଠିରେ କିଛି ସମୟ ପାଇଁ ମସାଜ୍ କରନ୍ତୁ। ଏହା ବନ୍ଦ ନାକକୁ ଭଲ କରିବା ସହିତ ନାସୋଲାବିୟଲ୍ ଫୋଲ୍ଡଗୁଡ଼ିକୁ ମଧ୍ୟ ଦୂର କରିଦିଏ।

କପାଳ ମସାଜ୍:

ବନ୍ଦ ନାକ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ନାକର ଉପରକୁ ଭ୍ରୁଲତାର ଦୁଇ ପାଖରେ ଆଙ୍ଗୁଠି ସାହାଯ୍ୟରେ ମସାଜ୍ କରନ୍ତୁ। ବନ୍ଦ ନାକ ହେତୁ ମନସିକ ଚାପ ଓ ମୁଣ୍ଡବିନ୍ଧା ହୋଇଥାଏ। ଏହି ବ୍ୟାୟାମ ଏଥିରୁ ମୁକ୍ତି ଦେଇଥାଏ।

Advertisment

ଶ୍ୱାସକ୍ରିୟା ବ୍ୟାୟାମ:

ଯଦି ନାକ ବନ୍ଦ ହୋଇଯାଉଥାଏ ଏହାକୁ ଖୋଲିବା ପାଇଁ ଶ୍ୱାସକ୍ରିୟାଜନିତ ବ୍ୟାୟାମ ମଧ୍ୟ କରାଯାଇପାରେ।

Yogasana Yogasanas For Blocked Nose
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ