Advertisment

Petting Dogs And Cats: କୁକୁର ପାଳୁଛନ୍ତି କି… ମାଡ଼ିଆସିବ ଏହି ସାଂଘାତିକ ରୋଗ, ହୋଇପାରେ ମୃତ୍ୟୁ !

ଛାତିରେ ଯନ୍ତ୍ରଣା ହେବା ସହ କାଶ ଲାଗି ରହିଥାଏ । କୁକୁର ଓ ବିଲେଇଙ୍କୁ ହାତରେ ଧରିଲେ, ଗେଲ କଲେ ଏହି ରୋଗ ହେବାର ଆଶଙ୍କା ଥାଏ । ଯଦି କୁକୁର ଓ ବିଲେଇଙ୍କୁ ଡିଓର୍ମ କରାଯାଇଥାଏ ଅର୍ଥାତ ନିୟମିତ କୃମିନାଶକ ଦିଆଯାଉଥାଏ, ତେବେ ଏହା ହେବାର ଆଶଙ୍କା ନଥାଏ ।

ଅଦ୍ୟତନ ହୋଇଛି
Pet Dog

Pet Dog

Advertisment

ଆପଣ ଘରେ କୁକୁର ଓ ବିଲେଇ ପାଳିଛନ୍ତି କି ? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ, କାରଣ ଆପଣ ଏହି ରୋଗରେ ପଡିପାରନ୍ତି ? ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ, କିଛି ଅସୁବିଧା ନାହିଁ ।

Advertisment

ଗୃହପାଳିତ ପଶୁଙ୍କୁ ଘରେ ରଖିଲେ ଭଲ ବୋଲି କୁହାଯାଏ । କିନ୍ତୁ ଯଦି ଏହି ଗୃହପାଳିତ ପଶୁଙ୍କ ଯତ୍ନ ଠିକରେ ନିଆନଯିବ, ତେବେ ମଣିଷକୁ ଅନେକ ରୋଗ ହେବାର ଆଶଙ୍କା ରହିଛି । କୁକୁର ଓ ବିଲେଇଙ୍କ ଭଳି ପଶୁମାନଙ୍କ ଠାରୁ ମଣିଷ ଦେହକୁ ପାରାସାଇଟ୍ ଜରିଆରେ ରୋଗ ଆସିଯାଇପାରେ । ଏହା ଡାକ୍ତରମାନେ କହୁଛନ୍ତି । ଏହି ରୋଗ ଘାତକ ମଧ୍ୟ ହୋଇପାରେ । କାରଣ ଏହା ମସ୍ତିଷ୍କ, ଯକୃତ ଓ ଫୁସଫୁସକୁ ପ୍ରଭାବିତ କରିପାରେ ।

ଗୃହପାଳିତ କୁକୁର ଓ ବିଲେଇଙ୍କ ଠାରୁ ମଣିଷ ଦେହକୁ ରୋଗ ସଂକ୍ରମିତ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥିପ୍ରତି ସତର୍କ ରହିବାକୁ ଡାକ୍ତରମାନେ ସତର୍କ କରାଇଦେଇଛନ୍ତି ।

Advertisment

ଜଣେ ଯୁବତୀ ପଶ୍ଚିମବଙ୍ଗର ହଳଦିଆରୁ ଦିଲ୍ଲୀ ଆସିଥିଲେ । ତାଙ୍କୁ ଯକ୍ଷ୍ମା ହୋଇଥିବାର ସେ ସନ୍ଦେହ କରୁଥିଲେ । କାରଣ ଯକ୍ଷ୍ମା ରୋଗର ଲକ୍ଷଣ ପରି ସବୁ ଲକ୍ଷଣ ତାଙ୍କର ଥିଲା । ସେ ଦିଲ୍ଲୀରେ ସବୁ ଟେଷ୍ଟ କଲେ । ଡାକ୍ତର ଜାଣିବାକୁ ପାଇଲେ, ତାଙ୍କୁ ଯକ୍ଷ୍ମା ହୋଇନାହିଁ । କିନ୍ତୁ ସେ ଅନ୍ୟ ଏକ ଫୁସଫୁସଜନିତ ରୋଗରେ ପୀଡିତ ହୋଇଛନ୍ତି । କୁକୁର ଓ ବିଲେଇଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇଛି । ଏହି ଯୁବତୀଜଣକ କହିଛନ୍ତି, ସେ ହେଉଛନ୍ତି ଜଣେ ଆନିମଲ୍‌ ଲଭର୍ । ସେ କୁକୁର ବିଲେଇଙ୍କୁ ଖାଇବାକୁ ଦେବାରେ ଆନନ୍ଦ ପାଆନ୍ତି । ତାଙ୍କର ହାଇଡେଟିଡ୍ ସିଷ୍ଟ ହୋଇଛି । ଏହା ଏକ ପ୍ରକାରର ସିଷ୍ଟ । ଛାତିରେ ଯନ୍ତ୍ରଣା ହେବା ସହ କାଶ ଲାଗି ରହିଥାଏ । କୁକୁର ଓ ବିଲେଇଙ୍କୁ ହାତରେ ଧରିଲେ, ଗେଲ କଲେ ଏହି ରୋଗ ହେବାର ଆଶଙ୍କା ଥାଏ । ଯଦି କୁକୁର ଓ ବିଲେଇଙ୍କୁ ଡିଓର୍ମ କରାଯାଇଥାଏ ଅର୍ଥାତ ନିୟମିତ କୃମିନାଶକ ଦିଆଯାଉଥାଏ, ତେବେ ଏହା ହେବାର ଆଶଙ୍କା ନଥାଏ । କୁକୁର ଓ ବିଲେଇଙ୍କୁ ଧରିଲା ପରେ ହାତ ନଧୋଇଲେ ମଧ୍ୟ ଏହି ରୋଗ ହୋଇପାରେ ।

ହାଇଡେଟିଡ ସିଷ୍ଟ୍ ହେଉଛି ତରଳ ପଦାର୍ଥରେ ପୂର୍ଣ୍ଣ ହୋଇଥିବା ଏକ ସିଷ୍ଟ୍ । ଏକ ପାରାସାଇଟ୍ କୃମି ଦ୍ୱାରା ଏହି ସିଷ୍ଟ ହୋଇଥାଏ । ଏହି କୃମି ପଶୁମାନଙ୍କ ଶରୀରରୁ ମଣିଷ ଶରୀରରେ ପ୍ରବେଶ କରିଥାଏ ବୋଲି କହିଛନ୍ତି ଦିଲ୍ଲୀର ଡାକ୍ତର ବିକାଶ ମିତ୍ତଲ । ଏହି ସଂକ୍ରମଣ ଯୁବକଯୁବତୀଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ ବୋଲି ସେ କହିଛନ୍ତି । ତେଣୁ କୁକୁର ବିଲେଇଙ୍କ ସଂସ୍ପର୍ଶରେ ଆସୁଥିବା ଆନିମଲ୍ ଲଭରମାନେ ଏଭଳି ଲକ୍ଷଣ ଦେଖାଗଲେ, ହାଇଡେଟିଡ ସିଷ୍ଟ୍ ର ପରୀକ୍ଷା କରାଇନେବା ଉଚିତ ।

Advertisment

ଗୋଟିଏ ସଂକ୍ରମିତ ପଶୁର ମଳରୁ ଏହି ରୋଗ ବ୍ୟାପିଥାଏ । କୃମିର ଅଣ୍ଡାଦ୍ୱାରା ମଣିଷର ଯକୃତ, ମସ୍ତିଷ୍କ ଓ ଫୁସଫୁସ୍ ରେ ଏହି ସିଷ୍ଟ୍ ହୋଇଥାଏ । ଏହି ସିଷ୍ଟ୍ ଫାଟିଗଲେ, ତାହା ଶରୀରରେ କ୍ଷତି ପହଞ୍ଚାଇଥାଏ । ପଶୁଙ୍କ ଲାଳ ଓ ଚର୍ମରେ ଏହି ପାରାସାଇଟ୍ ଥିଲେ ମଧ୍ୟ ଜଣେ ମଣିଷ ସଂକ୍ରମିତ ହୋଇପାରେ । ରକ୍ତ ପରୀକ୍ଷଣ ଓ ଇମେଜିଂରୁ ଏହି ସଂକ୍ରମଣ ଜଣାପଡିଯାଇଥାଏ । ଏହି ସଂକ୍ରମଣ ଔଷଧରେ ଭଲ ହୋଇଯାଏ ବୋଲି ଡାକ୍ତର କହିଛନ୍ତି । ଯଦି ସିଷ୍ଟ୍ ବଡ଼ ହୋଇଯାଇଥାଏ, ତେବେ ଏହା ଭିତରେ ଥିବା ତରଳ ଅଂଶକୁ ଛୁଞ୍ଚି କିମ୍ୱା କାଥେଟର୍ ଦ୍ୱାରା ବାହାର କରିଦିଆଯାଏ । ଦରକାର ପଡିଲେ ସର୍ଜରୀ ମଧ୍ୟ କରାଯାଏ ।

ଅଧିକ ପଢ଼ନ୍ତୁ: ଏହି ଖାଦ୍ୟ ଖାଇଲେ ଆପଣଙ୍କର ଆଲର୍ଜି ହେଉଛି କି ? କେମିତି ମୁକୁଳିବେ ଜାଣନ୍ତୁ...

Brain Dog Pet Animals Liver Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ