Advertisment

Ayushman Bharat: ଜୀବିତ ରୋଗୀଙ୍କୁ ମୃତ ଦେଖାଇ ହରଡଘଣାରେ ଘରୋଇ ହସ୍ପିଟାଲ୍, ତଦନ୍ତ କରୁଛି ପୋଲିସ୍

ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ହସ୍ପିଟାଲକୁ ଯାଇ କାର୍ଡ ଦେଖାଇଥିଲେ । ଏହି କାର୍ଡ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି ପୋର୍ଟାଲରେ ଥିବାର ଜାଣିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
Patient

Patient

Advertisment

କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜୀବିତ ଥିବା ଜଣେ ରୋଗୀଙ୍କୁ କାଗଜପତ୍ରରେ ମାରିଦେଇଛି ଘରୋଇ ହସ୍ପିଟାଲ। ଆୟୁଷ୍ମାନ କାର୍ଡରେ ଜୀବିତ ରୋଗୀଙ୍କୁ ମୃତ କରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। କଟକ ବିଡାନାସୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

Advertisment

କଟକ ରାଣୀହାଟ ଅଞ୍ଚଳର ଜଣେ ମହିଳା କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡରେ ଚିକିତ୍ସିତ ହୋଇ ଗତ ୧ ତାରିଖରେ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ। ତେବେ ଗତକାଲି ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ହସ୍ପିଟାଲକୁ ଯାଇ କାର୍ଡ ଦେଖାଇଥିଲେ । ଏହି କାର୍ଡ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି ପୋର୍ଟାଲରେ ଥିବାର ଜାଣିବାକୁ ପାଇଥିଲେ।

ତେବେ ଆଜି କୃଷକ ବଜାର ନିକଟସ୍ଥ ହସ୍ପିଟାଲ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି। କାଗଜପତ୍ରରେ ରୋଗୀ ମୃତ ଘଟଣାରେ ନିଜର ଭୁଲ୍ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ତେବେ ରୋଗୀଙ୍କ ସମ୍ପର୍କୀୟମାନେ ଆସି ଏହି ହସ୍ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ରୋଗୀଜଣକ ଚିକିତ୍ସା ନପାଇ ଏବେ ଅସହାୟ ଅବସ୍ଥାରେ ଅଛନ୍ତି । ତାଙ୍କର କେମିତି ଚିକିତ୍ସା କରିବେ, ସେ ନେଇ ଚିନ୍ତାରେ ଅଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଛାତ୍ରୀ ଆତ୍ମାହୂତି ଘଟଣା: FM କଲେଜ ପ୍ରିନ୍ସିପାଲ-ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ...

Cuttack Ayushman Bharat Private Hospital Patient Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ