Advertisment

ସ୍ୱାସ୍ଥ୍ୟ ପାଇଁ ପିଆଜ ଷଣ୍ଢା,  ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ । ସାଧାରଣତଃ ଶୀତଦିନରେ ଏହା ବେଶି ଉତ୍ପାଦନ ହୋଇଥାଏ । ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ । ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ,ସ୍ୱାସ୍ଥ୍ୟ ପ୍ରତି ଏହା ସେତିକି ଲାଭଦାୟକ ଅଟେ ।

ଅଦ୍ୟତନ ହୋଇଛି
green onion

green onion

Advertisment

ପିଆଜ ଷଣ୍ଢା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ ଏହା ଶରୀର ପାଇଁ ସେତିକି ହିତକର ଅଟେ । ଆପଣ ହୁଏତ ଜାଣି ନଥିବେ ଏହା ସ୍ଵାଦରେ ଭରପୁର ହେବ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର ଅଟେ । ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ଅଟେ । ଆସନ୍ତୁ ଜାଣିବା କଣ ରହିଛି ପିଆଜ ଷଣ୍ଢାରେ

Advertisment
  • ପିଆଜ ଷଣ୍ଢା ମୁଖର ଦୁର୍ଗନ୍ଧକୁ ଦୂର କରିଥାଏ । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ଗନ୍ଧ ବାହାରିଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଓ ଏସିଡ଼ିଟି ଇତ୍ୟାଦିରୁ ପିଆଜ ଷଣ୍ଢା ଆରମ୍ଭ ଦେଇଥାଏ । ଯଦି ଆପଣଙ୍କ ପେଟରେ ଗ୍ୟାସ କାରଣରୁ ପୋଡା ହେଉଛି ତେବେ ପିଆଜ ଷଣ୍ଢାକୁ ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ । ଏହା ଗ୍ୟାସ ଏସିଡ଼ିଟି ସମସ୍ୟାକୁ ଦୂର କରିବ ।
  • କ୍ୟାନ୍ସରର ବିପଦକୁ ଦୂର କରିଥାଏ ,କାରଣ ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ସଲଫର ରହିଛି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ । ଏଥିରେ ଏଲୀଲ ସଲଫାଇଟ ଓ ଫ୍ଲେବନଏଡ ଯୌଗିକ ରହିଛି ,ଯାହା କ୍ୟାନ୍ସର ପ୍ରତିରୋଧକ ଅଟେ ।
  • ପିଆଜ ଷଣ୍ଢାରେ ରହିଥିବା ସଲଫର ଆପଣଙ୍କ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସଲଫର କାରଣରୁ ଶରୀରରେ ଇନ୍ସୁଲିନ ମାତ୍ରା ନିୟନ୍ତ୍ରିତ ରହିଥାଏ ,ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ଫାଇବର ରହିଛି ,ଯାହା ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଆପଣ ଏହାକୁ କୌଣସି ପ୍ରକାରେ ନିଜ ଖାଦ୍ୟରେ ବ୍ୟବହାର କରି ପାରିବେ ।
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ