ଏମିତି ଆମ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ? SCBରେ ଲିଫ୍ଟ ଅଚଳ, ସିଡ଼ିରେ ବୁହା ହେଉଛନ୍ତି ରୋଗୀ

ଏସସିବି ମେଡିକାଲରେ ରୋଗୀ ସେବାର ବିକଳ ଚିତ୍ର ।

SCB Lift

ଏମିତି ଆମ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଦୀର୍ଘଦିନ ଧରି ମେଡିକାଲରେ ଲିଫ୍ଟ ଅଚଳ। ତେଣୁ କେତେବେଳେ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରୁ ରୋଗୀଙ୍କୁ ବିପଦପୂର୍ଣ୍ଣ ଭାବେ ଟେକି ଟେକି ନିଆଯାଉଛି, ତ କେତେବେଳେ ଶିଡ଼ିରେ ବିପଦପୂର୍ଣ୍ଣ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗୁରୁତର ରୋଗୀ।

ଆମେ କହୁଛୁ ଏମ୍ସ ପ୍ଲସ ହେବାକୁ ଯାଉଥିବା କଟକ ଏସ୍‌ସିବି ମେଡିକାଲ ନ୍ୟୁ-ମେଡ଼ିସିନ ୱାର୍ଡର । ଦୀର୍ଘଦିନ ଧରି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ ଅଚଳ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି । ଏହାକୁ ନେଇ ରୋଗୀ ଓ ସଂପର୍କୀୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ଏନେଇ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।