Some main signs of weak heart don’t avoid it
ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ହୃଦୟ ଅନ୍ୟତମ। ହୃଦୟ ପ୍ରତି ଅବହେଳା ଅନେକ ରୋଗର କାରଣ ହୋଇପାରେ। ଏଭଳି ରୋଗ ମଧ୍ୟରୁ ହୃଦଘାତ ହେଉଛି ଗୋଟିଏ। ପୂର୍ବରୁ ବୃଦ୍ଧାବସ୍ଥାରେ ଏହି ରୋଗ ଦେଖାଯାଉଥିଲା, କିନ୍ତୁ ଆଜିକାଲି ଯୁବକମାନଙ୍କ ମଧ୍ୟରେ ବି ହୃଦଘାତର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: Health Tips: ଗାଡ଼ିରେ ଗଲେ ବାନ୍ତି ହେଉଛି କି; ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ, ଆଉ ହେବନି
ହୃଦଘାତର ଲକ୍ଷଣ ଏତେ ସୂଷ୍ମ ଯେ ଏହାକୁ ଚିହ୍ନଟ କରିବା ମଧ୍ୟ ସହଜ ହୁଏ ନାହିଁ। ଏଥିରୁ ମିଳୁଥିବା ସଂକେତରୁ ମଧ୍ୟ ଲୋକମାନେ ଜାଣିପାରନ୍ତି ନାହିଁ, ଏହାକୁ ଅଣଦେଖା କରନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଦୁର୍ବଳ ହୃଦୟର ପରିଚୟ କ’ଣ? ଶରୀରରେ କେଉଁ ଲକ୍ଷଣରୁ ଏହା ଜଣାପଡିବ? ଆସନ୍ତୁ ଏ ବିଷୟରେ ଜାଣିବା-
ଛାତି ଯନ୍ତ୍ରଣା:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197044.jpg)
ରିପୋର୍ଟ ଅନୁଯାୟୀ ଛାତି ଯନ୍ତ୍ରଣା ସାଧାରଣତଃ ଏସିଡିଟି କିମ୍ବା ଗ୍ୟାସ୍ ଦ୍ୱାରା ହୋଇଥାଏ ବୋଲି ବିବେଚନା କରାଯାଏ। ତେବେ ହଠାତ୍ ଛାତିରେ ପ୍ରବଳ ଯନ୍ତ୍ରଣା କିମ୍ବା ଛାତିରେ ଭାରିପଣ ହୃଦୟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ। ଭୁଲରେ ମଧ୍ୟ ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ: Health Tips: ଲେମ୍ବୁ ସହିତ କେବେ ବି ଖାଆନ୍ତୁ ନାହିଁ ଏହି ୪ ଜିନିଷ; ପେଟରେ ସୃଷ୍ଟି ହେବ ବିଷ
ଶ୍ୱାସ ନେବାରେ ଅସୁବିଧା:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197075.jpg)
ଯଦି ଆପଣ ହାଲୁକା ଶାରୀରିକ କାର୍ଯ୍ୟକଳାପ କରିବା ସମୟରେ ମଧ୍ୟ ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ହୋଇପାରେ। ଏହା ବ୍ୟତୀତ ରାତିରେ ଶ୍ୱାସ ନେବାରେ ଅସୁବିଧା ଏବଂ ନିଦ୍ରାରେ ବ୍ୟାଘାତ ମଧ୍ୟ ଏକ ସମସ୍ୟା ହୋଇପାରେ।
ଶରୀର ଫୁଲିବା:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197107.jpg)
ଯେତେବେଳେ ଆମର ହୃଦୟ ପ୍ରଭାବଶାଳୀ ଭାବରେ ସ୍ପନ୍ଦନ କରିପାରେ ନାହିଁ, ଶରୀର ତରଳ ପଦାର୍ଥରେ ଭରିଯାଏ। ଏପରି ପରିସ୍ଥିତିରେ ଶରୀର ଫୁଲିବା ଏବଂ ଯନ୍ତ୍ରଣା ହେବାର ସମସ୍ୟା ଅଧିକ ଦେଖାଯାଏ। ଏହି ଲକ୍ଷଣକୁ ଅଣଦେଖା କରାଯିବା ଉଚିତ ନୁହେଁ। କାରଣ, ଏହା ମଧ୍ୟ ଏକ ଦୁର୍ବଳ ହୃଦୟର ସଂକେତ ହୋଇପାରେ।
ହଠାତ୍ ଓଜନ ବୃଦ୍ଧି:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197139.jpg)
ଯଦି ଆପଣଙ୍କର ଓଜନ ହଠାତ୍ ବଢିଯାଏ, ତେବେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଓଜନ ବୃଦ୍ଧି ହେତୁ ହାର୍ଟ ପରି ରୋଗ ହେବାର ଆଶଙ୍କା ବଢିଯାଏ।
ଥକ୍କାପଣ:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197167.jpg)
ଯଦି ଆପଣ ଟିକିଏ ବ୍ୟାୟାମ କରିବା ପରେ କ୍ଳାନ୍ତ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରନ୍ତି, ତେବେ ଆପଣଙ୍କର ହୃଦୟ ରକ୍ତ ସଞ୍ଚାଳନ କରିବାରେ ଅସମର୍ଥ, ଯାହା ହୃଦରୋଗର ସଂକେତ।
ଅଧିକ ପଢ଼ନ୍ତୁ: Health Tips: ବୟସ ଅନୁସାରେ ଦିନକୁ କେତେ ଲୁଣ ଖାଇବା ଜରୁରୀ ଆସନ୍ତୁ ଜାଣିବା
ଅତ୍ୟଧିକ ଝାଳ ଆସିବା:
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1725197197.jpg)
ଯଦି ଆପଣଙ୍କର ଆବଶ୍ୟକତାଠାରୁ ଅଧିକ ଝାଳ ବୋହୁଛି, ତେବେ ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ। ବିଶେଷକରି ଯେତେବେଳେ ଛାତିରେ ଯନ୍ତ୍ରଣା ହୁଏ ଏବଂ ଶ୍ୱାସ ନେବାରେ ଅସୁବିଧା ହୁଏ, ଏହା ହୃଦଘାତର ଲକ୍ଷଣ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725197010.jpg)