Cancer Vaccine
କ୍ୟାନସର ଏମିତି ଏକ ମାରାତ୍ମକ ରୋଗ, ଯେଉଁଥିରେ ରୋଗୀର ବଞ୍ଚିବା ଆଶା ଖୁବ୍ କମ୍ । ହେଲେ ଏବେ ସାରା ବିଶ୍ୱର କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଆଶାର କିରଣ ସାମ୍ନାକୁ ଆସିଛି । କ୍ୟାନସରକୁ ହରାଇବାକୁ ଏକ ନୂଆ ଭ୍ୟାକ୍ସିନ ବା ଟିକା ବିକଶିତ କରିଛନ୍ତି ଋଷର ବୈଜ୍ଞାନିକ । ଯାହାର ନାଁ ଏଣ୍ଟରୋମିକ୍ସ । ଏହି ଭ୍ୟାକ୍ସିନର ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି। ଏନେଇ ଘୋଷଣା କରିଛି ରୁଷର ଫେଡେରାଲ୍ ମେଡିକାଲ୍ ଆଣ୍ଡ୍ ବାୟୋଲୋଜିକାଲ୍ ଏଜେନ୍ସି-FMBA।
ଅନେକ ବର୍ଷରୁ କ୍ୟାନସର ଟିକା ପାଇଁ ଗବେଷଣା ଚାଲିଥିଲା । ୩ ବର୍ଷ ଧରି ଏହାର ପ୍ରି-କ୍ଲିନିକାଲ ଟ୍ରାଏଲ ହୋଇଥିଲା । ପରୀକ୍ଷାରୁ ଏଣ୍ଟରୋମିକ୍ସ ଭ୍ୟାକସିନ୍ ସୁରକ୍ଷିତ ଓ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।
ଏଣ୍ଟରୋମିକ୍ସ ଭ୍ୟାକସିନ୍ ଟ୍ୟୁମରର ଆକାରକୁ କମାଉଛି । ତାର ବିକାଶକୁ ରୋକୁଛି । ଏହା ଟ୍ୟୁମରର ଆକାରକୁ ୬୦ରୁ ୮୦ ଯାଏ କମ୍ କରିବାରେ ଉଲ୍ଲେଖନୀୟ ଫଳାଫଳ ଦେଖାଇଛି । କେବଳ ସେତିକି ନୁହେଁ, ଏଣ୍ଟେରୋମିକ୍ସ ଟିକା ଦ୍ୱାରା ରୋଗୀର ବଞ୍ଚିବା ହାର ବୃଦ୍ଧି ପାଇଛି ବୋଲି ଜଣାପଡିଛି ଅଧ୍ୟୟନରୁ ।
ତେବେ ସବୁ ପ୍ରକାର କ୍ୟାନ୍ସର ଉପରେ ଏହାର ପ୍ରଭାବ ସମାନ ରହିବନି । ଟ୍ରାଏଲ ବେଳେ କୋଲୋନ କ୍ୟାନସର ଉପରେ ଏହି ଟିକାର ପ୍ରଭାବ ବହୁତ ଭଲ ଥିବା ଜଣାପଡିଛି । ଟ୍ରାଏଲ ସମୟରେ ଏହାକ କୌଣସି ଗୁରୁତର ସାଇଡ୍ ଇଫେକ୍ଟ ବି ଦେଖାଯାଇନି ।
ପ୍ରତ୍ୟେକ ରୋଗୀଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ RNA ଅନୁସାରେ ଏହି ଟିକାକୁ କଷ୍ଟମାଇଜ୍ କରାଯିବ । ଏବେ କେବଳ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା ଥିବା କହିଛନ୍ତି ଋଷ FMBA ମୁଖ୍ୟ।
ଏହି କ୍ୟାନ୍ସର ଟିକା ଦାମ କେତେ ?
କ୍ୟାନ୍ସର ଟିକାର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୩୦୦୦୦୦ ରୁବଲ । ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହୋଇପାରେ । ତେବେ ଋଷ୍ ସରକାର ଏହାକୁ ନିଜର ନାଗରିକଙ୍କୁ ମାଗଣାରେ ଦେବାକୁ ଯୋଜନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757336746.jpg)