Advertisment

Balanced Diet in Feast: ଭୋଜିଭାତରେ ଯୋଗ ଦେବା ଆଗରୁ କିଛି ନିୟମ ମାନନ୍ତୁ, ନହେଲେ ଆସିବ ସ୍ୱାସ୍ଥ୍ୟସମସ୍ୟା

ଛୁଟିଦିନରେ ତଥା ବାହାରେ କେବେ ଭୋଜି କଲାବେଳେ ଆମେ ପାଣି ପିଇବାର ଗୁରୁତ୍ୱ ଭୁଲିଯାଉ। ତେବେ ଏହି ସମୟରେ ଆମେ ଶରୀରର ଜଳୀୟ ଅଂଶ ସନ୍ତୁଳିତ ରଖିବା ପାଇଁ ରସଯୁକ୍ତ ଫଳ, ଦହି ସରବତ, ଘୋଳଦହି, ଫଳରସ ଇତ୍ୟାଦି ନେଇପାରିବା। ଏସବୁ ଦ୍ୱାରା ଶରୀର ସତେଜ ରହେ ଓ କାମରେ ମନ ଲାଗିବା ସହ ଦୁର୍ବଳ ଲାଗିନଥାଏ।

ଅଦ୍ୟତନ ହୋଇଛି
ଭୋଜି ଖାଇବା ଆଗରୁ ମାନନ୍ତୁ

ଭୋଜି ଖାଇବା ଆଗରୁ ମାନନ୍ତୁ

Advertisment

ଆପଣମାନେ ଛୁଟିଦିନରେ କଣ କରିବାକୁ ଭଲ ପାଆନ୍ତି? କୌଣସି ଜାଗାକୁ ବୁଲିଯିବା, ପରିବାର ସହ ସମୟ ବିତାଇବା ସହ ଭଲମନ୍ଦ ରୋଷେଇ କରି ଖାଇବା ମଧ୍ୟ ଆମ ଭାରତୀୟ ପରମ୍ପରାରେ ଦେଖିବାକୁ ମିଳେ। ପରିବାର ଲୋକେ ହୁଅନ୍ତୁ କିମ୍ୱା ବନ୍ଧୁବର୍ଗ, ସାଙ୍ଗ ହୋଇ ଖାଇବା ପାଇଁ ଆମେ ଅନେକ ପ୍ରକାର ମେନୁ ପ୍ଲାନ୍ ହୁଏ। ତେବେ ଆପଣ କେବେ ଏସବୁ ଭୋଜିଭାତ ଖାଇବା ବେଳେ ସେହି ଖାଦ୍ୟ ସ୍ୱାସ୍ଥ୍ୟକର କି ନାଇଁ ଭାବନ୍ତି କି? ଆପଣ କହିବେ, ଭୋଜିଭାତରେ କିଏ ଏସବୁ ଦେଖେ, ଏମିତି ଦେଖିଲେ ଖାଇହେବ କି ଆଉ? ଏମିତି କହିବା ମୁଁ ଅନେକଜଣଙ୍କଠାରୁ ଶୁଣିଛି। କିନ୍ତୁ ହଁ, ଏମିତି ଭୋଜିଭାତ ସମୟରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ବାଛି ଖାଇପାରିବେ। ଆସନ୍ତୁ ଜାଣିବା ଛୁଟିଦିନ, ପିକ୍‌ନିକ୍ ତଥା କୌଣସି ଭୋଜିଭାତରେ ଖାଦ୍ୟ ପ୍ରସ୍ତୁତ ତଥା ମେନୁ ଚୟନ କଲାବେଳେ କେଉଁ କଥା ପ୍ରତି ଧ୍ୟାନ ଦେବେ।

Advertisment

ପ୍ରଚୁର ପାଣି ପିଇବା- ଛୁଟିଦିନରେ ତଥା ବାହାରେ କେବେ ଭୋଜି କଲାବେଳେ ଆମେ ପାଣି ପିଇବାର ଗୁରୁତ୍ୱ ଭୁଲିଯାଉ। ତେବେ ଏହି ସମୟରେ ଆମେ ଶରୀରର ଜଳୀୟ ଅଂଶ ସନ୍ତୁଳିତ ରଖିବା ପାଇଁ ରସଯୁକ୍ତ ଫଳ, ଦହି ସରବତ, ଘୋଳଦହି, ଫଳରସ ଇତ୍ୟାଦି ନେଇପାରିବା। ଏସବୁ ଦ୍ୱାରା ଶରୀର ସତେଜ ରହିବା ସହ କାମରେ ମନ ଲାଗିବା ସହ ଦୁର୍ବଳ ଲାଗିନଥାଏ।

ମନଦେଇ ଖାଇବା (ମାଇଣ୍ଡଫୁଲ୍ ଇଟିଂ)- ଛୁଟିଦିନର ବାହାର ବୁଲା କିମ୍ୱା ଭୋଜିଭାତରେ ସାଙ୍ଗସାଥୀ ମାନଙ୍କ ମେଳରେ ଦରକାରଠୁ ଅଧିକ ଖାଇହୋଇଯାଏ। ସାଧାରଣତଃ ଏ ସମୟରେ ଆମେ ଖୁସି ମନେଇବା ପାଇଁ କିଛି ନା କିଛି ଖାଇଥାଉ। ମୁଖ୍ୟ ଖାଦ୍ୟ ପୂର୍ବରୁ ମଝିରେ ମଝିରେ ଘରେ ମୁଢ଼ି, ମିକ୍ସଚର ବିସ୍କୁଟ୍, ଚା କିମ୍ୱା କଫି, ବିଭିନ୍ନ ଛଣା ସ୍ନାକ୍ସ ଇତ୍ୟାଦି ଆମ ଆଗରେ ରଖାଯାଇଥାଏ। ତେବେ ଯଦି ଆପଣ କୌଣସି ପୂର୍ବର ସ୍ୱାସ୍ଥ୍ୟ ସମସ୍ୟାରେ ପିଡ଼ିତ ନାହାନ୍ତି ତେବେ ଏଥିରୁ ଖୁବ୍ କମ୍ କରି ଗୋଟେ ଦୁଇ ବାଇଟ୍ ନେଇପାରିବେ। ଏହି ସବୁ ସମୟରେ ପାଖରେ ଯଥା ସମ୍ଭବ ପରିମାଣର ଛଣାଖାଦ୍ୟରୁ ଦୂରେଇ ରହିବା ପାଇଁ ପାଖରେ କିଛି ଫଳ ରଖିଥାଆନ୍ତୁ।

Advertisment

ପୋଷକଯୁକ୍ତ ଖାଦ୍ୟପଦାର୍ଥ ବ୍ୟବହାର- ଭୋଜି ଆଦି ପ୍ରସ୍ତୁତି ସମୟରେ ନିୟମିତ ଉପାଦାନ ପରିବର୍ତ୍ତେ କିଛି ସ୍ୱାସ୍ଥ୍ୟକର ଉପାଦାନ ନେଇପାରିବା। ଯେପରିକି କ୍ରିମ୍ ବଦଳରେ ବସାଦହି, ମଇଦା ବଦଳରେ ଅଟା କିମ୍ୱା ଚାଉଳଗୁଣ୍ଡ ଓ ସୁଜି, ବିଭିନ୍ନ ସସ୍ ନ ପକାଇ ସିଧା ଟମାଟୋ ପ୍ୟୁରି ବ୍ୟବହାର କରିବା, ମସଲାକୁ ତେଲରେ ନ ପକାଇ ପାଣିରେ ଗୋଳାଇ ପକାଇବା କିମ୍ୱା ସିଧା ପରିବା ସହ ପକାଇବା, ପନିର ଓ ପରିବାକୁ ନ ଛାଣି ସିଧା ତରକାରିରେ ପକାଇ ରାନ୍ଧିବା, ଚିନି ବଦଳରେ ଗୁଡ଼, ଖଜୁରୀ ଇତ୍ୟାଦି ବ୍ୟବହାର କରିବା, ବଟର୍ ବଦଳରେ ଦେଶୀ ଘିଅ ନେବା ଇତ୍ୟାଦି। ସାଲାଡ୍ ନିଶ୍ଚିତ ମେନୁରେ ରଖିବା। କମ୍ ମିଠା ଖାଦ୍ୟ କରି ଅଧିକ ପରିବା ଓ ଫଳ ଯୁକ୍ତ ମେନୁ ରଖିବା।

ଛଣା ଖାଦ୍ୟ ଓ ଫାଷ୍ଟଫୁଡ୍ ପରି ସ୍ନାକ୍ସରୁ ଦୂରେଇ ରହିବା- ଭୋଜିଭାତରେ କିମ୍ୱା ପିକ୍‌ନିକ୍ ଯାଉଥିଲେ ବରା, ପକୋଡି ପରି ଛଣା ଖାଦ୍ୟକୁ ଆଳାପ ଆଲୋଚନା ସମୟରେ ପ୍ରାୟ ଲୋକମାନେ ବ୍ୟବହାର କରନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଏହା ବଦଳରେ ଆମେ ବିଭିନ୍ନ ଫଳ, କାଜୁ, ଆଲମୋଣ୍ଡ୍, ୱାଲନଟ୍, ପିସ୍ତାସିଓ ଇତ୍ୟାଦି ଡ୍ରାଏଫ୍ରୁଟ୍ସକୁ ଲୁଣରେ ଭାଜି ନେଇପାରିବା। ଆମ ପାରମ୍ପରିକ ଝାଲମୁଢ଼ି (କମ୍ ରାଗ ଓ ମିକ୍ସ୍ଚର ଦିଆ), ସେକା ହୋଇଥିବା ପାମ୍ପଡ଼ ଆଦି ଖାଇପାରିବା।

Advertisment

ଅଳ୍ପ ଅଳ୍ପ ଖାଇବା- ଭୋଜିଭାତ ସମୟରେ ଆମ ଭିତରୁ ଅନେକ ଲାଳସା ସମ୍ବରଣ କରି ନପାରି ସ୍ୱାଦଯୁକ୍ତ ଖାଦ୍ୟ ହୋଇଥିଲେ ଅଧିକା ଖାଇଦିଅନ୍ତି। ଏପରି ଅଭ୍ୟାସରୁ ଦୂରେଇ ରୁହନ୍ତୁ। ଖାଦ୍ୟ ଖାଇବା ଆଗରୁ ପ୍ରଚୁର ସାଲାଡ୍ ଖାଆନ୍ତୁ ଯାହା ଦ୍ୱାରା ଭାତ ଓ ଅନ୍ୟ ଖାଦ୍ୟ ଆବଶ୍ୟକରୁ ବେଶୀ ଖାଇହେବ ନାହିଁ। ଆପଣଙ୍କୁ କମ୍ ଖାଇ ମଧ୍ୟ ସନ୍ତୁଷ୍ଟି ଅନୁଭବ ହେବ। ଖିରି ଆଦି ମିଠା ଖୁବ୍ କମ୍ ଖାଆନ୍ତୁ। କୋଲ୍ଡ ଡ୍ରିଙ୍କ୍ସ ଓ ଆଲକହଲ ଯୁକ୍ତ ପାନୀୟ ମଧ୍ୟ ନିଅନ୍ତୁ ନାହିଁ।

ଯଦି ଆପଣ ଜଣେ ସୁସ୍ଥ ଲୋକ ତେବେ ଏ ସବୁ ସାଧାରଣ କଥା ମନେ ରଖି ଭୋଜି ଖାଇବାକୁ ଗଲେ ଖାଦ୍ୟ ଖାଇବା ନେଇ ଆପଣ ସଚେତନ ହେବା ସହ କେବଳ ସ୍ୱାଦ ପାଇଁ ନଭାବି ଶରୀରର ସୁସ୍ଥତା କଥା ଭାବିବେ। ଆପଣଙ୍କର ଯଦି ଡାଇବେଟିସ୍, କିଡନି ଜନିତ ରୋଗ, ବ୍ଲଡ୍ ପ୍ରେସର୍ ଇତ୍ୟାଦି ରୋଗ ରହିଛି ତେବେ ଆପଣ ଭୋଜିରେ ଭାତ, ଖିରି, ମାଂସ ପରି ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଦରକାର ହେଲେ ତୁରନ୍ତ ତୌଣସି ଡାଏଟିସିଆନ୍‌ଙ୍କ ପରାମର୍ଶ ନିଅନ୍ତୁ।

Marriage Feast Healthy Diet Community Feast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ