Advertisment

ଖୁବଶୀଘ୍ର ବଜାରକୁ ଆସିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍, ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ILS କରିଛି ପ୍ରସ୍ତୁତ

ଖୁବଶୀଘ୍ର ଔଷଧ ଦୋକାନରେ ମିଳିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ..ଶରୀରର କ୍ଷତ ଭଲ କରିବ ହଳଦୀ ବ୍ୟାଣ୍ଡେଜ୍ । ବ୍ୟାବସାୟିକରଣ ପାଇଁ ଆଗ୍ରହୀ ଭାରତୀୟ କମ୍ପାନି ।

ଅଦ୍ୟତନ ହୋଇଛି
Turmeric Bandage

Turmeric Bandage

Advertisment

ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ୍ । ଶୁଦ୍ଧ ଓ ଖାଣ୍ଟି ହଳଦୀରେ ତିଆରି ଦେଶୀଚିକିତ୍ସା । ଚୁଟକିରେ ଭଲ ହୋଇପାରିବ ଶରୀରର କ୍ଷତ। ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ଚମତ୍କାର ବ୍ୟାଣ୍ଡେଜ୍ ପ୍ରସ୍ତୁତ କରିଛି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ- ILS। ୨୦୨୧ରେ ଭାରତ, ଆମେରିକା ଓ ୟୁରୋପରେ ପ୍ୟାଟେଣ୍ଟ ପଞ୍ଜୀକରଣ ହୋଇଥିବା ଏହି କର୍କ୍ୟୁମିନ୍ ବ୍ୟାଣ୍ଡେଜକୁ ବଜାରରେ ଛାଡ଼ିବା ଲାଗି ଆଗ୍ରହ ଦେଖାଇଛନ୍ତି ଦେଶର ଦୁଇ ଦୁଇଟି କମ୍ପାନି ।

Advertisment

ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନ- NRDC ଜରିଆରେ ILS ସହ ଆଲୋଚନା ଆରମ୍ଭ କରିଛନ୍ତି ଗୁଜରାଟ ଓ ଉତ୍ତର ପ୍ରଦେଶଭିତ୍ତିକ ଦୁଇ କମ୍ପାନି। କର୍କ୍ୟୁମିନ୍ ବ୍ୟାଣ୍ଡେଜର ବିକାଶ କରିଛନ୍ତି ILSର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁ। ସେ କହିଛନ୍ତି, ବଜାରକୁ ଆସିବାକୁ ଥିବା ଏହି ହଳଦୀ ବ୍ୟାଣ୍ଡେଜ୍ ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା ରହିବ। ଯଦି ସବୁ କିଛି ଠିକ୍ ଚାଲେ, ମାସେ ଭିତରେ ଉଭୟ କମ୍ପାନିକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ। ଏହାର ବର୍ଷକ ଭିତରେ ବଜାରରେ ମିଳିବ କର୍କ୍ୟୁମିନ୍ ବା
ହଳଦୀ ବ୍ୟାଣ୍ଡେଜ।

Advertisment

ଏହି ହଳଦୀ ବ୍ୟାଣ୍ଡେଜ୍ ର କ’ଣ ରହିଛି ସ୍ୱତନ୍ତ୍ରତା ? ଶରୀରର କ୍ଷତ ଉପରେ ଏହାକିଭଳି କାମ କରିବ? ଡକ୍ଟର ସଞ୍ଜୀବ ସାହୁଙ୍କ କହିବା ହେଉଛି, ଶହ ଶହ ବର୍ଷ ହେଲା ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି। ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ବହୁ ଔଷଧୀୟ ଗୁଣ ରହିଛି। ମୂଷା ଶରୀରରେ ପରୀକ୍ଷଣରୁ ପ୍ରମାଣିତ ହୋଇଛି ଯେ, କର୍କ୍ୟୁମିନ୍ ତୁରନ୍ତ କ୍ଷତକୁ ଶୁଖାଇପାରୁଛି। ଏମିତିକି ଡାଇବେଟିସ୍ ରୋଗୀର କ୍ଷତ ତଥା ପୋଡ଼ା ଘା’କୁ ବି ଭଲ କରିପାରୁଛି କର୍କ୍ୟୁମିନ୍ ।

ତେବେ କ୍ଷତ ଶୁଖାଇବାରେ ସାହାଯ୍ୟ କରୁଥିବା ବ୍ୟାଣ୍ଡେଜ ଆକାରରେ ହଳଦୀ କେବେ ବ୍ୟବହାର ହୋଇ ନ ଥିଲା। ଏଣୁ କର୍କ୍ୟୁମିନ୍ ବ୍ୟାଣ୍ଡେଜ ବିକାଶ ଲାଗି ନିଷ୍ପତ୍ତି ନେଇଥିଲା ILS। ଏହି ବ୍ୟାଣ୍ଡେଜରେ କର୍କ୍ୟୁମିନ୍ ଲେପ ସହ ବାୟୋକମ୍ପାଟିବୁଲ, ବାୟୋଡିଗ୍ରେଡେବଲ, ନନ୍ଟକ୍ସିକ୍ ସାଇଟୋସାନ ଓ ଆଲଜିନେଟ୍ ପଲିମର ବ୍ୟବହାର ହୋଇଛି। ଯାହାକି କ୍ଷତକୁ ଶୀଘ୍ର ଭଲ କରିବା ସହ ଆପେ ଆପେ କ୍ଷତ ସହ ମିଶିଯିବ। ଫଳରେ କ୍ଷତ ଶୁଖାଇବା ଲାଗି ଆଉ ବାରମ୍ବାର ବ୍ୟାଣ୍ଡେଜ ବ୍ୟବହାର କରିବାର ଝିନଝଟ୍ ବି ରହିବନି। 

Advertisment
ILS Turmeric Bandage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ