Advertisment

World Cancer Day 2024: ଲୋକଙ୍କୁ ସଚେତନ କରିବାକୁ OTVର ମିନି ମାରାଥନ୍

ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ।

ଅଦ୍ୟତନ ହୋଇଛି
OTV Mini Marathon

OTV Mini Marathon

Advertisment

କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ଆଜି ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନର ଆୟୋଜନ କରାଯାଇଛି। ଭୁବନେଶ୍ବର ପ୍ଲସ ଟୁ କାଉନସିଲ୍ ଅଫିସ ନିକଟ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବାରାକ୍ ପଡିଆରୁ ଆରମ୍ଭ ହୋଇଛି ମାରାଥନ। ଏଥିରେ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ।

Advertisment

ତେବେ କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି। ୨୦୨୩-୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଏହି ଅବସରରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଛି। ଏଣୁ ସାରା ବିଶ୍ୱରେ କର୍କଟ ରୋଗ ବଢ଼ିବାରେ ଲାଗୁଛି । ଜନସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

Advertisment


Advertisment

— ଓଟିଭି (@otvkhabar) February 4, 2024


— ଓଟିଭି (@otvkhabar) February 4, 2024

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ