Advertisment

Rare Operation In Care Hospital: ବିରଳ ଆର୍ଟିକ୍ ସର୍ଜରୀ, ୧୦ ଘଣ୍ଟା ଧରି ଚାଲିଲା ଅସ୍ତ୍ରୋପଚାର, ବଞ୍ଚିଗଲେ ପ୍ରଜ୍ଞାସ୍ମିତା

ଓଡ଼ିଶାର ଡାକ୍ତର କରିଛନ୍ତି ବିରଳ ସର୍ଜରୀ। ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଡାକ୍ତରୀ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଂଭବ ହୋଇପାରିଛି।

ଅଦ୍ୟତନ ହୋଇଛି
ବିରଳ ଅସ୍ତ୍ରୋପଚାର

ବିରଳ ଅସ୍ତ୍ରୋପଚାର

Advertisment

ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର ସର୍ଜନମାନେ ନିକଟରେ ଏକ ବିରଳ ତଥା ଜଟିଳ ଆର୍ଟିକ୍ ସର୍ଜରୀ କରିବାରେ ସଫଳତା ପାଇଛନ୍ତି। ଚିକିତ୍ସା ଜଗତରେ ଏହି ସର୍ଜରୀକୁ ଏକ ଉଲ୍ଲେଖନୀୟ ଡାକ୍ତରୀ ସଫଳତା ବୋଲି କୁହାଯାଉଛି। ଏହା ଦ୍ୱାରା ଜଣେ ଟାଇପ୍-ଏ ଆର୍ଟିକ୍ ଡିସେକସନରେ ଚିହ୍ନଟ ହୋଇଥିବା ୩୦ ବର୍ଷୀୟା ମହିଳା ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିଛି। 

Advertisment

ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଶ୍ରୀମତୀ ପ୍ରଜ୍ଞାସ୍ମିତା ସାହୁ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହାର ତୁରନ୍ତ ସର୍ଜରୀ ଆବଶ୍ୟକ ଥିଲା। ସେ କେୟାର ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତରଙ୍କ ସହ ପରାପର୍ଶ କରିବା ପରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ପରେ ଉପରୋକ୍ତ ପଦ୍ଧତି ଦ୍ୱାରା ସଫଳତାର ସହ ଅପରେସନ କରାଯାଇଥିଲା। ତେବେ ଏହା ଏକ ବିରଳ ଅସ୍ତ୍ରୋପଚାର ହୋଇଥିବାରୁ ଡାକ୍ତରମାନେ ଖୁବ୍ ଯତ୍ନର ଏହି ଅପରେସନ ସାରିଥିଲେ।  

କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀର ବରିଷ୍ଠ ପରାମର୍ଶଦାତା ଡକ୍ଟର ଶୁଭକାନ୍ତ ବିଶ୍ୱାଳ, ଏହି ପ୍ରକ୍ରିୟାରେ ଥିବା ଜଟିଳତା ଏବଂ ବିପଦ ସଂପର୍କରେ ବର୍ଣ୍ଣନା କରିଥିଲେ। ଏହି ପ୍ରକ୍ରିୟାରେ dissected aorta ଓ arch କୁ ଭଲଭ୍ ସହିତ ବଦଳାଇବା ଏବଂ କରୋନାରୀ ଏବଂ ନେକ୍ ଭେସେଲ୍‌ର ପୁନଃ ପ୍ରତିରୋପଣ କରାଯାଇଥିଲା।

Advertisment

ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ବିରଳ ଏବଂ ଏହାକୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାରଯାଏ। ଏଥିପାଇଁ ବିଶେଷଜ୍ଞ ଟିମ୍‌କୁ ଦୀର୍ଘ ସମୟ ଆବଶ୍ୟକ ହୁଏ। ତେବେ ଏହି ଅପରେସନ ବେଳେ ନିଶ୍ଚେତକ ଡାକ୍ତରୀ ଟିମ୍ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ନିରନ୍ତର ସହଯୋଗ କରିଥିଲେ। ଏହି ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା, ଯାହାକି ଡାକ୍ତରୀ ଦଳର ଅଦମ୍ୟ ପ୍ରତିବଦ୍ଧତା ଏବଂ ପ୍ରୟାସ ପାଇଁ ହିଁ ସଂଭବ ହୋଇପାରିଛି। ଅପରେସନର ୬ ଦିନ ପରେ ସୁସ୍ଥ ହୋଇ ସଂପୃକ୍ତ ରୋଗୀ ଘରକୁ ଫେରିଥିଲେ। ରୋଗୀଙ୍କ ପରିବାର ଏଥିପାଇଁ ଡାକ୍ତର ଶୁଭକାନ୍ତ ବିଶ୍ୱାଳ, ଡାକ୍ତର ମନୋରଂଜନ ପାଢ଼ୀ, ଡାକ୍ତର ଧର୍ମଜୀବନ ସାମନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

Bhubaneswar Healthcare Rare Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ