Advertisment

ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍: ଘରେ ଘରେ ବଣ୍ଟାହେବ ସ୍ମାର୍ଟ ହେଲ୍ଥ କାର୍ଡ

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି।

ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍: ଘରେ ଘରେ ବଣ୍ଟାହେବ ସ୍ମାର୍ଟ ହେଲ୍ଥ କାର୍ଡ

health card

Advertisment

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଘରେ ଘରେ ପହଞ୍ଚିବାକୁ ନୂଆ ପ୍ରସ୍ତୁତ ହେଉଛି ଯୋଜନା। ସ୍ମାର୍ଟ ହେଲ୍ଥ କାର୍ଡ ସାହାରା ସାଜିବ ବୋଲି ଚର୍ଚ୍ଚା ହେଉଛି। କରୋନାକାଳରେ ଚାପଗ୍ରସ୍ତ ସ୍ୱାସ୍ଥ୍ୟ ସେବା ଓ କୋଭିଡ୍ ପରିଚାଳନା ନେଇ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଏବେ ଏଇ ନୂଆପନ୍ଥା ଆପଣେଇବାକୁ ଯାଉଛନ୍ତି ରାଜ୍ୟ ସରକାର। ଜୁଲାଇ ୨୨ରେ ପ୍ରକାଶ ପାଇଥିବା ଟେଣ୍ଡର ହିଁ ତାର ସଂକେତ ଦେଉଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ଅନୁମତି ଥିବା କୁହାଯାଉଛି। ୟୁଟିଆଇ ଇନଫ୍ରାଷ୍ଟକଚର ଟେକ୍ନୋଲୋଜି ଆଣ୍ଡ ସର୍ଭିସ ଲିମିଟେଡ୍ ପକ୍ଷରୁ ଆହ୍ୱାନ କରାଯାଇଥିବା ଏହି ଟେଣ୍ଡରରେ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ନେଇ ରହିଛି ବିସ୍ତୃତ ସୂଚନା। ଏହା ଅନୁଯାୟୀ ୬୪ କେବି SCOSTA ଚିପ୍ ଆଧାରିତ ସ୍ମାର୍ଟ କାର୍ଡକୁ ଘରେ ଘରେ ବଣ୍ଟାଯିବ।

Advertisment

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି। ହେଲେ ବିରୋଧୀ ଏହାକୁ ତୁଚ୍ଛା ପଲିଟିକାଲ୍ କାର୍ଡ ବୋଲି କହିଥିଲା ବେଳେ ଜବାବ ରଖିଛି ବିଜେଡି।

Advertisment

୨୦୧୮ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର। ପରେ ଏଥିରେ ସଂଶାଧନ କରି ପୁରୁଷଙ୍କ ଲାଗି ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତାର ଘୋଷଣା ହୋଇଥିଲା। ହେଲେ ଯୋଜନାର ତିନିବର୍ଷ ପରେ ବି ରାୟଗଡ଼ା ଗୁଣୁପୁର ଘନାତ୍ରୀ ଗାଁର ଚିରଞ୍ଜିବୀ ହୁଅନ୍ତୁ କି ବାଲେଶ୍ୱର ସୋର ଦୁର୍ଗାପୁର ସଂଯୁକ୍ତା ବାରିକଙ୍କ ୭ବର୍ଷର ଝିଅ ରୋମ୍ୟା ରୋଜାଲିନ୍ ବାରିକ୍। ଅନେକ କାର୍ଡଧାରୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟବୀମା ଯେମିତି ଭେଳିକି ସାଜିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ କହି ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ। ଯାହାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ତେଣୁ ସ୍ମାର୍ଟ ହେଲ୍ଥ କାର୍ଡ ଆଗକୁ ଲୋକଙ୍କ କାମରେ ଲାଗିବ ନା ପଂଚାୟତରେ କାର୍ଡ ବାଣ୍ଟି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଏ ଯୋଜନା ତାହା ହିଁ ବଡ଼ ପ୍ରଶ୍ନ।

Advertisment
Odisha Health Card State Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ